ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ସେବା ବିପର୍ଯ୍ୟସ୍ତ

ବାଙ୍କୀ,୫ା୧୨(ସ୍ବ.ପ୍ର.):ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ଓ ଏହା ଅଧୀନରେ ରହିଥିବା ସମସ୍ତ ପ୍ରାଥମିକ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଚାଳନାଗତ ତ୍ରୁଟି ରହିଛି। ଫଳରେ ଏସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇଛି। ତେଣୁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି ହୋଇଛି। ଏନେଇ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ନିର୍ଦ୍ଦେଶକ୍ରମେ ବାଙ୍କୀ ବିଧାନସଭା ଯୁବକଂଗ୍ରେସ ପକ୍ଷରୁ ବିଧାନସଭା ଯୁବକଂଗ୍ରେସ ସଭାପତି ବିଭୂତି ଭୂଷଣ ଦଳସିଂହ ରାୟଙ୍କ ନେତୃତ୍ୱରେ ଏକ ୬ଜଣିଆ ପ୍ରତିନିଧିମଣ୍ଡଳୀ କଟକ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମ୍‌ଓ) ସତ୍ୟବ୍ରତ ଛୋଟରାୟଙ୍କୁ ସାକ୍ଷାତ କରି ୧୦ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ ଦର୍ଶାଯାଇଛି ଯେ, ପ୍ରଶାସନିକ ଅବହେଳା ପାଇଁ ବାଙ୍କୀ ମୁଖ୍ୟ ଚିକିତ୍ସାଳୟ ନିଜର ସତ୍ତା ହରାଇବାରେ ଲାଗିଛି। ବାଙ୍କୀ ନିର୍ବାଚନୀମଣ୍ଡଳୀର ଏହା ସବୁଠାରୁ ବଡ଼ଡାକ୍ତରଖାନା ହୋଇଥିବା ବେଳେ ଏଠାରେ ଲୋକଙ୍କୁ ଉପଯୁକ୍ତ ସେବା ମିଳିପାରୁନାହିଁ। ଏହାବ୍ୟତୀତ ୧୦ବର୍ଷରୁ ଊର୍ଦ୍ଧ୍ୱ ହେବ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭେଷଜ ବିଶେଷଜ୍ଞ ନାହାନ୍ତି। ୧୪ଟି ବିଭାଗର ଡାକ୍ତରଙ୍କ ନିଯୁକ୍ତି ସତ୍ତ୍ୱେ ୨୪ଘଣ୍ଟିଆ ସେବା ମିଳିପାରୁନାହିଁ। ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ଚିକିତ୍ସାଳୟରେ ଦେଖିବାକୁ ମିଳୁନାହିଁ, ଯଦ୍ଦ୍ବାରା କୌଣସି ସମସ୍ୟା ନେଇ ତାଙ୍କ ସହ ଆଲୋଚନା ମଧ୍ୟ ହୋଇ ପାରୁନାହିଁ। ଉପଖଣ୍ଡ ଚିକିତ୍ସା ଅଧିକାରୀ ଏଠାକୁ ଡେପୁଟେଶନରେ ଆସିବା ଫଳରେ ତାଙ୍କର କୌଣସି ଆର୍ଥିକ କ୍ଷମତା ନ ଥିବାରୁ ପ୍ରଶାସନିକ ଅବ୍ୟବସ୍ଥା ଦେଖାଦେଇଛି। ନିଶ୍ଚେତକ ପାଇଁ ଯେଉଁ ଡାକ୍ତର ଏଠାକୁ ଡେପୁଟେସନରେ ଆସିଛନ୍ତି ସେ ଅନ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଛନ୍ତି। ଯଦ୍ଦ୍ବାରା ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚିକିତ୍ସାଳୟରେ ୭ ଫାର୍ମାସିଷ୍ଟ ରହିଥିବା ବେଳେ ଏବେ ୫ଜଣ କାର୍ଯ୍ୟ କରୁଛନ୍ତି। ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ରାତିରେ କାର୍ଯ୍ୟ କରୁନାହାନ୍ତି। ଡାକ୍ତରଙ୍କ ପାଇଁ ସରକାରୀ କ୍ୱାର୍ଟର୍ସ ରହିଥିବା ବେଳେ କେହିବି ସେଠାରେ ରହୁନାହାନ୍ତି। ସେମାନଙ୍କ ସ୍ଥାନରେ ଅନ୍ୟକର୍ମଚାରୀ ରହୁଛନ୍ତି। ଡାକ୍ତରଙ୍କ ଅବହେଳା ଯୋଗୁ ଚିକିତ୍ସାଳୟରେ ରହିଥିବା ବ୍ଲଡ ବ୍ୟାଙ୍କ କାର୍ଯ୍ୟକ୍ଷମ ହେଉନାହିଁ। ସରକାରଙ୍କ ପକ୍ଷରୁ ଡାକ୍ତରଖାନା କାନ୍ଥରେ ମରାଯାଇଥିବା ଔଷଧ ଚିକିତ୍ସାଳୟରେ ଉପଲବ୍ଧ ହେଉ ନ ଥିବା ଅଭିଯୋଗ କରାଯାଇଛି। ଯେଉଁ ସବୁ ଅତ୍ୟାଧୁନିକ ଯନ୍ତ୍ର ଚିକିତ୍ସାଳୟରେ ରହିଛି ସେ ସବୁର ବ୍ୟବହାର କରାଯାଉ ନ ଥିବାରୁ କଳଙ୍କି ଲାଗିଗଲାଣି। ଲୋକେ ଅଧିକ ଅର୍ଥ ବ୍ୟୟ କରି ସମସ୍ତ ପ୍ରକାର ପରୀକ୍ଷା କରି ରିପୋର୍ଟ ଆଣୁଛନ୍ତି। ଚିକିତ୍ସାଳୟରେ କର୍ମଚାରୀଙ୍କ ରୋଗୀମାନଙ୍କ ପ୍ରତି ବ୍ୟବହାର ଠିକ ରହୁନାହିଁ। ସାମାନ୍ୟ ଚିକିତ୍ସା ପାଇଁ ଏଠାରୁ ରୋଗୀଙ୍କୁ କଟକ କିମ୍ବା ଅନ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି, ଯଦ୍ଦ୍ବାରା ଅନେକାଂଶରେ ରୋଗୀଙ୍କ ଜୀବନ ଚାଲିଯିବା ଆଶଙ୍କା ଦେଖାଯାଉଛି। ତେଣୁ ଏ ସବୁ ସମସ୍ୟାର ସମାଧାନ ପାଇଁ ଯୁବ କଂଗ୍ରେସ ପ୍ରତିନିଧି ଦଳ ପକ୍ଷରୁ ଦାବି କରାଯାଇଛି।
ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଛୋଟରାୟ ସମସ୍ୟା ଗୁଡିକର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଜଣାଇବା ସହ ତାଙ୍କ ସ୍ତରରେ ଯାହା ସମ୍ଭବ ସେ ସବୁକୁ ଶୀଘ୍ର ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମାତ୍ର ସମସ୍ୟା ଗୁଡିକର ଯଦି ସମାଧାନ ନ ହୁଏ ତେବେ ବାଙ୍କୀ ଯୁବକଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ପ୍ରତିନିଧି ଦଳ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଛୋଟରାୟଙ୍କୁ ଜଣାଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ବାଙ୍କୀ ବିଧାନ ସଭା ଯୁବକଂଗ୍ରେସ କାର୍ଯ୍ୟକାରୀ ସଭାପତି ସୋମନାଥ ପଣ୍ଡା, ଡମପଡ଼ା ବ୍ଲକ ଯୁବକଂଗ୍ରେସ ଉପସଭାପତି ଆକାଶ ବେଉରା, କଟକ ଜିଲା ଯୁବକଂଗ୍ରେସ ପୂର୍ବତନ ସମ୍ପାଦକ ରଶ୍ମିରଞ୍ଜନ ପଣ୍ଡା, ସୌମ୍ୟରଞ୍ଜନ ବେଉରା ଓ ଗଗନ ବେହେରା ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri