Categories: ବାଣିଜ୍ୟ

ଅକ୍ଟୋବର ସର୍ଭିସ ସେକ୍ଟରରେ ଉନ୍ନତି

ମୁମ୍ବାଇ: ଗତ ୮ ମାସରେ ଦେଶର ସର୍ଭିସ ସେକ୍ଟରରେ ପ୍ରଥମ ଥର ଲାଗି ଉନ୍ନତି ପରିଲକ୍ଷିତ ହୋଇଛି। ଚାହିଦା ବଢିବା ଯୋଗୁ ଏଭଳି ସ୍ଥିତି ସାମ୍ନାକୁ ଆସିଛି। ମାତ୍ର କରୋନା କବଳରୁ ବଜାର ସମ୍ପୂର୍ଣ୍ଣ ଭାବେ ମୁକୁଳିବାକୁ ସକ୍ଷମ ହୋଇ ନ ଥିବାରୁ ନିଯୁକ୍ତି ଉପରେ ଏହାର ପ୍ରଭାବ ଜାରି ରହିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଦେଶର ମାନୁଫାକଚରିଂ କ୍ଷେତ୍ର ଅଭିବୃଦ୍ଧି ଦଶନ୍ଧିର ସବୁଠାରୁ ଦ୍ରୁତ ସ୍ତରରେ ରହିଛି ବୋଲି ଏକ ଡାଟା ପ୍ରକାଶ ପାଇଥିଲା। କରୋନା ଦ୍ୱାରା କ୍ଷତିଗ୍ରସ୍ତ ଭାରତୀୟ ବଜାର ବର୍ତ୍ତମାନ ସୁଧାର ପଥରେ ରହିଛି। ନିକେଇ ଏବଂ ଆଏଚ୍‌ଏସ୍‌ ମାର୍କିଟ ସର୍ଭିସ ପରଚେଜିଂ ମ୍ୟାନେଜର୍ସ ସୂଚକାଙ୍କ ଅକ୍ଟୋବରରେ ୫୪.୧%କୁ ବୃଦ୍ଧି ଘଟିଛି। ସେପ୍ଟେମ୍ବରରେ ଏହା ୪୯.୮% ସ୍ତରରେ ରହିଥିଲା। ଅକ୍ଟୋବର ପରଠାରୁ ଏହି ସୂଚକାଙ୍କ ସର୍ବୋଚ୍ଚ ସ୍ତରରେ ରହିଛି। ସୂଚକାଙ୍କ ୫୦% ସ୍ତର ଉଚ୍ଚରେ ରହିଲେ ସେବା କ୍ଷେତ୍ର କାର୍ଯ୍ୟକଳାପ ଉନ୍ନତ ସ୍ତରରେ ରହିବ ବୋଲି ବିବେଚନା କରାଯାଏ।

Share