ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ସେବା ବିପର୍ଯ୍ୟସ୍ତ

ବାଙ୍କୀ,୫ା୧୨(ସ୍ବ.ପ୍ର.):ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ଓ ଏହା ଅଧୀନରେ ରହିଥିବା ସମସ୍ତ ପ୍ରାଥମିକ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଚାଳନାଗତ ତ୍ରୁଟି ରହିଛି। ଫଳରେ ଏସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇଛି। ତେଣୁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି ହୋଇଛି। ଏନେଇ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ନିର୍ଦ୍ଦେଶକ୍ରମେ ବାଙ୍କୀ ବିଧାନସଭା ଯୁବକଂଗ୍ରେସ ପକ୍ଷରୁ ବିଧାନସଭା ଯୁବକଂଗ୍ରେସ ସଭାପତି ବିଭୂତି ଭୂଷଣ ଦଳସିଂହ ରାୟଙ୍କ ନେତୃତ୍ୱରେ ଏକ ୬ଜଣିଆ ପ୍ରତିନିଧିମଣ୍ଡଳୀ କଟକ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମ୍‌ଓ) ସତ୍ୟବ୍ରତ ଛୋଟରାୟଙ୍କୁ ସାକ୍ଷାତ କରି ୧୦ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ ଦର୍ଶାଯାଇଛି ଯେ, ପ୍ରଶାସନିକ ଅବହେଳା ପାଇଁ ବାଙ୍କୀ ମୁଖ୍ୟ ଚିକିତ୍ସାଳୟ ନିଜର ସତ୍ତା ହରାଇବାରେ ଲାଗିଛି। ବାଙ୍କୀ ନିର୍ବାଚନୀମଣ୍ଡଳୀର ଏହା ସବୁଠାରୁ ବଡ଼ଡାକ୍ତରଖାନା ହୋଇଥିବା ବେଳେ ଏଠାରେ ଲୋକଙ୍କୁ ଉପଯୁକ୍ତ ସେବା ମିଳିପାରୁନାହିଁ। ଏହାବ୍ୟତୀତ ୧୦ବର୍ଷରୁ ଊର୍ଦ୍ଧ୍ୱ ହେବ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭେଷଜ ବିଶେଷଜ୍ଞ ନାହାନ୍ତି। ୧୪ଟି ବିଭାଗର ଡାକ୍ତରଙ୍କ ନିଯୁକ୍ତି ସତ୍ତ୍ୱେ ୨୪ଘଣ୍ଟିଆ ସେବା ମିଳିପାରୁନାହିଁ। ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ଚିକିତ୍ସାଳୟରେ ଦେଖିବାକୁ ମିଳୁନାହିଁ, ଯଦ୍ଦ୍ବାରା କୌଣସି ସମସ୍ୟା ନେଇ ତାଙ୍କ ସହ ଆଲୋଚନା ମଧ୍ୟ ହୋଇ ପାରୁନାହିଁ। ଉପଖଣ୍ଡ ଚିକିତ୍ସା ଅଧିକାରୀ ଏଠାକୁ ଡେପୁଟେଶନରେ ଆସିବା ଫଳରେ ତାଙ୍କର କୌଣସି ଆର୍ଥିକ କ୍ଷମତା ନ ଥିବାରୁ ପ୍ରଶାସନିକ ଅବ୍ୟବସ୍ଥା ଦେଖାଦେଇଛି। ନିଶ୍ଚେତକ ପାଇଁ ଯେଉଁ ଡାକ୍ତର ଏଠାକୁ ଡେପୁଟେସନରେ ଆସିଛନ୍ତି ସେ ଅନ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଛନ୍ତି। ଯଦ୍ଦ୍ବାରା ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚିକିତ୍ସାଳୟରେ ୭ ଫାର୍ମାସିଷ୍ଟ ରହିଥିବା ବେଳେ ଏବେ ୫ଜଣ କାର୍ଯ୍ୟ କରୁଛନ୍ତି। ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ରାତିରେ କାର୍ଯ୍ୟ କରୁନାହାନ୍ତି। ଡାକ୍ତରଙ୍କ ପାଇଁ ସରକାରୀ କ୍ୱାର୍ଟର୍ସ ରହିଥିବା ବେଳେ କେହିବି ସେଠାରେ ରହୁନାହାନ୍ତି। ସେମାନଙ୍କ ସ୍ଥାନରେ ଅନ୍ୟକର୍ମଚାରୀ ରହୁଛନ୍ତି। ଡାକ୍ତରଙ୍କ ଅବହେଳା ଯୋଗୁ ଚିକିତ୍ସାଳୟରେ ରହିଥିବା ବ୍ଲଡ ବ୍ୟାଙ୍କ କାର୍ଯ୍ୟକ୍ଷମ ହେଉନାହିଁ। ସରକାରଙ୍କ ପକ୍ଷରୁ ଡାକ୍ତରଖାନା କାନ୍ଥରେ ମରାଯାଇଥିବା ଔଷଧ ଚିକିତ୍ସାଳୟରେ ଉପଲବ୍ଧ ହେଉ ନ ଥିବା ଅଭିଯୋଗ କରାଯାଇଛି। ଯେଉଁ ସବୁ ଅତ୍ୟାଧୁନିକ ଯନ୍ତ୍ର ଚିକିତ୍ସାଳୟରେ ରହିଛି ସେ ସବୁର ବ୍ୟବହାର କରାଯାଉ ନ ଥିବାରୁ କଳଙ୍କି ଲାଗିଗଲାଣି। ଲୋକେ ଅଧିକ ଅର୍ଥ ବ୍ୟୟ କରି ସମସ୍ତ ପ୍ରକାର ପରୀକ୍ଷା କରି ରିପୋର୍ଟ ଆଣୁଛନ୍ତି। ଚିକିତ୍ସାଳୟରେ କର୍ମଚାରୀଙ୍କ ରୋଗୀମାନଙ୍କ ପ୍ରତି ବ୍ୟବହାର ଠିକ ରହୁନାହିଁ। ସାମାନ୍ୟ ଚିକିତ୍ସା ପାଇଁ ଏଠାରୁ ରୋଗୀଙ୍କୁ କଟକ କିମ୍ବା ଅନ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି, ଯଦ୍ଦ୍ବାରା ଅନେକାଂଶରେ ରୋଗୀଙ୍କ ଜୀବନ ଚାଲିଯିବା ଆଶଙ୍କା ଦେଖାଯାଉଛି। ତେଣୁ ଏ ସବୁ ସମସ୍ୟାର ସମାଧାନ ପାଇଁ ଯୁବ କଂଗ୍ରେସ ପ୍ରତିନିଧି ଦଳ ପକ୍ଷରୁ ଦାବି କରାଯାଇଛି।
ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଛୋଟରାୟ ସମସ୍ୟା ଗୁଡିକର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଜଣାଇବା ସହ ତାଙ୍କ ସ୍ତରରେ ଯାହା ସମ୍ଭବ ସେ ସବୁକୁ ଶୀଘ୍ର ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମାତ୍ର ସମସ୍ୟା ଗୁଡିକର ଯଦି ସମାଧାନ ନ ହୁଏ ତେବେ ବାଙ୍କୀ ଯୁବକଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ପ୍ରତିନିଧି ଦଳ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଛୋଟରାୟଙ୍କୁ ଜଣାଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ବାଙ୍କୀ ବିଧାନ ସଭା ଯୁବକଂଗ୍ରେସ କାର୍ଯ୍ୟକାରୀ ସଭାପତି ସୋମନାଥ ପଣ୍ଡା, ଡମପଡ଼ା ବ୍ଲକ ଯୁବକଂଗ୍ରେସ ଉପସଭାପତି ଆକାଶ ବେଉରା, କଟକ ଜିଲା ଯୁବକଂଗ୍ରେସ ପୂର୍ବତନ ସମ୍ପାଦକ ରଶ୍ମିରଞ୍ଜନ ପଣ୍ଡା, ସୌମ୍ୟରଞ୍ଜନ ବେଉରା ଓ ଗଗନ ବେହେରା ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri