ଟିପିଏସ୍‌ଓଡିଏଲ୍‌ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା: କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ

ବ୍ରହ୍ମପୁର ଅଫିସ,୨୦।୧: ବ୍ରହ୍ମପୁର ଟିପିଏସ୍‌ଓଡିଏଲ୍‌ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ଆଉଟସୋର୍ସିଂ ମହିଳା କର୍ମଚାରୀଙ୍କୁ ଟାଟାପାୱାରର ଜଣେ ଅଧିକାରୀ ଅସଦାଚରଣ ସହ ଯୌନ ନିର୍ଯାତନା ଦେଉଥିବା ନେଇ ସଙ୍ଗିନ ଅଭିଯୋଗ ହୋଇଛି। ପୋଲିସ ଏହି ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଅଧିକାରୀଙ୍କୁ ଥାନାରେ ହାଜର ପାଇଁ ନୋଟିସ ଜାରି କରିଛି। ଏପରିକି ଧାରା ୧୬୧ରେ ପୂର୍ବରୁ ଥାନାରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ସେହିପରି କୋର୍ଟରେ ମଧ୍ୟ ଧାରା ୧୬୪ ଅନୁସାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ତେବେ ମହିଳା ଜଣକ ଯେଉଁ ଆଉଟସୋର୍ସିଂ କମ୍ପାନୀ ମାଧ୍ୟମରେ ଟାଟା ପାୱାରରେ କାର୍ଯ୍ୟ କରୁଥିଲେ ଉକ୍ତ କମ୍ପାନୀ ମହିଳାଙ୍କୁ ଚାକିରିରୁ ନିଲମ୍ବିତ କରିଥିବା ଜଣାପଡିଛି।

ଅନ୍ୟପକ୍ଷେ ପୀଡିତାଙ୍କ ସହ ଟାଟା ପାୱାର(ଟିପିଏସ୍‌ଓଡିଏଲ୍‌)ର ଆଭ୍ୟନ୍ତରୀଣ କମିଟିର କିଛି ଅଧିକାରୀ ବସି ଆପୋସ ବୁଝାମଣା ପାଇଁ ଆଲୋଚନା କରିଛନ୍ତି। ଉକ୍ତ କମ୍ପାନୀ ମହିଳାଙ୍କୁ ଚାକିରିରୁ ବାହାର କରିବା ପରେ ତାଙ୍କୁ ବ୍ରହ୍ମପୁର ସହର ମଧ୍ୟରେ କେଉଁଠାରେ ଏକ ଚାକିରି ବ୍ୟବସ୍ଥା କରାଯିବ ବୋଲି ଟିପିଏସ୍‌ଓଡିଏଲ କର୍ତ୍ତୃପକ୍ଷ ପ୍ରସ୍ତାବ ଦେଇଥିବା ନେଇ ମହିଳା ଜଣକ ସୂଚନା ଦେଇଛନ୍ତି। ଟାଟା ପାୱାର ପକ୍ଷରୁ ଏକ ଟିମ୍‌ ଘଟଣାର ତଦନ୍ତ କରୁଥିବା ବେଳେ ପୀଡିତାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ମଧ୍ୟ ତଦନ୍ତ ଜାରି ରଖିଛି। ଟିପିଏସ୍‌ଓଡିଏଲ୍‌ ପକ୍ଷରୁ କୁହାଯାଇଛି ଯେ, ମାମଲାକୁ ନେଇ ଆଭ୍ୟନ୍ତରୀଣ କମିଟି ଦ୍ୱାରା ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଟାଟାପାୱାରରେ ଏଭଳି କୌଣସି ଅସଦାଚରଣ ବା ଦୁର୍ବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ ବୋଲି ରୋକଠୋକ୍‌ କୁହାଯାଇଛି। ପୋଲିସର ତଦନ୍ତରେ ଟାଟା ପାୱାର ପକ୍ଷରୁ ପୂର୍ଣ୍ଣ ସହଯୋଗ କରାଯିବ ବୋଲି ଟିପିଏସ୍‌ଓଡିଏଲ୍‌ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri