Posted inଜାତୀୟ

ରତନ ଟାଟାଙ୍କ ପରଲୋକରେ ସବୁଠି ଶୋକର ଛାୟା: ଜାଣନ୍ତୁ କିଏ କ’ଣ କହିଲେ

ନୂଆଦିଲ୍ଲୀ,୧୦।୧୦: ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ବୟସାଧିକ କାରଣରୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ରତନଙ୍କୁ କିଛିଦିନ ତଳେ ଦକ୍ଷିଣ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତାଙ୍କ ମୃତ୍ୟୁକୁ ନେଇ ଗୁଜବ ସୃଷ୍ଟି ହେବାରୁ ରତନ ତାହାକୁ ବିଶ୍ୱାସ ନ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ବୁଧବାର ରତନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଇନ୍‌ଟେନ୍‌ସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)ରେ ଭର୍ତ୍ତି କରାଯିବା ପରେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଥିଲା। ତେବେ ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଥିବା ଟାଟା ଗ୍ରୁପ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ରାଜକୀୟ ସମ୍ମାନ ସହ ରତନ ଟାଟାଙ୍କୁ ଅନ୍ତିମ ବିଦାୟ ଦିଆଯିବ ବୋଲି ଜଣାପଡିଛି। ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ପାର୍ଥୀବ ଶରୀର ଦର୍ଶନ ପାଇଁ ରଖାଯିବ। ଅନ୍ତିମ ବିଦାୟ କାର୍ଯ୍ୟକ୍ରମରେ ସାମିଲ ହେବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗଦେବେ। ରତନ ଟାଟାଙ୍କ ପରଲୋକଙ୍କ ମହାରାଷ୍ଟ ଏବଂ ଝଡଖଣ୍ଡ ସରକାର ଦିନିକିଆ ଶୋକ ଘୋଷଣା କରିଛନ୍ତି।

ତାଙ୍କ ପରଲୋକରେ ଭାରତର ଶିଳ୍ପ ଜଗତରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରି ଦେଶ ପ୍ରତି ତାଙ୍କ ଅବଦାନକୁ ସ୍ମରଣ କରିଛନ୍ତି। ଟାଟା ସନ୍ସ ଚେୟାରମ୍ୟାନ୍‌ ଏନ୍‌. ଚନ୍ଦ୍ରଶେଖରନ୍‌ ଏକ ବିବୃତିରେ ରତନ ଟାଟାଙ୍କ ପରଲୋକ ହୋଇଥିବା ସୂଚନା ଦେଇଛନ୍ତି। ଚନ୍ଦ୍ରଶେଖରନ୍‌ ତାଙ୍କୁ ‘ବନ୍ଧୁ, ପରାମର୍ଶଦାତା ଓ ମାର୍ଗଦର୍ଶକ’ ବୋଲି ଅଭିହିତ କରିଛନ୍ତି।

୧୯୩୭ ଡିସେମ୍ବର ୨୮ରେ ବ୍ରିଟିଶ୍‌ ଇଣ୍ଡିଆର ବମ୍ବେ ପ୍ରେସିଡେନ୍ସିରେ ଶିଳ୍ପପତି ନାଭାଲ ହେରମୁସ୍‌ଜୀ ଟାଟାଙ୍କ ଔରସରୁ ରତନ ଟାଟା ଜନ୍ମଗ୍ରହଣ କରିଥିଲେ। ମୁମ୍ବାଇର ଚାମ୍ପିୟନ୍‌ ସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ଏହାପରେ ସେ ଶିମ୍‌ଲାସ୍ଥିତ ବିଶପ୍‌ ଜନ୍‌ କୋନ୍ନୋନ ସ୍କୁଲ ଏବଂ ୧୯୫୫ରେ ନ୍ୟୁୟର୍କସ୍ଥିତ ରିଭରଡେଲ୍‌ କଣ୍ଟ୍ରି ସ୍କୁଲରେ ଅଧ୍ୟୟନ କରିଥିଲେ। ରତନ ୧୯୯୦ରୁ ୨୦୧୨ ଓ ୨୦୧୬ରୁ ୨୦୧୭ ପର୍ଯ୍ୟନ୍ତ ୨ ଥର ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଥିଲେ। ରତନ ଟାଟା ଆଜୀବନ ଅବିବାହିତ ଥିଲେ। ୨୦୧୧ରେ ସେ କହିଥିଲେ, ତାଙ୍କୁ ୪ ଥର ବିବାହ ସୁଯୋଗ ମିଳିଥିଲା। କିନ୍ତୁ ପ୍ରତ୍ୟେକ ଥର ସେ କୌଣସି ନା କୌଣସି କାରଣରୁ ଭୟଭୀତ ହୋଇ ବିବାହକୁ ଏଡ଼ାଇ ଦେଇଥିଲେ। ରତନ ଜଣେ ସରଳ, ଅମାୟିକ ଓ ପରୋପକାରୀ ବ୍ୟକ୍ତି ଥିଲେ। ସେ ବ୍ୟବସାୟିକ ପରିଚାଳନା ସହ ଅନେକ ଦାତବ୍ୟ ଅନୁଷ୍ଠାନ ଗଢ଼ି ଜନସେବାରେ ନିଜକୁ ସମର୍ପିତ କରିଥିଲେ। ଏଥିପାଇଁ ସେ ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଥିଲେ। ୨୦୦୦ରେ ରତନଙ୍କୁ ପଦ୍ମଭୂଷଣ ଓ ୨୦୦୮ରେ ଭାରତ ସରକାରଙ୍କ ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ ଉପାଧିରେ ଭୂଷିତ କରାଯାଇଥିଲା। ଏହାବାଦ୍‌ ୨୦୦୬ରେ ମହାରାଷ୍ଟ୍ର ଭୂଷଣ ଓ ୨୦୨୧ରେ ଆସାମ ବୈଭବ ପୁରସ୍କାର ପ୍ରଦାନ କରାଯାଇଥିଲା।

ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

କର୍ପୋରେଟ ବିକାଶକୁ ରାଷ୍ଟ୍ର ନିର୍ମାଣ ସହ ଯୋଡ଼ିବାରେ ତାଙ୍କର ଅବଦାନକୁ ଦେଶବାସୀ ଭୁଲି ପାରିବେ ନାହିଁ।
-ଦ୍ରୌପଦୀ ମୁର୍ମୁ, ରାଷ୍ଟ୍ରପତି
ରତନ ଟାଟା ଜଣେ ଦୂରଦର୍ଶୀସମ୍ପନ୍ନ ବିଜନେସ୍‌ ଲିଡର ଥିଲେ। ତାଙ୍କର ବ୍ୟକ୍ତିତ୍ୱ ଅସାଧାରଣ ଥିଲା।
-ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ
ଦେଶ ଏକ ଆଦର୍ଶ ଏବଂ ସଫଳ ପୁତ୍ରଙ୍କୁ ହରାଇଛି। ଭାରତର ଅର୍ଥନୈତିକ ବିକାଶ ଏବଂ ନିଯୁକ୍ତି ସୃଷ୍ଟିରେ ତାଙ୍କ ଅବଦାନ ଅତୁଳନୀୟ।
-ନୀତୀନ ଗଡ଼କରୀ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ
ସେ ନିଃସ୍ବାର୍ଥପର ଭାବରେ ନିଜ ଜୀବନକୁ ଦେଶର ବିକାଶ ପାଇଁ ଉତ୍ସର୍ଗୀକୃତ କରିଛନ୍ତି।
-ଅମିତ ଶାହା, ସ୍ବରାଷ୍ଟ୍ର ମନ୍ତ୍ରୀ
ଦେଶର ଅର୍ଥନୈତିକ ପ୍ରଗତିରେ ତାଙ୍କର ଅବଦାନକୁ ଭୁଲିହେବ ନାହିଁ। ତାଙ୍କର ପରିବାର ଏବଂ ଟାଟା କମ୍ୟୁନିଟି ପ୍ରତି ସମବେଦନା ଜଣାଉଛି।
-ରାହୁଲ ଗାନ୍ଧୀ, ଲୋକ ସଭାର ବିରୋଧୀ ଦଳ ନେତା
ଭାରତର ଅର୍ଥନୀତି, ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ।
-ରାଜନାଥ ସିଂ, ପ୍ରତିରକ୍ଷା ମନ୍ତ୍ରୀ
ଭାରତ ପାଇଁ ଏହା ଏକ ଦୁଃଖଦାୟକ ଦିନ। ତାଙ୍କର ମୃତ୍ୟୁ କେବଳ ଟାଟା ଗ୍ରୁପ୍‌ ପାଇଁ ନୁହେଁ, ବରଂ ପ୍ରତିଟି ଭାରତୀୟ ପାଇଁ କ୍ଷତି।
-ମୁକେଶ ଅମ୍ବାନୀ, ଚେୟାରମ୍ୟାନ୍‌, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌
ଆଧୁନିକ ଭାରତକୁ ଆଗେଇ ନେଇଥିବା ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିଙ୍କୁ ଭାରତ ଆଜି ହରାଇଛି।
-ଗୌତମ ଆଦାନୀ, ଚେୟାର ପର୍ସନ, ଆଦାନୀ ଗ୍ରୁପ୍‌
ଭାରତ ଜଣେ ପ୍ରତିଭାଶାଳୀ ବ୍ୟକ୍ତିଙ୍କୁ ହରାଇଛି। ତାଙ୍କର ବ୍ୟକ୍ତିତ୍ୱ ଭବିଷ୍ୟତର ପିଢ଼ିକୁ ସର୍ବଦା ପ୍ରେରଣା ଯୋଗାଇବ।
-ଏମ୍‌.କେ. ଷ୍ଟାଲିନ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri