Posted inଜାତୀୟ

୫୦୦ ଛାତ୍ରୀଙ୍କୁ ଯୌନ ନିର୍ଯାତନା

ସିର୍ସା,୯।୧: ହରିୟାଣାର ସିର୍ସା ଜିଲା ଅନ୍ତର୍ଗତ ଏକ କଲେଜର ୫୦୦ ଛାତ୍ରୀ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଛାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟାରଙ୍କୁ ପତ୍ର ଲେଖି ଗୁହାରି କରିଛନ୍ତି। ସେମାନେ ଚୌଧୁରୀ ଦେବୀଲାଲ୍‌ ୟୁନିଭର୍ସିଟିର ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ଆଣିବା ସହ ତାଙ୍କ ନିଲମ୍ବନ ଦାବି କରିଛନ୍ତି। ଏଥିସହିତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ କରାଯିବାକୁ ସେମାନେ ନିବେଦନ କରିଛନ୍ତି। ଉକ୍ତ ଚିଠିର ନକଲ ବିଶ୍ୱବିଦ୍ୟାଳୟ କୁଳପତି ଡ. ଆଜମେର ସିଂ ମଲିକ, ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ, ରାଜ୍ୟ ଗୃହମନ୍ତ୍ରୀ ଅନିଲ ଭିଜ୍‌ ଏବଂ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମାଙ୍କ ସମେତ ବରିଷ୍ଠ ପଦାଧିକାରୀ ଓ ଗଣମାଧ୍ୟମକୁ ପଠାଯାଇଛି।
ଛାତ୍ରୀମାନେ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି, ପ୍ରଫେସର ଜଣକ ଅଶ୍ଳୀଳ କାର୍ଯ୍ୟରେ ଲିପ୍ତ ରହୁଥିଲେ। ସେ ଅଧିକାଂଶ ସମୟରେ ଛାତ୍ରୀମାନଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଡାକି ବାଥ୍‌ରୁମ୍‌ରେ ସେମାନଙ୍କ ଗୋପନ ଅଙ୍ଗକୁ ସ୍ପର୍ଶ କରୁଥିଲେ ଓ ସେମାନଙ୍କ ସହ ଅଶ୍ଳୀଳ କାର୍ଯ୍ୟ କରୁଥିଲେ ବୋଲି ଅଭିଯୋଗ ହୋଇଛି। ପ୍ରତିବାଦ କଲେ ପରିଣାମ ଖରାପ ହେବ ବୋଲି ସେମାନଙ୍କୁ ପ୍ରଫେସର ଧମକ ଦେଉଥିଲେ। ଅନେକ ମାସ ହେଲା ଏଭଳି ଯୌନ ନିର୍ଯାତନା ଚାଲିଥିବାବେଳେ ପ୍ରଫେସର ନିଜକୁ ଉଚ୍ଚ ଚରିତ୍ରର ବ୍ୟକ୍ତି ଭାବେ ମିଛ ପରିଚୟ ଦେଉଥିଲେ। ସେ ଏଭଳି ଆଚରଣ ପାଇଁ କେବେ ନିଜକୁ ଦାୟୀ କରୁ ନ ଥିଲେ। ପ୍ରଫେସରଙ୍କର ରାଜନୈତିକ ପ୍ରଭାବ ରହିଥିବାରୁ ଅଭିଯୋଗ ସତ୍ତ୍ୱେ କୁଳପତି ଛାତ୍ରୀମାନଙ୍କୁ ସହାୟତା କରିବା ପରିବର୍ତ୍ତେ କଲେଜରୁ ବାହାର କରିଦେବେ ବୋଲି ଧମକ ଦେଉଥିଲେ। ଅଭିଯୋଗକୁ ଚାପିଦେବା ପାଇଁ କୁଳପତି ଛାତ୍ରୀମାନଙ୍କୁ ପରୀକ୍ଷାରେ ଅଧିକ ନମ୍ବର ଦେଉଥିଲେ।
ୟୁନିଭର୍ସିଟି ରେଜିଷ୍ଟ୍ରାର ଡ. ରାଜେଶ କୁମାର ବଂଶଲ ଛାତ୍ରୀମାନଙ୍କ ଚିଠି ପାଇଥିବା କହିଛନ୍ତି। ପୋଲିସ ଅଭିଯୋଗର ତଦନ୍ତ କରୁଛି ଏବଂ ବିଶ୍ୱବିଦ୍ୟାଳୟର ନିଜସ୍ବ କମିଟି ମଧ୍ୟ ଅନୁଧ୍ୟାନ କରୁଛି। ଏହା ଅତ୍ୟନ୍ତ ଗମ୍ଭୀର ଅଭିଯୋଗ। ଚିଠିରେ କାହାର ନାଁ ନ ଥିଲେ ମଧ୍ୟ ଆମେ ତଦନ୍ତ କରୁଛୁ ବୋଲି ରେଜିଷ୍ଟ୍ରାର କହିଛନ୍ତି। ଏଥିପାଇଁ ଯିଏ ଦାୟୀ ତାଙ୍କୁ ଛଡ଼ାଯିବ ନାହିଁ। ତେବେ ଜଣେ ବ୍ୟକ୍ତି ନିର୍ଦ୍ଦୋଷ ହୋଇଥିଲେ, ତାଙ୍କର ଚରିତ୍ର ସଂହାର କରାଯିବା ଉଚିତ ନୁହେଁ ବୋଲି ବଂଶଲ କହିଛନ୍ତି। ପୋଲିସ୍‌କୁ ସିସିଟିଭି ଫୁଟେଜ୍‌ ହସ୍ତାନ୍ତର କରାଯାଇଛି। ତେବେ ଅଭିଯୁକ୍ତ ପ୍ରଫେସର ତାଙ୍କ ଅଫିସର ସମସ୍ତ ଫଟୋକୁ ଡିଲିଟ୍‌ କରିଦେଇଥିବା ଅଭିଯୋଗ ହୋଇଛି। ପରିବାର ବଦନାମ ହେବା ଆଶଙ୍କାରେ ଛାତ୍ରୀମାନେ ସେମାନଙ୍କ ପରିଚୟ ଗୋପନ ରଖିଥିବା କହିଛନ୍ତି। ଘଟଣାର ତଦନ୍ତ ଚାଲିଥିବାବେଳେ କେତେଜଣ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଥିବା ସିର୍ସାର ବରିଷ୍ଠ ପୋଲିସ ଅଧିକାରୀ ଦୀପ୍ତି ଗର୍ଗ କହିଛନ୍ତି। ପ୍ରଫେସରଙ୍କୁ ମଧ୍ୟ ପଚରାଉଚରା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri