ଖୋଲା ଆକାଶ ତଳେ ପିଲାଛୁଆ ଧରି ବସ୍ତିବାସିନ୍ଦା

ଭୁବନେଶ୍ୱର, ୨୨।୧୦ (ବ୍ୟୁରୋ): ନୋଟିସ୍‌ ନାହିଁ କି କିଛି ସୂଚନା ବି ନାହିଁ। ହଠାତ୍‌ ଆସିଲେ, ଆଉ ଆମ ଘର ଭାଙ୍ଗିଦେଲେ। ପିଲାଛୁଆ ଧରି ଗୁରୁବାର ରାତିରୁ ବାହାରେ ପଡିଛୁ। ଆମେ ସିନା ବଡ଼ ଲୋକ ଯାହା ଯେମିତି ରହିଯିବୁ, ହେଲେ କଅଁଳା ଛୁଆମାନେ ଖୋଲା ଆକାଶ ତଳେ କେମିତି ରହିବେ। ଆଗକୁ ବର୍ଷା ଆସୁଛି, ଏହା ଜାଣି ମଧ୍ୟ ଆମ ମୁଣ୍ଡ ଉପରୁ ପ୍ରଶାସନ ଛାତ ଛଡାଇ ନେଇଛି। କୋଳରେ ଛୋଟ ଛୁଆ ଧରି ଏବେ ଲୋକମାନେ କାନ୍ଦୁଛନ୍ତି। ହଠାତ୍‌ ଉଚ୍ଛେଦ ହୋଇଥିବାରୁ ଲୋକେ ଘରୁ ଜିନିଷ ବାହାର କରିବାକୁ ବି ସମୟ ପାଇ ନ ଥିବା କୋହଭରା କଣ୍ଠରେ ଅଭିଯୋଗ କରିଛନ୍ତି ସତ୍ୟକାଳୀ ବସ୍ତି ବାସିନ୍ଦା।
ସ୍ମାର୍ଟସିଟି ଲିମିଟେଡ୍‌ ପକ୍ଷରୁ ସତ୍ୟନଗର ଲେକ୍‌ ନ୍ୟୁଟ୍ରାଲ ପ୍ରକଳ୍ପ ଆରମ୍ଭ ହୋଇଛି। ଏଥିପାଇଁ ସ୍ମାର୍ଟସିଟିର ଅନୁରୋଧକ୍ରମେ ବିଡିଏ ପକ୍ଷରୁ ଗୁରୁବାର ସତ୍ୟକାଳୀ ବସ୍ତି ଉଚ୍ଛେଦ କରାଯାଇଥିଲା। ବସ୍ତି ବାସିନ୍ଦାଙ୍କ ତୀବ୍ର ବିରୋଧ ସତ୍ତ୍ୱେ ପ୍ରଶାସନ କିଛି ଶୁଣି ନ ଥିଲା। ପ୍ରତିରୋଧ କରିବାରୁ ପୋଲିସ ସେମାନଙ୍କୁ ମାଡ ମାରିଥିଲା। କେତେଜଣଙ୍କୁ ବଳପୂର୍ବକ ଉଠାଇ ନେଇଥିଲା। ପରେ ଗୋଟିଏ ପରେ ଗୋଟିଏ ଘର ଉପରେ ଡୋଜର ଚଢ଼ାଇ ମାଟିରେ ମିଶାଇ ଦିଆଯାଇଥିଲା। ଦିନ ୧୧ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଭଙ୍ଗାରୁଜା ଚାଲିଥିଲା। ଘଟଣା ସମ୍ପର୍କରେ ବିଡିଏର ଜଣେ ଅଧିକାରୀ କହିଛନ୍ତି, ହଠାତ୍‌ କିଛି ହୋଇନାହିଁ। ପୂର୍ବରୁ ଆମେ ସେମାନଙ୍କୁ ନୋଟିସ୍‌ ଦେଇଥିଲୁ। ସେହି ବସ୍ତିରେ ପ୍ରଥମ କରି ଏହି ଉଚ୍ଛେଦ ହୋଇନାହିଁ। ପୂର୍ବରୁ ୫ଥର ପର୍ଯ୍ୟାୟକ୍ରମେ ଉଚ୍ଛେଦ ହୋଇଥିଲା। ଗୁରୁବାର ଶେଷଥର ପାଇଁ ସମ୍ପୃକ୍ତ ଅଞ୍ଚଳରୁ ଜବରଦଖଲ ହଟାଯାଇଛି। ରେ’ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ବସ୍ତି ବାସିନ୍ଦାମାନଙ୍କୁ ଘର ପ୍ରଦାନ କରାଯାଇଛି। ସେମାନେ ସେଠାକୁ ସ୍ଥାନାନ୍ତର ହୋଇପାରିବେ। ତେବେ ଥଇଥାନର ଦାୟିତ୍ୱ ବିଡିଏର ନୁହେଁ। ନନ୍‌ ରେ’ମାନଙ୍କ ଥଇଥାନ କଥା ବିଏମ୍‌ସି ବୁଝିବ।
ସୂଚନାଯୋଗ୍ୟ, ୨୦୦୧ରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ପରିବାର ଏହି ଅଞ୍ଚଳରେ ଘର କରି ରହୁଥିଲେ। ସେମାନଙ୍କ ମଧ୍ୟରେ କେତେଜଣଙ୍କୁ ‘ରେ’ (ରାଜୀବ ଆବାସ ଯୋଜନା)ରେ ଘର ମିଳିଥିବାବେଳେ ଆଉ କେତେଜଣ ନନ୍‌ ରେ’ରେ ଅଛନ୍ତି। ବସ୍ତିରେ ରହୁଥିବା ପରିବାରର ପୁରୁଷମାନେ ମୂଲ ମଜୁରି କରୁଥିବାବେଳେ ମହିଳାମାନେ ପର ଘରେ ବାସନ ମାଜିବା ସହ ଅନ୍ୟ କାମ କରି ଗୁଜୁରାଣ ମେଣ୍ଟାଉଥିଲେ। ଦୀର୍ଘବର୍ଷ ଧରି ପିଲାଛୁଆ ପରିବାର ସହ ରହି ଆସୁଥିବାବେଳେ ହଠାତ୍‌ ପ୍ରଶାସନ ସେମାନଙ୍କୁ ବେଘର କରି ଦେଇଛି। ହେଲେ କିଛି ଥଇଥାନ ବ୍ୟବସ୍ଥା କରାଯାଇ ନ ଥିବାରୁ ସେମାନେ ସେମିତି ଭଙ୍ଗା ଘର ନିକଟରେ ଦିନରାତି କାଟୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri