Posted inଖେଳ

୪୨ ଦିନରେ ଖେଳାଯିବ ୭ ମ୍ୟାଚ୍‌, ଫେବୃୟାରୀ ୯ରୁ ପ୍ରଥମ ଟେଷ୍ଟ: ଜାଣନ୍ତୁ ଲାଇଭ୍‌ ଷ୍ଟ୍ରିମିଂଠାରୁ ଆରମ୍ଭ କରି କାର୍ଯ୍ୟସୂଚୀ…

ନୂଆଦିଲ୍ଲୀ,୪।୨: ବର୍ତ୍ତମାନ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ ଭାରତ ଗସ୍ତରେ ଅଛି। ଏହି ଭ୍ରମଣରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ (ବର୍ଡର-ଗାଭାସ୍କର ଟ୍ରଫି) ଏବଂ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ଅଷ୍ଟ୍ରେଲିଆ ଟିମ୍‌ ଭାରତରେ ୪୨ ଦିନରେ ମୋଟ ସାତୋଟି ମ୍ୟାଚ ଖେଳିବ।

ସମ୍ପୂର୍ଣ୍ଣ ବିବରଣୀ କିଛି ଏଭଳି:
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଫେବୃଆରୀ ୯ ରୁ ଆରମ୍ଭ ହେବ। ନାଗପୁର, ଦିଲ୍ଲୀ, ଧର୍ମଶାଳା ଏବଂ ଅହମ୍ମଦାବାଦରେ ଟେଷ୍ଟ ସିରିଜ ମ୍ୟାଚ ଖେଳାଯିବ। ଏହା ପରେ ମାର୍ଚ୍ଚ ୧୭ ରୁ ଦିନିକିଆ ସିରିଜ ଖେଳାଯିବ। ଦିନିକିଆ ସିରିଜ ମୁମ୍ବାଇ, ବିଶାଖାପାଟନମ ଏବଂ ଚେନ୍ନାଇରେ ଖେଳାଯିବ।

ଭାରତ ବନାମ ଅଷ୍ଟ୍ରେଲିଆ ସିରିଜ ଲାଇଭ ଷ୍ଟ୍ରିମିଂ/ଟିଭି ବ୍ରୋଡକାଷ୍ଟ କିପରି ଦେଖିବେ:

ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲାଇଭ ଟେଷ୍ଟ ଏବଂ ଦିନିକିଆ ମ୍ୟାଚ ଦେଖିପାରିବେ। ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ମ୍ୟାଚଗୁଡ଼ିକର ଟେଲିକାଷ୍ଟ ଉପଲବ୍ଧ ହେବ। ଏଥି ସହିତ, ଅନଲାଇନ ମ୍ୟାଚ ଦେଖୁଥିବା ଦର୍ଶକଙ୍କ ପାଇଁ ଭାରତରେ ଡିଜନି + ହଟଷ୍ଟାର୍‌ ଆପ୍‌ରେ ଏହି ସିରିଜର ଲାଇଭ ଷ୍ଟ୍ରିମିଂ ଉପଲବ୍ଧ ହେବ।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଭାରତର ଟେଷ୍ଟ ଦଳ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍‌. ରାହୁଲ (ଉପ-ଅଧିନାୟକ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର୍‌, କେ.ଏସ ଭାରତ (ଡବ୍ଲୁ), ଇଶାନ କିଶନ (ଉଇକେଟକିପର), ଆର୍‌ ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ ଏବଂ ସୂର୍ଯ୍ୟକୁମାର ଯାଦବ।

ଅଷ୍ଟ୍ରେଲିଆ ଟେଷ୍ଟ ଦଳ: ପ୍ୟାଟ କମିନ୍ସ (ଅଧିନାୟକ), ଆଷ୍ଟନ ଅଗର, ସ୍କଟ ବୋଲାଣ୍ଡ, ଆଲେକ୍ସ କେରେ (ଉଇକେଟକିପର), କ୍ୟାମେରନ ଗ୍ରୀନ, ପିଟର ହ୍ୟାଣ୍ଡସକମ୍ବ, ଜୋସ ହାଜଲେଉଡ, ଟ୍ରାଭିସ ହେଡ, ଉସମାନ ଖାୱାଜା, ମାର୍ନସ ଲାବୁସାଗ୍ନେ, ନାଥନ ଲିଅନ, ଲାନ୍ସ ମୋରିସ, ଟଡ ମର୍ଫି, ମାଥ୍ୟୁ ରେନ୍ସା, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମିଚେଲ ସ୍ବେପସନ ଏବଂ ଡେଭିଡ ୱାର୍ନର

ପ୍ରଥମ ଟେଷ୍ଟ:
ତାରିଖ: ଫେବୃଆରୀ ୦୯, ଶୁକ୍ର – ଫେବୃଆରୀ ୧୩
ସ୍ଥାନ: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମ, ନାଗପୁର
ସମୟ: ଭାରତୀୟ ସମୟ ସକାଳ ୯:୩୦

ଦ୍ୱିତୀୟ ଟେଷ୍ଟ:
ତାରିଖ: ଫେବୃଆରୀ ୧୭, ଶୁକ୍ରବାର- ଫେବୃଆରୀ ୨୧, ମଙ୍ଗଳବାର
ସ୍ଥାନ: ଅରୁଣ ଜେଟଲୀ ଷ୍ଟାଡିୟମ, ଦିଲ୍ଲୀ
ସମୟ: ୯:୩୦ ପୂର୍ବାହ୍ନ

ତୃତୀୟ ଟେଷ୍ଟ:
ତାରିଖ: ମାର୍ଚ୍ଚ ୦୧ ବୁଧବାର – ମାର୍ଚ୍ଚ ୦୫ ରବିବାର
ସ୍ଥାନ: ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମ, ଧର୍ମଶାଳା
ସମୟ: ୯:୩୦ ପୂର୍ବାହ୍ନ

ଚତୁର୍ଥ ଟେଷ୍ଟ:
ତାରିଖ: ମାର୍ଚ୍ଚ ୦୯, ଶୁକ୍ରବାର – ମାର୍ଚ୍ଚ ୧୩, ସୋମବାର
ସ୍ଥାନ: ନରେନ୍ଦ୍ର ମୋଦୀ ଷ୍ଟାଡିୟମ, ଅହମ୍ମଦାବାଦ
ସମୟ: ୯:୩୦ ପୂର୍ବାହ୍ନ

ଭାରତ ବନାମ ଅଷ୍ଟ୍ରେଲିଆ ଦିନିକିଆ ସିରିଜ ପୂର୍ଣ୍ଣ କାର୍ଯ୍ୟସୂଚୀ:

ପ୍ରଥମ ଦିନିକିଆ :
ତାରିଖ: ମାର୍ଚ୍ଚ ୧୭, ଶୁକ୍ରବାର
ସ୍ଥାନ: ୱାଙ୍ଖଡେ ଷ୍ଟାଡିୟମ, ମୁମ୍ବାଇ
ସମୟ: ଅପରାହ୍ନ ୨ଟା

୨ୟ ଦିନିକିଆ :
ତାରିଖ: ମାର୍ଚ୍ଚ ୧୯, ରବିବାର
ସ୍ଥାନ: ଡା ଓ୍ବାଇ.ଏସ୍‌. ରାଜାସେଖର ରେଡ୍ଡୀ ACA-VDCA କ୍ରିକେଟ ଷ୍ଟାଡିୟମ, ବିଶାଖାପାଟନମ
ସମୟ: ଅପରାହ୍ନ ୨ଟା

ତୃତୀୟ ଦିନିକିଆ :
ତାରିଖ: ମାର୍ଚ୍ଚ ୨୨, ବୁଧବାର
ସ୍ଥାନ: ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ ।
ସମୟ: ଅପରାହ୍ନ ୨ଟା


Enter your email to get our daily news in your inbox.

All Right Reserved By Dharitri.Com

ମେସି ଇଭେଣ୍ଟ୍ ବିବାଦ: ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା, ଡିସିପି ନିଲମ୍ବିତ

କୋଲକାତା,୧୬।୧୨: ଆର୍ଜେଣ୍ଟିନାର ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ସମୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ସୃଷ୍ଟି ହୋଇଥିବା ଅରାଜକତା ଓ ଭଙ୍ଗାରୁଜା ଘଟଣାକୁ ନେଇ...

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

ଆଇପିଏଲ୍ ନିଲାମ: ଧୋନୀ ତିଆରି କରିଥିଲେ ଏହି ବୋଲରଙ୍କୁ, ୧୮ କୋଟି ଟଙ୍କାରେ କିଣିଲା କୋଲକାତା

ଆବୁଧାବି,୧୬।୧୨: କୋଲକାତା ନାଇଟ୍ ରାଇଡର୍ସ (KKR) ଚଳିତ IPL ମିନି ନିଲାମରେ ବଡ଼ ଧରଣର ଖର୍ଚ୍ଚ କରିଛି। ଅଷ୍ଟ୍ରେଲିଆର ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍‌ଙ୍କୁ ୨୫.୨୦ କୋଟି...

IPL 2026 ନିଲାମ: ଜାଣନ୍ତୁ କିଏ ରହିଲେ ଅନ୍‌ ସୋଲ୍ଡ

ଆବୁଧାବି,୧୬।୧୨: IPL 2026 ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ସର୍ୱାଧିକ ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ...

ଶାଶୁ ପରେ ଜ୍ୱାଇଁ ଘରେ ବୁଲିଲା ବୁଲଡୋଜର: ଏକାବେଳକେ ଛାନିଆ…

ପୁରୀ,୧୬।୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଅପରେଶନ ଚକ୍ର ଜରିଆରେ ନିଶା ବେପାରୀଙ୍କ ଘର ଉପରେ ବୁଲଡୋଜର ଚଳାଇଛି । ପୂର୍ବରୁ ଗତ ୪ ତାରିଖରେ...

ମାତ୍ର ଏତିକି କୋଟିରେ ଭେଙ୍କଟେଶଙ୍କୁ କିଣିଲା ଏହି ଦଳ, ଗତ ବର୍ଷ ତୁଳନାରେ ପ୍ରାୟ 70 ପ୍ରତିଶତ କମ୍‌

ନୂଆଦିଲ୍ଲୀ,୧୬।୧୨: ଭେଙ୍କଟେଶ ଆୟର ପ୍ରଥମ ଥର ପାଇଁ କୋଲକାତା ନାଇଟ ରାଇଡର୍ସ ବ୍ୟତୀତ ଅନ୍ୟ କୌଣସି IPL ଦଳ ପାଇଁ ଖେଳିବେ। ଯଦିଓ KKR ମଧ୍ୟ...

IPL ଇତିହାସର ସବୁଠୁ ମହଙ୍ଗା ବିଦେଶୀ ଖେଳାଳି ହେଲେ କ୍ୟାମେରନ ଗ୍ରୀନ: ଏତିକି କୋଟି ଟଙ୍କାରେ କିଣିଲା KKR

ଆବୁଧାବି,୧୬।୧୨: IPL 2026 ନିଲାମ ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ ମିନି ଅକ୍ସନରେ...

ଗୋଆ ଅଗ୍ନିକାଣ୍ଡ ଘଟଣା: ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ,୧୬।୧୨: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ପଲାତକ ଲୁଥ୍ରା ବ୍ରଦର୍ସ ସୌରଭ ଏବଂ ଗୌରବଙ୍କୁ ମଙ୍ଗଳବାର ଭାରତ ଫେରାଇ ଅଣାଯାଇଛି। ଦିଲ୍ଲୀରେ ଲୁଥ୍ରା ବ୍ରଦର୍ସଙ୍କ ବିମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri