Posted inଜାତୀୟ

୫୦୦ ଛାତ୍ରୀଙ୍କୁ ଯୌନ ନିର୍ଯାତନା

ସିର୍ସା,୯।୧: ହରିୟାଣାର ସିର୍ସା ଜିଲା ଅନ୍ତର୍ଗତ ଏକ କଲେଜର ୫୦୦ ଛାତ୍ରୀ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଛାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟାରଙ୍କୁ ପତ୍ର ଲେଖି ଗୁହାରି କରିଛନ୍ତି। ସେମାନେ ଚୌଧୁରୀ ଦେବୀଲାଲ୍‌ ୟୁନିଭର୍ସିଟିର ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ଆଣିବା ସହ ତାଙ୍କ ନିଲମ୍ବନ ଦାବି କରିଛନ୍ତି। ଏଥିସହିତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ କରାଯିବାକୁ ସେମାନେ ନିବେଦନ କରିଛନ୍ତି। ଉକ୍ତ ଚିଠିର ନକଲ ବିଶ୍ୱବିଦ୍ୟାଳୟ କୁଳପତି ଡ. ଆଜମେର ସିଂ ମଲିକ, ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ, ରାଜ୍ୟ ଗୃହମନ୍ତ୍ରୀ ଅନିଲ ଭିଜ୍‌ ଏବଂ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମାଙ୍କ ସମେତ ବରିଷ୍ଠ ପଦାଧିକାରୀ ଓ ଗଣମାଧ୍ୟମକୁ ପଠାଯାଇଛି।
ଛାତ୍ରୀମାନେ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି, ପ୍ରଫେସର ଜଣକ ଅଶ୍ଳୀଳ କାର୍ଯ୍ୟରେ ଲିପ୍ତ ରହୁଥିଲେ। ସେ ଅଧିକାଂଶ ସମୟରେ ଛାତ୍ରୀମାନଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଡାକି ବାଥ୍‌ରୁମ୍‌ରେ ସେମାନଙ୍କ ଗୋପନ ଅଙ୍ଗକୁ ସ୍ପର୍ଶ କରୁଥିଲେ ଓ ସେମାନଙ୍କ ସହ ଅଶ୍ଳୀଳ କାର୍ଯ୍ୟ କରୁଥିଲେ ବୋଲି ଅଭିଯୋଗ ହୋଇଛି। ପ୍ରତିବାଦ କଲେ ପରିଣାମ ଖରାପ ହେବ ବୋଲି ସେମାନଙ୍କୁ ପ୍ରଫେସର ଧମକ ଦେଉଥିଲେ। ଅନେକ ମାସ ହେଲା ଏଭଳି ଯୌନ ନିର୍ଯାତନା ଚାଲିଥିବାବେଳେ ପ୍ରଫେସର ନିଜକୁ ଉଚ୍ଚ ଚରିତ୍ରର ବ୍ୟକ୍ତି ଭାବେ ମିଛ ପରିଚୟ ଦେଉଥିଲେ। ସେ ଏଭଳି ଆଚରଣ ପାଇଁ କେବେ ନିଜକୁ ଦାୟୀ କରୁ ନ ଥିଲେ। ପ୍ରଫେସରଙ୍କର ରାଜନୈତିକ ପ୍ରଭାବ ରହିଥିବାରୁ ଅଭିଯୋଗ ସତ୍ତ୍ୱେ କୁଳପତି ଛାତ୍ରୀମାନଙ୍କୁ ସହାୟତା କରିବା ପରିବର୍ତ୍ତେ କଲେଜରୁ ବାହାର କରିଦେବେ ବୋଲି ଧମକ ଦେଉଥିଲେ। ଅଭିଯୋଗକୁ ଚାପିଦେବା ପାଇଁ କୁଳପତି ଛାତ୍ରୀମାନଙ୍କୁ ପରୀକ୍ଷାରେ ଅଧିକ ନମ୍ବର ଦେଉଥିଲେ।
ୟୁନିଭର୍ସିଟି ରେଜିଷ୍ଟ୍ରାର ଡ. ରାଜେଶ କୁମାର ବଂଶଲ ଛାତ୍ରୀମାନଙ୍କ ଚିଠି ପାଇଥିବା କହିଛନ୍ତି। ପୋଲିସ ଅଭିଯୋଗର ତଦନ୍ତ କରୁଛି ଏବଂ ବିଶ୍ୱବିଦ୍ୟାଳୟର ନିଜସ୍ବ କମିଟି ମଧ୍ୟ ଅନୁଧ୍ୟାନ କରୁଛି। ଏହା ଅତ୍ୟନ୍ତ ଗମ୍ଭୀର ଅଭିଯୋଗ। ଚିଠିରେ କାହାର ନାଁ ନ ଥିଲେ ମଧ୍ୟ ଆମେ ତଦନ୍ତ କରୁଛୁ ବୋଲି ରେଜିଷ୍ଟ୍ରାର କହିଛନ୍ତି। ଏଥିପାଇଁ ଯିଏ ଦାୟୀ ତାଙ୍କୁ ଛଡ଼ାଯିବ ନାହିଁ। ତେବେ ଜଣେ ବ୍ୟକ୍ତି ନିର୍ଦ୍ଦୋଷ ହୋଇଥିଲେ, ତାଙ୍କର ଚରିତ୍ର ସଂହାର କରାଯିବା ଉଚିତ ନୁହେଁ ବୋଲି ବଂଶଲ କହିଛନ୍ତି। ପୋଲିସ୍‌କୁ ସିସିଟିଭି ଫୁଟେଜ୍‌ ହସ୍ତାନ୍ତର କରାଯାଇଛି। ତେବେ ଅଭିଯୁକ୍ତ ପ୍ରଫେସର ତାଙ୍କ ଅଫିସର ସମସ୍ତ ଫଟୋକୁ ଡିଲିଟ୍‌ କରିଦେଇଥିବା ଅଭିଯୋଗ ହୋଇଛି। ପରିବାର ବଦନାମ ହେବା ଆଶଙ୍କାରେ ଛାତ୍ରୀମାନେ ସେମାନଙ୍କ ପରିଚୟ ଗୋପନ ରଖିଥିବା କହିଛନ୍ତି। ଘଟଣାର ତଦନ୍ତ ଚାଲିଥିବାବେଳେ କେତେଜଣ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଥିବା ସିର୍ସାର ବରିଷ୍ଠ ପୋଲିସ ଅଧିକାରୀ ଦୀପ୍ତି ଗର୍ଗ କହିଛନ୍ତି। ପ୍ରଫେସରଙ୍କୁ ମଧ୍ୟ ପଚରାଉଚରା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ମୋହନା,୨୬ା୩(ମନ୍ମଥ ମିଶ୍ର): ସାଇକେଲରେ ବିଦ୍ୟାଳୟକୁ ଯିବା ବେଳେ ପାଚେରିରେ ପିଟି ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri