Posted inଜାତୀୟ

ଶାହା ଆସିପାରୁଛନ୍ତି, ରାହୁଲ କାହିଁକି ନୁହଁ

ଇମ୍ଫାଲ,୩୦ା୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ୨ ଦିନିଆ ମଣିପୁର ଗସ୍ତ କରିଛନ୍ତି। ମେ’ ୩ରୁ ଜାତିଆଣ ସଂଘର୍ଷ ଲାଗି ରହିଥିବା ଏହି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ସର୍ବାଧିକ ହିଂସା ପ୍ରଭାବିତ ଚୂଡ଼ାଚାନ୍ଦପୁର ଜିଲାକୁ ରାହୁଲ କାର୍‌ରେ ଯାଉଥିବାବେଳେ ପୋଲିସ ଇମ୍ପାଲଠାରୁ ୨୦ କି.ମି. ଦୂର ବିଷ୍ଣୁପୁରରେ ତାଙ୍କୁ ଅଟକାଇଥିଲା। ସେ ଇମ୍ଫାଲକୁ ଫେରି ସେଠାରୁ ଏକ ସରକାରୀ ହେଲିକପ୍ଟରରେ ପୁଣି ଯାଇଥିଲେ। ମଣିପୁର ପୋଲିସର କହିବା ହେଉଛି, ରାହୁଲ ଯେଉଁ ରାସ୍ତା ଦେଇ ଯାଉଥିଲେ ସେହି ରୁଟ୍‌ରେ ମହିଳାମାନେ ବିକ୍ଷୋଭ କରୁଥିଲେ। ତେଣୁ ସୁରକ୍ଷା କାରଣରୁ ରାହୁଲଙ୍କୁ ଅଟକାଯାଇଥିଲା। ଅନ୍ୟପକ୍ଷରେ ରାହୁଲଙ୍କୁ ପୋଲିସ ଅଟକାଇବା ପରେ ଏହାର ପ୍ରତିବାଦରେ ମହିଳାମାନେ ବିକ୍ଷୋଭ କରିଥିଲେ। କାରଣ ରାହୁଲ ଚୂଡ଼ାଚାନ୍ଦପୁର ଓ ସେମାନଙ୍କ ଗଁାକୁ ଆସନ୍ତୁ ବୋଲି ମହିଳାମାନେ ଚାହୁଁଥିଲେ ବୋଲି କଂଗ୍ରେସ କହିଛି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଛି। ଜଣେ ବିକ୍ଷୋଭକାରୀ ମହିଳା କହିଛନ୍ତି, ମଣିପୁରରେ କ’ଣ ଚାଲିଛି ତାହା ଜାଣିବା ପାଇଁ ରାହୁଲ ଏଠାକୁ ଆସିଛନ୍ତି। ତାଙ୍କ ଉଦ୍ଦେଶ୍ୟ ରାଜନୀତି କରିବା ନୁହେଁ। ପୋଲିସ କାହିଁକି ରାସ୍ତା ଅବରୋଧ କରିଛି? ଆଉ ଜଣେ ମହିଳା ପ୍ରଶ୍ନ କରିଛନ୍ତି, ଯଦି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଚୂଡ଼ାଚାନ୍ଦପୁର ଆସିପାରୁଛନ୍ତି, ରାହୁଲଙ୍କୁ କାହିଁକି ଅଟକାଉଛ?
ଅଣଆଦିବାସୀ ମେଇତି ସମ୍ପ୍ରଦାୟର ଲୋକେ ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ମାନ୍ୟତା ପ୍ରଦାନ ପାଇଁ ଦାବି କରୁଥିବାବେଳେ ପ୍ରାୟ ୨ ମାସ ତଳେ ମଣିପୁର ହାଇକୋର୍ଟ ସେମାନଙ୍କ ସପକ୍ଷରେ ରାୟ ଦେଇଥିଲେ। ଏହାର ପ୍ରତିବାଦରେ ମେ’ ୩ରେ ନାଗା ଓ କୁକି ଆଦିବାସୀମାନେ ‘ଟ୍ରାଇବାଲ ସୋଲିଡାରିଟି ମାର୍ଚ୍ଚ’ର ଆୟୋଜନ କରିଥିଲେ। ମେଇତି ସମ୍ପ୍ରଦାୟ ସେମାନଙ୍କୁ ଆକ୍ରମଣ କରିବା ପରେ ଜାତିଆଣ ସଂଘର୍ଷ ହୋଇଥିଲା, ଯାହାକି ଅଦ୍ୟାବଧି ଜାରି ରହିଛି। ଏହି ହିଂସାରେ ଏଯାଏ ୧୨୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଲେଣି। ଗୁରୁବାର ଭୋର ୫ଟା ୩୦ରେ କାଙ୍ଗ୍‌ପୋକ୍‌ପି ଜିଲା ହରାଓଥେଲ ଗ୍ରାମରେ ସଶସ୍ତ୍ର ଦଙ୍ଗାକାରୀମାନେ ଗୁଳି ଚଳାଇବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ କେତେଜଣ ଆହତ ହୋଇଛନ୍ତି। ଆଇନଶୃଙ୍ଖଳା ଅଣାୟତ୍ତ ହେବା ଆଶଙ୍କା ଥିବାରୁ ସମ୍ପୃକ୍ତ ଅଞ୍ଚଳରେ ସେନା ଯବାନଙ୍କୁ ମୁତୟନ କରାଯାଇଛି। ହିଂସା ଯୋଗୁ ବିସ୍ଥାପିତ ହୋଇଥିବା ଆଦିବାସୀମାନଙ୍କୁ ରିଲିଫ୍‌ କ୍ୟାମ୍ପ୍‌ରେ ରାହୁଲ ଭେଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri