ବର୍ଷେ ଧରି ନାବାଳକଙ୍କ ଛାତ୍ରଙ୍କୁ ଯୌନ ଶୋଷଣ କରିଆସୁଥିଲେ ହଷ୍ଟେଲ ରୋଷେୟା, ବାନ୍ଧିଲା ପୋଲିସ

ମୋରଡ଼ା,୯ା୧୧(ସ୍ମାରକ ମାଜୀ): ନାବାଳକ ଛାତ୍ରଙ୍କୁ ହଷ୍ଟେଲର ଜଣେ ରୋଷେୟା ଦୀର୍ଘ ୧ ବର୍ଷ ଧରି ଯୌନ ଶୋଷଣ କରିବା ଅଭିଯୋଗରେ ବନ୍ଧା ହେବା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଧୀନ ଧାତିକା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ରୋଷେୟା ଖୋକନ କୁମାର ହାଁସଦା ନିଜ ପରିବାର ସହିତ ହଷ୍ଟେଲରେ ରହୁଥିଲେ। ତେବେ ଦୀର୍ଘ ଏକ ବର୍ଷ ଧରି ଖୋକନ ଜଣେ ନାବାଳକ ଛାତ୍ରଙ୍କୁ ଯୌନ ଶୋଷଣ କରିଆସୁଥିଲେ। ଏନେଇ ଶୁଳିଆପଦା ଥାନାରେ ଅଭିଯୋଗ ହେବା ପରେ ୧୩୭/୨୩ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ପୋଲିସ ଖୋକନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।