ସେବା ଓ ସର୍ଜନାର ଦୀପ୍ତି : କମଳା ଶତପଥୀ

ଜୀବନ ସଂଘର୍ଷ ଓ ଗତିଶୀଳତାର ଅନ୍ୟ ନାମ । ଆସ୍ପର୍ଦ୍ଧା ଓ ସ୍ବାଭିମାନ ଜୀବନକୁ ଗରିମା ମଣ୍ଡିତ କରେ । ମଣିଷ ଅସରନ୍ତି ସାମର୍ଥ୍ୟର ଉତ୍ସ ।
ଖାଲି ତାହା ଆବିଷ୍କାର କରି ଜାଣିଲେ ହେଲା । ଏ କଥା ନିଜ ଜୀବନ ଓ ସାଧନା ମାଧ୍ୟମରେ ସୂଚାଇ ଦିଅନ୍ତି କମଳା ଶତପଥୀ ।
ସେ କୁହନ୍ତି , ‘ନାରୀଟିଏ ସବୁ ପ୍ରତିକୂଳ ପରିସ୍ଥିତି ଭିତରୁ ଜୀବନକୁ ସହଜ ସୁନ୍ଦର କରିବାର ବାଟ କାଢ଼ିବା ବେଶ୍‌ ଜାଣେ । ’ ସେ ହିଁ କହିପାରନ୍ତି , ‘ଲୁହକୁ ଆଖିରେ ନୁହେଁ ଆତ୍ମାରେ କଠିନ କରେଇ ପାରିଲେ ତାହା ମୁକ୍ତା ଭଳି ଦୁର୍ମୂଲ୍ୟ ହୋଇଯିବ । ଜୀବନକୁ ବଞ୍ଚିବାର କଳା ଜାଣିଗଲେ ପୃଥିବୀ ଆପେ ଲୋଭନୀୟ ହୋଇଉଠିବ ।’ ମୃତ୍ୟୁ ସହ ଲଢ଼ି ଜୀବନକୁ ଜିତି ଭରପୁର ଜୀଉଁଥିବା ଏବଂ ଅସଂଖ୍ୟ ନାରୀଙ୍କ ଭିତରେ ଜୀବନକୁ ସସମ୍ମାନେ ଜୀଆଁଉଥିବା ଏହି ନାରୀ ଜଣଙ୍କ ହେଉଛନ୍ତି କମଳା ଶତପଥୀ ଯିଏ ଏକାଧାରରେ କବି , ପ୍ରାବନ୍ଧିକ , କଥାକାର , ନାଟ୍ୟକାର ,
ଅନୁବାଦିକା, ସଂଗଠକ, ସମ୍ପାଦକ, ସଂସ୍କୃତି ସଂରକ୍ଷକ, ବକ୍ତା ଆଉ କେତେ କଣ ।
ଜୁଲାଇ ୧,୧୯୬୩ରେ ବାରଙ୍ଗର ଖୈରପଡ଼ା ଗାଁରେ ପିତା ଗନ୍ଧର୍ବ ମିଶ୍ର ଏବଂ ମାତା ସ୍ନେହଲତା ମିଶ୍ରଙ୍କ କୋଳ ମଣ୍ଡନ କରିଥିଲେ ସୁପୁତ୍ରୀ କମଳା ଶତପଥୀ । କଟକର ପାଣି ପବନରେ ବଢିଥିବା କମଳା ରେଭେନ୍ସା ଗାର୍ଲସ ହାଇସ୍କୁଲ୍‌ ରୁ ୧୯୭୯ ମସିହାରେ ମେଟ୍ରିକ୍‌ ପାସ୍‌ କରି ଶୈଳବାଳା ମହିଳା ମହାବିଦ୍ୟାଳୟ ୧୯୮୩ ମସିହାରେ ସ୍ନାତକ , ବାଣୀ ବିହାରରୁ ୧୯୮୫ରେ ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ବିଷୟ ସିନା ଦର୍ଶନ ରୁଚି ଥିଲା କଳା ଓ ସଂସ୍କୃତିରେ । ପରମ୍ପରାବାଦୀ ପରିବେଶ ଯେଉଁଠି କେବଳ ପାଠପଢ଼ାକୁ ଗୁରୁତ୍ୱ ଦିଆଯାଉଥିଲା ସେଠାରେ ପିତାମାତାଙ୍କ ବିଶେଷ ଆଗ୍ରହ ପାଇଁ ଓଡିଶୀ ଗୀତ ଶିଖିବାର ସୁଯୋଗ ମିଳିଥିଲା । ବଗିଚା କାମ , କିଛି କିଛି ସିଲେଇପତ୍ର, ବୁଣାବୁଣି ଓ ଚିତ୍ରାଙ୍କନ ବି ଶିଖୁଥିଲେ ଯାହା ପରବର୍ତ୍ତୀ ସମୟରେ ତାଙ୍କୁ କଳାନୁରାଗୀ କରିଥିଲା । ବିବାହ ପରେ ମୁମ୍ବାଇ ଆସିଲା ପରେ ସେସବୁକୁ ଶିଖିବାର ଇଚ୍ଛାକୁ ସାକାର କରିବାକୁ ସୁଯୋଗ ମିଳିଲା । ସେ ନାଚ, ଡ୍ରାମା, ଡବିଙ୍ଗ୍‌ , ସିଲେଇ, ବୁଣାବୁଣି ସବୁ ପ୍ରକାରର କଳାରେ ନିଜର ଦକ୍ଷତା ପ୍ରତିପାଦନ କରିବା ସହ ଅନ୍ୟ ମହିଳାମାନଙ୍କୁ ବି ସେଥିରେ ସିଦ୍ଧହସ୍ତ ଓ ଉପାର୍ଜନକ୍ଷମ ହେବାକୁ ତାଲିମ ଦେଉଛନ୍ତି ।
ନିଜ ଜନ୍ମମାଟିଠାରୁ ଅନେକ ଦୂରରେ ମୁମ୍ବାଇରେ ଦୀର୍ଘ ସଇଁତିରିଶ ବର୍ଷ ଧରି ଅବସ୍ଥାନ କରିଥିବା କମଳା ଶତପଥୀ ନିଜ ଜୀବନସାଥୀ ସଚ୍ଚିଦାନନ୍ଦ ଶତପଥୀଙ୍କ ସହ ଅନେକ ଗୁଡିଏ ଓଡ଼ିଆ ସଂସ୍ଥା ସହ ଯୋଡି ହୋଇ ଓଡ଼ିଆ ଅସ୍ମିତା ପାଇଁ କାମ କରି ଆସୁଛନ୍ତି ।
ନାରୀ ସଶକ୍ତିକରଣ ପାଇଁ କାର୍ଯ୍ୟ କରୁଥିବା ବମ୍ବେ ଓଡ଼ିଆ ଓମେନ୍ସ ଆସୋସିଏସନ
(ବୋଆ BOWA) ସହିତ ପ୍ରଥମରୁ କମଳା ଶତପଥୀ ଜଡ଼ିତ । ଏହି ସଂସ୍ଥା ଦ୍ୱାରା ପ୍ରକାଶ ପାଉଥିବା ବାର୍ଷିକ ମୁଖପତ୍ର ‘ତଅପୋଇ’ର ସେ ସମ୍ପାଦିକା । ‘ତଅପୋଇ’ ମାଧ୍ୟମରେ ପ୍ରବାସୀ ଓଡ଼ିଆଙ୍କୁ ନିଜ ମାତୃଭାଷା ପାଇଁ ପ୍ରେମ ଓ ସମ୍ମାନ ଜଣାଇବାକୁ ସେ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି । କରୋନା ସମୟରେ ବିପର୍ଯ୍ୟସ୍ତ ମାନସିକତାରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ହ୍‌ାଟ୍ସଆପ ଗ୍ରୁପରେ ଏକତ୍ରିତ କରି ଲେଖାଲେଖି ପାଇଁ ପ୍ରୋତ୍ସାହିତ କରିବା ସହ ସେସବୁ ଲେଖାକୁ ପତ୍ରିକା ଆକାରରେ ପ୍ରକାଶିତ କରେଇ ପାଠକପ୍ରିୟ କରିପାରିଛନ୍ତି । ଏତଦ୍‌ବ୍ୟତୀତ ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇବା ପାଇଁ ବିଭିନ୍ନ ସଂସ୍ଥା ମାଧ୍ୟମରେ ସିଲେଇ ଆଉ ବୁଣାବୁଣିଠାରୁ ଆରମ୍ଭ କରି ପେଣ୍ଟିଂ ,
ବେଡ଼ସିଟ, କୁସନ ଡିଜାଇନ, ପଟ ମେକିଙ୍ଗ, ଟି ସାର୍ଟ ଡିଜାଇନ ଭଳି ଅତ୍ୟନ୍ତ ଘରୋଇ ଚିଜକୁ କେମିତି କଳାତ୍ମକ ଓ ଆକର୍ଷଣୀୟ କରିହେବ ସେହିସବୁ କାମ ସେ ଶିକ୍ଷା ଦିଅନ୍ତି । ସେହିସବୁ ହସ୍ତକାର୍ଯ୍ୟକୁ ସଂସ୍ଥା ଦ୍ୱାରା ଆୟୋଜିତ ପ୍ରଦର୍ଶନୀରୁ ଲୋକେ ପସନ୍ଦ କରି କିଣନ୍ତି ଏବଂ ଲବ୍ଧ ଲାଭକୁ ବୋଆର କ୍ୟାନସର ସେଲଟର୍‌ ହୋମ୍‌ର ରୋଗୀଙ୍କୁ ଦାନ କରାଯାଏ।
ଓଡିଶା ଲେଖିକା ସଂସଦ ସମ୍ମାନ, କଳିଙ୍ଗ ବୁକ ଫେଆର ସମ୍ମାନ, ସୁବାର୍ତ୍ତା ଶ୍ରେଷ୍ଠ କବି ସମ୍ମାନ, ସାଗରିକା ସମ୍ମାନ, ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ ସୁବ୍ରତ ରଥ ସ୍ମାରକୀ ପୁରସ୍କାର, ଦକ୍ଷା ଉପନ୍ୟାସ ପୁରସ୍କାର, ରାଜଧାନୀ ବୁକ୍‌ ଫେଆର ସମ୍ମାନ ଆଦି ଅନେକ ମାନସମ୍ମାନ ହାସଲ କରିଥିବା କମଳା ଶତପଥୀଙ୍କ ଓଡ଼ିଆ, ହିନ୍ଦୀ, ମରାଠୀ ହୋଇ ୨୬ ଖଣ୍ଡ ବହି ରହିଛି । ଆକାଶବାଣୀ କଟକ କେନ୍ଦ୍ରରେ ୧୩ଟି ବେତାର ନାଟକ ପ୍ରସାରିତ ହୋଇଛି । ପୁସ୍ତକ ଆକାରରେ ଛଅଟି ନାଟକ ପ୍ରକାଶିତ ହୋଇଥିଲାବେଳେ ନିଜ ଲିଖିତ କୋଡିଏଟି ନାଟକକୁ ମୁମ୍ବାଇରେ ଆପଣା ନିର୍ଦ୍ଦେଶନାରେ ମଞ୍ଚସ୍ଥ କରେଇ ସାରିଛନ୍ତି । ବାଇଶ ଖଣ୍ଡ ଉପନ୍ୟାସ ବିଭିନ୍ନ ବର୍ଷର ପୂଜା ସଂଖ୍ୟାରେ ପ୍ରକାଶିତ ହୋଇ ଢେର ପାଠକୀୟ ଖ୍ୟାତି ଅର୍ଜନ କରିଛି । ତାଙ୍କ ଲେଖାଗୁଡିକ ହିନ୍ଦୀ, ମରାଠୀ , ଇଂରାଜୀ ,
ତେଲେଗୁ , କନ୍ନଡ଼ ଭାଷାରେ ଅନୂଦିତ ହୋଇ ତାଙ୍କୁ ବିପୁଳ ଶ୍ରଦ୍ଧା ଓ ସାମ୍ମାନ ଦେଇଛି ।
ଏବେ ଏବେ ୨୦୨୨ ବର୍ଷ ପାଇଁ ସୟଦ୍‌ ସଲିମଙ୍କର ତେଲୁଗୁ ଉପନ୍ୟାସ ‘ଭେନ୍ଦି ମେଘମ୍‌’ ର ହିନ୍ଦୀ ପୁସ୍ତକ ‘ସୁନହରୀ ବାଦଲ’କୁ ଓଡ଼ିଆରେ ଅନୁବାଦ କରି କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସଫଳ ଅନୁବାଦ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କୁହନ୍ତି ,‘ଅନୁବାଦ ଏକ କଳା ଏବଂ କଷ୍ଟସାଧ୍ୟ କାର୍ଯ୍ୟ । ଦୁଇଟି ଯାକ ଭାଷା ଉପରେ ସେତିକି ଦକ୍ଷତା ନରହିଲେ ଅନୁବାଦ ସଫଳ ହୁଏନି । ଅଭିଧାନ ଧରି ଶବ୍ଦର ଅର୍ଥ ସିନା ଖୋଜି ହୁଏ ଭାବ ନୁହେଁ । ସେହି ଭାବକୁ ନିଜ ଭାଷାରେ ମୌଳିକ ଭାବରେ ଲେଖି ପରଷିବାର କଳାଟି ଅନୁବାଦକୁ ସଫଳ କରେ । ’ ଅପର୍ଯ୍ୟାପ୍ତ ଭାବକୁ ଧରି ପ୍ରବାସରେ ନିଜ ମାତୃଭାଷାକୁ ସଭିଙ୍କ ପାଖରେ ପହଞ୍ଚେଇବାର ପ୍ରଚଣ୍ଡ ଅଭିଳାଷରୁ ତିଆରି ହୋଇଛି ତାଙ୍କ ଭିତରେ ଅନୁବାଦ କରିବାର ନିଶା ବୋଲି ସେ କୁହନ୍ତି । ଅନୁବାଦ କରିବାର ଝୁଙ୍କ ତାଙ୍କ ଭିତରେ ତିଆରି କରିଥିଲେ ଉର୍ଦ୍ଦୁ , ହିନ୍ଦୀ, ମରାଠୀ ଭାଷାର ବିଶିଷ୍ଟ ସାହିତ୍ୟିକ ଡ. ରାମ ପଣ୍ଡିତ । ସବୁ ଅନୁବାଦକଙ୍କ ଭଳି ଅନ୍ୟ ଭାଷାର ଲେଖାକୁ ମାତୃଭାଷାରେ ଅନୁବାଦ ନକରି ସେ ପ୍ରଥମେ ବିଶିଷ୍ଟ କବି ବଂଶୀଧର ଷଡ଼ଙ୍ଗୀଙ୍କ ଛଅ ଗୋଟି ଓଡ଼ିଆ କବିତା ହିନ୍ଦୀକୁ ଅନୁବାଦ କରି , ତାର ସମୀକ୍ଷା ଲେଖି ‘ଶବ୍ଦସୃଷ୍ଟି ’ନାମକ ଏକ ପ୍ରତିଷ୍ଠିତ ଦ୍ବିଭାଷୀ ପତ୍ରିକାକୁ ପଠେଇ ସଫଳ ହୋଇଥିଲେ। ବିଭିନ୍ନ ଭାଷାରେ ଦକ୍ଷତା ଥିବା, ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଉଥିବା ଏବଂ ଚେହେରାର ସାଧାରଣ ଲାଗୁଥିବା କମଳା ଶତପଥୀ ଅସାଧାରଣତ୍ୱକୁ ଆଧାର କରି ନାରୀ ସଶକ୍ତିକରଣ ପାଇଁ , ଜୀବନବୋଧ ପାଇଁ ଯେଉଁ ମର୍ଯ୍ୟାଦାଜନକ କାମ କରୁଛନ୍ତି ତାହା ନିହାତି ଉଦାହରଣୀୟ ।
-ମାନମୟୀ ରଥ
ସେଣ୍ଟ ଜାଭିୟର୍ସ କିଡ୍ସ, ବାଲିପୁଟ ,ପୁରୀ, ମୋ:୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri