ଆଦର୍ଶ ଗ୍ରାମପଞ୍ଚାୟତରେ ମୋବାଇଲ ଟାୱାର ସାତ ସପନ

ଥୁଆମୂଳ ରାମପୁର, ୧୧।୧୨(ଦୁର୍ଗା କୀର୍ତ୍ତି):- ଡିଜିଟାଲ ଇଣ୍ଡିଆରେ ଆଜିର ବିକଳ ଚିତ୍ର। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଆଦର୍ଶ ଗ୍ରାମପଞ୍ଚାୟତ ସିନ୍ଧିପଦର ଅଞ୍ଚଳରେ ମୋବାଇଲ ଟାୱାର ନାହିଁ। ଫଳରେ କିଏ ଗଛ ଚଢୁଛି ତୋ କିଏ ପାହାଡ଼ ଉପରେ ଚଢୁଛି ନେଟୱର୍କ ଖୋଜୁଛନ୍ତି, କେବଳ ଟିକିଏ ନେଟୱାର୍କ ସଙ୍କେତ ପାଇଗଲେ କଥା ହେବେ। କଳାହାଣ୍ଡି ଜିଲା ଅଧ୍ୟ୍ୟୁଷିତ ବନ ପାହାଡ଼ ଘେରା ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଏଭଳି ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି। ବିଶେଷ କରି ଅସୁବିଧା ଭୋଗୁଛନ୍ତି ସିନ୍ଧିପଦର ଗ୍ରାମପଞ୍ଚାୟତର ନିଚେମାସ୍କା, ଅଲୁଆଗୁଡ଼ା, କନ୍ଦାଝାପୀ, ପଲ୍ସାପଡ଼ା, ସମାପଲା, କାଞ୍ଜିଗୁଡ଼ା, କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଭଳି ୮ ରୁ ଉଦ୍ଧର୍‌ବ ଗାଁରେ ଏହି ସମସ୍ୟା ଦେଖାଦେଇଛି । ଏହି ଗାଁଗୁଡିକରେ ପାଖାପାଖି ଏକ ହଜାର ରୁ ୧୮ ଶହ ହେବ ଲୋକେ ମୋବାଇଲ ବ୍ୟବହାର କରୁଥିବା ବେଳେ ମୋବାଇଲ ଟାୱାର ସେବା ନାହିଁ l
ଥୁଆମୂଳ ରାମପୁର ବ୍ଲକର ଏହି ସବୁ ଗାଁ ଚାରିପାଖେ ଘେରି ରହିଛି। ପାହାଡ ପର୍ବତ ଘେରାରେ ଅଞ୍ଚଳରେ ମୋବାଇଲ ଟାୱାର ସୁବିଧା ନ ଥିବା ଯୋଗୁ ପଞ୍ଚାୟତ ବାସୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସେହିପରି ଟାଓ୍ବାର ସେବା ନ ଥିବାରୁ ଡାକ ଘର କାମ, ମୋ ବ୍ୟାଙ୍କ କିମ୍ବା ଜନ ସେବା କେନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ଠଫ ହୋଇଯାଇଛି। ଯାହାଫଳରେ ଲୋକାଭିମୁଖ ସୁଭଦ୍ରା ଯୋଜନାରେ ଆବେଦନ କରିବାରୁ ଅନେକ ଲୋକ ବଞ୍ଚିତ ଅଛନ୍ତି । ଆଜିର ଦିନରେ ମୋବାଇଲ ଏକ ଅତ୍ୟାବଶ୍ୟକତା ସାମଗ୍ରୀରେ ଭାବରେ ପରିଣତ ହୋଇଯାଇଛି। ମୋବାଇଲ ଟାୱାର ନ ଥିବା ଯୋଗୁ ଏହି ଅଞ୍ଚଳର ଲୋକମାନେ ସରକାରୀ ବିଭିନ୍ନ ଯୋଜନା ବିଷୟରେ ଜାଣିବାରୁ ବଞ୍ଚିତ ହେଉଛନ୍ତି l ଏହାବ୍ୟତୀତ ନେଟୱାର୍କ ନ ଥିବା ଯୋଗୁ ଛାତ୍ରୀଛାତ୍ରମାନେ ଇଣ୍ଟରନେଟରୁ ଜ୍ଞାନ ଅର୍ଜନ କରି ପାରୁଛନ୍ତି ନା ଆପତକାଳୀନ ସେବା ପାଇଁ ଲୋକଙ୍କ ସହିତ ଫୋନ ଯୋଗାଯୋଗ କରି ପାରୁଛନ୍ତି। ଏଭଳି କି ହାତରେ ମୋବାଇଲ ଧରି ଲୋକେ ପାହାଡ଼ କିମ୍ବା ଗଛ ଉପରେ ଚଢିଲେ ଯାଇ ସଂପର୍କୀୟମାନଙ୍କ ସହ କଥାବାର୍ତ୍ତା ହେଉଛନ୍ତି। ଏହାଛଡା ଉଚ୍ଚ ସ୍ଥାନରେ ବସିଲେ ପିଲାମାନେ ୟୁଟ୍ୟୁବ କି ଅନ୍ୟ କୌଣସି ସାଇଟ ଖୋଲି ଜ୍ଞାନ ଆହରଣ କରି ପାରୁଛନ୍ତ।

ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର ସର୍ବତ୍ର ୫ ଜି ମୋବାଇଲ ସେବା ଯୋଗାଇ ଦେଇଥିବା କଥା କହୁଛନ୍ତି । ହେଲେ ତାହା ଏହି ଦୁର୍ଗମ ଅଞ୍ଚଳରେ ସମ୍ପୂର୍ଣ୍ଣ ଫେଲ ମାରିଛି ଏବେ ବି ଏମିତି ଗାଁ ଦେଖିଲେ ଆଶ୍ଚର୍ୟ୍ୟ ଲାଗେ ଯେଉଁଠି ଟିକେ କଥା ହେବା ପାଇଁ ପାହାଡ଼ ଛାଡଛନ୍ତି l ଏହି ସବୁ ଗାଁରେ ପ୍ରାୟ ୨୫୦୦ ରୁ ୩୦୦୦ ହଜାର ଲୋକ ବାସବାସ କରିଆସୁଛନ୍ତି। ହେଲେ ମୋବାଇଲ ନେଟୱାର୍କ ନ ଥିବା ଯୋଗୁ ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକେ ପ୍ରକାଶ କରିଛନ୍ତି। ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ଡାକି ପାରୁ ନାହାନ୍ତି କି ନିଆଁ ଲାଗିଲେ ଦମକଳ କେନ୍ଦ୍ରକୁ ଫୋନ ମଧ୍ୟ କରି ପାରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଡବଲ ଇଞ୍ଜିନ ସରକାର ତୂରନ୍ତ ସିନ୍ଧିପଦର ଅଞ୍ଚଳରେ ମୋବାଇଲ ଟାଓ୍ବାର ସ୍ଥାପନର ବ୍ୟବସ୍ଥା କରନ୍ତୁ ବୋଲି ସିନ୍ଧିପଦର୍‌ ସରପଞ୍ଚ ଗୀତାଞ୍ଜଳି ମାଝୀ ଦାବି କରିବା ସହ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି। ତେବେ ଡବଲ ଇଞ୍ଜିନ ସରକାର ନିଶ୍ଚୟ ଭାବରେ ଏହାର ସମାଧାନ ଦିଗରେ ଆଗେଇ ଆସିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri