ଜମି ଅଧିଗ୍ରହଣରେ ପାଦେ ଆଗେଇଲା

ଯାଜପୁର ଅଫିସ,୯।୨: ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ଆଉ ଏକ ପାଦେ ଆଗେଇଛି। ନୟାଗଡ଼ ଓ ବୌଦ୍ଧ ଜିଲାର ପ୍ରାୟ ୬୨ ଏକର ବେସରକାରୀ ଜମି ଅଧିଗ୍ରହଣ ପାଇଁ ୧୦ କୋଟି ୯୮ ଲକ୍ଷ ୬୬ ହଜାର ୮୫୭ ଟଙ୍କା ମଞ୍ଜୁର ହୋଇଛି। ଏହିମର୍ମରେ ବୌଦ୍ଧ ଓ ନୟାଗଡ଼ ଜିଲାପାଳଙ୍କୁ ସୋମବାର ବାଣିଜ୍ୟ ଓ ପରିବହନ ବିଭାଗର ଉପସଚିବ କଳ୍ପତରୁ ସାମନ୍ତରାୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ୨୦୨୧ ନଭେମ୍ବର ୭ରେ ଧରିତ୍ରୀର ପ୍ରଥମ ପୃଷ୍ଠାରେ ‘ଭାଗବଣ୍ଟା ଛିଣ୍ଡୁନି, ପ୍ରକଳ୍ପ ବିଳମ୍ବିତ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏଭଳି ତପତ୍ରତା ପ୍ରକାଶ ପାଇଛି। ତେବେ ଏହି ଅଧିଗ୍ରହଣ ପ୍ରକ୍ରିୟା ସୁରୁଖୁରୁରେ ସମ୍ପାଦିତ ହେଲେ ରେଳପ୍ରକଳ୍ପ କାର୍ଯ୍ୟ ସରିବାକୁ ଆଉ ବେଶି ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ଆଶା କରାଯାଇଛି।
୧୯୯୪-୯୫ ଆର୍ଥିକ ବର୍ଷରେ ଖୋର୍ଦ୍ଧାରୋଡ-ବଲାଙ୍ଗୀର ୨୮୯ କିମି ରେଳପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା ଏବଂ ୨୦୦୧ ଜୁନରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ୨୬ ବର୍ଷ ହେବ ଏହି ପ୍ରକଳ୍ପ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ବିବାଦ ଯୋଗୁ ଅଧାରେ ଲାଖିଛି। ବାଣିଜ୍ୟ ଓ ପରିବହନ ବିଭାଗର ସୋମବାର ନିଷ୍ପତ୍ତି ଅନୁଯାୟୀ ବୌଦ୍ଧ ଜିଲା ପୁରୁଣାକଟକ ଥାନା ହରଭଙ୍ଗା ତହସିଲ ଅଧୀନ ରୁଗୁଡିପାଲି ମୌଜାରେ ୪୨.୪୪୦ ଏକର ବେସରକାରୀ ଜମି ଅଧିଗ୍ରହଣ ନିର୍ଦ୍ଦେଶ ହୋଇଛି। ଏଥିପାଇଁ ୪ କୋଟି ୧୯ ଲକ୍ଷ ୪ ହଜାର ୫୯୪ ଟଙ୍କା ମଞ୍ଜୁର ହୋଇଛି। ପୂର୍ବରୁ ଏଥିପାଇଁ ୪ କୋଟି ୩ ଲକ୍ଷ ୯୨ ହଜାର ୫୫୪ ଟଙ୍କା ମଞ୍ଜୁର ହୋଇଥିଲାବେଳେ ଏହା ରିଭାଇଜ କରାଯାଇଛି। ଏଥିରେ ଜମି ଅଧିଗ୍ରହଣ ଧାରା ୨୯(୧) ଅନୁଯାୟୀ ମୋଟ କ୍ଷେତ୍ରଫଳ ଜମିର ମୂଲ୍ୟ ୧,୩୦,୬୦,୮୫୩ ଟଙ୍କା ଏବଂ ଗୃହ, କୂପ, ପୁଷ୍କରିଣୀ, ବୃକ୍ଷ ଆଦି ବାବଦକୁ ୧,୫୧,୫୭,୪୨୨ ଟଙ୍କା, ନୂତନ ଧାରା ୩୦(୧) ଅନୁଯାୟୀ ଉପରୋକ୍ତ ଅର୍ଥର ଶତକଡ଼ା ୧୦୦% ହାରରେ ସାନ୍ତ୍ୱନାମୂଳକ କ୍ଷତିପୂରଣ ୧,୫୧,୫୭,୪୨୨ ଟଙ୍କା, ଧାରା ୩୦(୩) ଅନୁଯାୟୀ ଶତକଡ଼ା ୧୨% ଅତିରିକ୍ତ କ୍ଷତିପୂରଣ ୨ ବର୍ଷ ପାଇଁ ୨୬,୧୨,୧୧୬ ଟଙ୍କା, ସରକାରୀ ରାଜସ୍ବର ପୁଞ୍ଜୀକୃତ ମୂଲ୍ୟ ୮,୬୫୧ ଟଙ୍କା, ଯୁଚ୍ଛ ପ୍ରତିଷ୍ଠାନର ଖର୍ଚ୍ଚ ଶତକଡ଼ା ୨୦% ୬୫,୮୫,୩୯୨ ଟଙ୍କା, ପୁର୍ନବାସ ଓ ଥଇଥାନ ପାଇଁ ୨୩,୮୩,୫୯୦ ଟଙ୍କା ଅଟକଳ ହୋଇଛି। ଏହି ଅଟକଳ ପରିମାଣକୁ ବୌଦ୍ଧ ଜିଲାପାଳ ମଞ୍ଜୁର କରିଛନ୍ତି।
ନୟାଗଡ ଜିଲା ଦଶପଲ୍ଲା ତହସିଲ ଅନ୍ତର୍ଗତ ଦୁର୍ଗାପ୍ରସାଦ ମୌଜାରେ ୫.୬୧୦ ଏକର ବେସରକାରୀ ଜମି ଅଧିଗ୍ରହଣ ନିଷ୍ପତ୍ତି ହୋଇଛି। ଏଥିପାଇଁ ୭୪,୨୫,୨୦୨ ଟଙ୍କା ମଞ୍ଜୁର ହୋଇଛି। ଏଥିରେ ମୋଟ ଜମିର ମୂଲ୍ୟ ୨୭,୫୪,୯୭୨ ଟଙ୍କା ରଖାଯାଇଥିବାବେଳେ ଧାରା ୨୯(୨) ଅନୁଯାୟୀ ବୃକ୍ଷ ବାବଦକୁ ୬୩,୦୯୧ ଟଙ୍କା, ଶତକଡ଼ା ୧୦୦% ସାନ୍ତ୍ୱନାମୂଳକ କ୍ଷତିପୂରଣ ୨୮,୧୮,୦୬୩ ଟଙ୍କା, ଧାରା ୩୦(୩) ଅନୁଯାୟୀ ଉପରୋକ୍ତ ଅର୍ଥର ଶତକଡ଼ା ୧୨% ଅତିରକ୍ତ କ୍ଷତିପୂରଣ ୨ ବର୍ଷ ପାଇଁ ୫,୫୦,୯୯୪ ଟଙ୍କା, ସରକାରୀ ରାଜସ୍ବର ପୁଞ୍ଜୀକୃତ ମୂଲ୍ୟ ୬୫୮ ଟଙ୍କା, ଯୁଚ୍ଛ ପ୍ରତିଷ୍ଠାନ ଖର୍ଚ୍ଚ ଶତକଡ଼ା ୨୦% ହିସାବରେ ୧୨,୩୭,୪୨୪ ଟଙ୍କା ଅଟକଳ ହୋଇଛି। ଏହି ଅଟକଳ ପରିମାଣକୁ ନୟାଗଡ଼ ଜିଲାପାଳ ମଞ୍ଜୁର କରିଥିବା ରିପୋର୍ଟରେ ଦର୍ଶାଯାଇଛି।
ନୟାଗଡ ଜିଲା ଦଶପଲ୍ଲା ତହସିଲ ଅନ୍ତର୍ଗତ ବୁଗୁଡା କଲୋନୀ ମୌଜାରେ ୧୧ ଏକର ଜମି ପାଇଁ ୧,୨୫,୯୭,୮୯୧ ଟଙ୍କା ଅଟକଳ ହୋଇଛି। ଏଥିରେ ମୋଟ ଜମିର କ୍ଷତ୍ରଫଳ ଅନୁଯାୟୀ ୪୪,୭୨,୧୬୦ ଟଙ୍କା ସହ ଧାରା ୨୯(୨) ଅନୁଯାୟୀ ଗୃହ, କୂପ, ବୃକ୍ଷ, ଫଳନ୍ତି ଶସ୍ୟ ବାବଦକୁ ୪୮,୦୧,୪୪୭ ଟଙ୍କା, ନୂତନ ଧାରା ୩୦(୧) ଅନୁଯାୟୀ ଉପରୋକ୍ତ ଅର୍ଥର ଶତକଡ଼ା ୧୦୦% ସାନ୍ତ୍ୱନାମୂଳକ କ୍ଷତିପୂରଣ ଭାବେ ୪୮,୦୧,୪୪୭ ଟଙ୍କା, ଧାରା ୩୦(୩) ଅନୁଯାୟୀ ଉପରୋକ୍ତ ଅର୍ଥର ଶତକଡ଼ା ୧୨% ଅତିରିକ୍ତ କ୍ଷତିପୂରଣ ବାବଦକୁ ୮,୯୪,୪୩୨ ଟଙ୍କା, ରାଜସ୍ବ ପୁଞ୍ଜୀକୃତ ମୂଲ୍ୟ ୧,୧୦୦ ଟଙ୍କା, ଶତକଡ଼ା ୨୦% ଯୁଚ୍ଛ ପ୍ରତିଷ୍ଠାନ ଖର୍ଚ୍ଚ ବାବଦକୁ ୨୦,୯୯,୪୬୫ ଟଙ୍କା ରଖାଯାଇଛି।
ନୟାଗଡ଼ ଜିଲା ଦଶପଲ୍ଲା ତହସିଲ ଅନ୍ତର୍ଗତ ଦୁରୁକିପାଜୁ ମୌଜାରେ ୩.୯୦୦ ଏକର ଜମି ପାଇଁ ୬୦,୩୪,୫୭୬ ଟଙ୍କା ମଞ୍ଜୁର ହୋଇଛି। ଏଥିରେ ମୋଟ କ୍ଷେତ୍ରଫଳ ଜମିର ମୂଲ୍ୟ ୨୨,୯୯,୦୯୬ ଟଙ୍କା ସମେତ ଧାରା ୨୯(୧) ଅନୁଯାୟୀ ବୃକ୍ଷ ପାଇଁ ୧୮,୦୫୪ ଟଙ୍କା, ନୂତନ ଧାରା ୩୦(୧) ଅନୁସାରେ ଶତକଡ଼ା ୧୦୦% ହାରରେ ସାନ୍ତ୍ୱନାମୂଳକ କ୍ଷତିପୂରଣ ୨୩,୧୭,୧୫୦ ଟଙ୍କା, ଉପରୋକ୍ତ ମୋଟ ମୂଲ୍ୟ ଉପରେ ଧାରା ୩୦(୩) ଅନୁସାରେ ଶତକଡ଼ା ୧୨% ଅତିରିକ୍ତ କ୍ଷତିପୂରଣ ବାବଦକୁ ୩,୯୪,୧୩୦ ଟଙ୍କା, ରାଜସ୍ବର ପୁଞ୍ଜିକୃତ ମୂଲ୍ୟ ୪୫୮ ଟଙ୍କା, ଯୁଚ୍ଛ ପ୍ରତିଷ୍ଠାନର ଖର୍ଚ୍ଚ ଶତକଡ଼ା ୨୦% ହାରରେ ୧୦,୦୫,୬୮୬ ଟଙ୍କା ଅଟକଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri