ଗମ୍ଭୀର ଭାଗୀଦାରି

ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଥମ ଥର ଆମେରିକାର ରାଷ୍ଟ୍ରପତି ହେବା ପରେ ସେ ପାକିସ୍ତାନ ଉପରେ କ୍ରୋଧିତ ଥିଲେ ବୋଲି ୨୦୧୮ରେ ତାଙ୍କର ପ୍ରଥମ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡ଼ିଥିଲା। ସେ ଦୁଃଖ ପ୍ରକାଶ କରି କହିଥିଲେ, ଦୀର୍ଘ ୧୫ ବର୍ଷ ହେଲା ଆମେରିକା ବୋକା ଭାବେ ପାକିସ୍ତାନକୁ ୩୩ ବିଲିୟନ ଡଲାରରୁ ଅଧିକ ସହାୟତା ଦେଇଛି ଏବଂ ଏହା ବଦଳରେ କେବଳ ଧୋକା ଓ ମିଥ୍ୟା ପାଇଛି। ୧୧ ସେପ୍ଟେମ୍ବର ୨୦୦୧ ଆତଙ୍କବାଦ ଆକ୍ରମଣ ପରେ ପାଖାପାଖି ଏକ ଦଶନ୍ଧି ଧରି ପାକିସ୍ତାନ ଓସ୍‌ମା ବିନ୍‌ ଲାଡେନଙ୍କୁ ଆଶ୍ରୟ ଦେବା ସହ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଦର୍ଶାଇ ପାକିସ୍ତାନକୁ ଦିଆଯାଉଥିବା ପ୍ରତିରକ୍ଷା ସହାୟତା ଟ୍ରମ୍ପ୍‌ ବନ୍ଦ କରିଥିଲେ। ଏବେ ପାକିସ୍ତାନ ସାମରିକ ଓ ଗୋଇନ୍ଦା ସହାୟତା ପାଇ ସନ୍ତ୍ରାସବାଦ ଗୋଷ୍ଠୀଙ୍କ ପାଇଁ ସୁରକ୍ଷିତ ସ୍ବର୍ଗ ପାଲଟିଯାଇଛି। ଚାଇନା ସହ ଏହାର ସମ୍ପର୍କ ମଧ୍ୟ ନିବିଡ଼। ଚଳିତ ମାସ ପ୍ରାରମ୍ଭରେ ଟ୍ରମ୍ପ୍‌ ପ୍ରଶାସନ ସହ ଚାଇନାର ବାଣିଜ୍ୟ ଚୁକ୍ତି ହୋଇଛି। ହେଲେ ଆମେରିକାର ପ୍ରଥମ ଶତ୍ରୁ ଭାବେ ଚାଇନା ରହିଛି। ତଥାପି ପାକିସ୍ତାନ ପ୍ରତି ଆମେରିକା ଅସନ୍ତୋଷ ପ୍ରକାଶ କରିବା ବଦଳରେ ତା’ସହ ନିବିଡ଼ ସମ୍ପର୍କ ରଖିବାକୁ ଚାହୁଁଛି।
ଟ୍ରମ୍ପ୍‌ ପ୍ରଶାସନ ଅଧିକାରୀମାନେ ଏଭଳି ବିପରୀତ ସ୍ଥିତିକୁ ଯୁକ୍ତିଯୁକ୍ତ ମନେକରିଛନ୍ତି। କାରଣ ଇରାନକୁ ରୋକିବା ସହ ସେହି ଅଞ୍ଚଳରେ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ଦ୍ୱାରା ଆମେରିକା ସ୍ବାର୍ଥ ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ସେମାନଙ୍କ ଉପରେ ଲଗାମ ଲଗାଇବା ପାଇଁ ଏଭଳି ପଦକ୍ଷେପ ନେଇଛି। କିନ୍ତୁ ପାକିସ୍ତାନ ବାରମ୍ବାର ସାବ୍ୟସ୍ତ କରିଛି ଯେ, ଏହା ଏକ ବିଶ୍ୱସ୍ତ ପ୍ରତିରକ୍ଷା ଅଂଶୀଦାର ନୁହେଁ ଏବଂ ଏଥିରେ ପରିବର୍ତ୍ତନ ହେବାର କୌଣସି କାରଣ ବି ଦେଖାଯାଉନାହିଁ। ଟ୍ରମ୍ପ୍‌ ପାକିସ୍ତାନକୁ କୋଳେଇ ନେବା କାରଣ ପଛରେ ରହିଛି ତାଙ୍କର ଆର୍ଥିକ ଲାଭ ଓ ବୈଦେଶିକ ନୀତି ପ୍ରତି ବ୍ୟାବହାରିକ ଦୃଷ୍ଟିକୋଣ। ତେବେ ଟ୍ରମ୍ପ୍‌ଙ୍କ ପରିବାରର ଅଧିକାଂଶ ଶେୟାର ଥିବା ଏକ କ୍ରିପ୍ଟୋକରେନ୍ସି ଫାର୍ମ ଓ୍ବାଲର୍‌ଡ ଲିବର୍ଟି ଫାଇନାନ୍‌ସିଆଲ ସହ ଏପ୍ରିଲରେ ବିବାଦୀୟ ନିବେଶ ଚୁକ୍ତିରେ ପାକିସ୍ତାନ ସ୍ବାକ୍ଷର କରିବା ଘଟଣାକୁ ଦେଖାଯାଉ। ମଧ୍ୟପ୍ରାଚ୍ୟରେ ଟ୍ରମ୍ପ୍‌ଙ୍କ ସ୍ବତନ୍ତ୍ର ରାଷ୍ଟ୍ରଦୂତ ଥିବା ଷ୍ଟିଭ ଓ୍ବିଟିକୋଫ୍‌ଙ୍କ ପୁଅ ଜାକ୍‌ ଓ୍ବିଟ୍‌କୋଫ ଏହି କମ୍ପାନୀର ସିଇଓ ଅଛନ୍ତି ଏବଂ ସେ ମଧ୍ୟ ଉଭୟ ଟ୍ରମ୍ପ୍‌ ଓ ଓ୍ବିଟ୍‌କୋଫ୍‌ଙ୍କ ପରିବାର ପ୍ରମୁଖ ଅଂଶୀଦାର ଥିବା ଏକ କମ୍ପାନୀର ମୁଖ୍ୟ। ଏହି ଚୁକ୍ତି ଆମେରିକାର ପୂର୍ବତନ ଅଧିକାରୀ ତଥା ସରକାର ତଥା ଲୋକଙ୍କ ସ୍ବାର୍ଥକୁ ଜଗୁଥିବା ସଂସ୍ଥାଗୁଡ଼ିକୁ ଚିନ୍ତାରେ ପକାଇଦେଇଛି। ସେମାନେ ସତର୍କ କରିଦେଇଛନ୍ତି, ଟ୍ରମ୍ପ୍‌ଙ୍କ ଜଟିଳ ବିଜ୍‌ନେସ ସ୍ଥିତି ଆମେରିକାର ବୈଦେଶିକ ନୀତିକୁ ପ୍ରଭାବିତ କରୁଛି। ଏହା ମଧ୍ୟ ଏକ ଆଞ୍ଚଳିକ ଅବଧାରଣାକୁ ଦୃଢ଼ୀଭୂତ କରିଛି ଯେ, ଟ୍ରମ୍ପ୍‌ଙ୍କ ବୈଦେଶିକ ନୀତିର ବଡ଼ ପ୍ରାଥମିକତା ହେଉଛି ବ୍ୟକ୍ତିଗତ ସମୃଦ୍ଧି, ଯାହା ପୁନର୍ବାର ଆମେରିକାର ବିଶ୍ୱସନୀୟତାକୁ କ୍ଷତି କରୁଛି।
ଜୁଲାଇରେ ଆମେରିକା ଓ ପାକିସ୍ତାନ ଏକ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିଥିବା ଘୋଷଣା କରିଥିଲେ। ଚୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପ୍ରକାଶ କରାଯାଇ ନ ଥିଲେ ମଧ୍ୟ ଆମେରିକାର ଟାରିଫ୍‌ ହ୍ରାସକୁ ନେଇ ପାକିସ୍ତାନ ଉଲ୍ଲସିତ ହୋଇଛି ଏବଂ ଭବିଷ୍ୟତରେ ଆମେରିକା ନିବେଶ ବୃଦ୍ଧିକୁ ନେଇ ଆଶାବାଦୀ ଅଛି। ତେବେ ପାକିସ୍ତାନ ଅଧିକାରୀମାନେ ଘୋଷଣା କରିଛନ୍ତି ଯେ, ଏହି ଚୁକ୍ତି ଆର୍ଥିକ ସହଯୋଗ ବିଶେଷକରି ଶକ୍ତି, ଖଣି ଏବଂ ଖଣିଜଦ୍ରବ୍ୟ, ଆଇଟି, କ୍ରିପ୍ଟେକରେନ୍ସି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭକୁ ସୂଚିତ କରେ। ସେବେଠାରୁ ପାକିସ୍ତାନ ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟର ବଡ଼ ଯୋଗାଣକାରୀ ହେବାକୁ ଚାହିଁଛି, ଯାହା ରେୟାର ଆର୍ଥ (ବିରଳ ସ୍କାଣ୍ଡିୟମ, ଇଟ୍ରିୟମ ଭଳି ଖଣିଜ ଦ୍ରବ୍ୟ)କୁ ନେଇ ଚାଇନାର ଏକଚାଟିଆ ଅଧିକାର ଉପରେ ଆମେରିକାର ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିପାରିବ। ସେପ୍ଟେମ୍ବରରେ ପାକିସ୍ତାନର ସାମରିକ କ୍ଷେତ୍ର ସହ ଜଡ଼ିତ ଫ୍ରଣ୍ଟିୟର ଓ୍ବାର୍କସ୍‌ ଅର୍ଗାନାଇଜେଶନ ଆମେରିକାର ଘରୋଇ କମ୍ପାନୀ ଷ୍ଟ୍ରାଟେଜିକ୍‌ ମେଟାଲ୍ସ ସହିତ ୫୦୦ ମିଲିୟନ ଡଲାରର ଏକ ଚୁକ୍ତି ସ୍ବାକ୍ଷର କରିଛି। ପାକିସ୍ତାନରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟ ଅଧିକ ଗଚ୍ଛିତ କରି ରଖିବା ସକାଶେ ଏହା କରାଯାଇଛି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ସେନାର କ୍ଷମତାଶାଳୀ ଫିଲ୍ଡ ମାର୍ଶାଲ ଅସିମ ମୁନିର ଯେତେବେଳେ ଟ୍ରମ୍ପ୍‌ଙ୍କୁ ସାକ୍ଷାତ୍‌ କରିଥିଲେ, ସେତେବେଳେ ସେମାନେ ତାଙ୍କୁ ଖଣିଜଦ୍ରବ୍ୟ ସାମ୍ପଲ ଥିବା ଏକ ଆକର୍ଷଣୀୟ ବାକ୍ସ ଉପହାର ଦେଇଥିଲେ। ଏହାର ଠିକ୍‌ ପରେ ପାକିସ୍ତାନ ରେୟାର ଆର୍ଥ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟ ଭର୍ତ୍ତି ଏକ ଜାହାଜ ଆମେରିକାକୁ ପଠାଇଥିଲା। କିନ୍ତୁ ପାକିସ୍ତାନ ଆବଶ୍ୟକ ଅଧିକ ପରିମାଣର ବିରଳ ଧାତବ ପଦାର୍ଥ ଆମେରିକାକୁ ଯୋଗାଇଦେବ ବୋଲି ସ୍ପଷ୍ଟ ନୁହେଁ। ପାକିସ୍ତାନ ବହୁ ସମୟରେ ଦାବି କରିଆସୁଛି ଯେ, ତା’ ନିକଟରେ ୬-୮ ଟ୍ରିଲିୟନ ମୂଲ୍ୟର ଖଣିଜ ସମ୍ପଦ ରହିଛି, ଯାହା ସତ୍ୟ ତଥ୍ୟ ଉପରେ ଆଧାରିତ ନୁହେଁ। ଗଚ୍ଛିତ ଥିବା ଅଧିକାଂଶ ଖଣିଜ ବେଲୁଚିସ୍ତାନ ଓ ଖୈବର ପାଖତୁନଖଓ୍ବା ଅଞ୍ଚଳରେ ଅଛି, ଯେଉଁଠି ସକ୍ରିୟ ବିଦ୍ରୋହ ଯୋଗୁ ଖଣିଜ ଉତ୍ତୋଳନ କରିବା ବିପଜ୍ଜନକ। ଜଣେ ଆନାଲିଷ୍ଟଙ୍କ ମତରେ, ପାକିସ୍ତାନ ଲମ୍ବା ସମୟ ଧରି ସୁନା ଦେବାକୁ କହି ଆସିଛି ଓ ବଜୁରି ଗୋଡ଼ି ଦେଉଛି।
ସରିଫ ଓ ମୁନ୍‌ରି ବିଶେଷକରି ଟ୍ରମ୍ପ୍‌ଙ୍କ ବ୍ୟକ୍ତିଗତ ପ୍ରଶଂସା ସହ ଏତେବଡ଼ ପ୍ରତିଶ୍ରୁତିରେ ଟ୍ରମ୍ପ ୍‌ ପ୍ରଭାବିତ ହୋଇଛନ୍ତି। ଆଶ୍ଚଯର୍ର୍‌ୟର କଥା, ପାକିସ୍ତାନ ନେତାମାନେ ଟମ୍ପ୍‌ଙ୍କୁ ଅତ୍ୟଧିକ ପ୍ରଶଂସା କରିବା ସହ ସେ ଆଶାୟୀ ଥିବା ନୋବେଲ ଶାନ୍ତି ପୁରସ୍କାର ପାଇଁ ତାଙ୍କ ନାମ ଉପସ୍ଥାପନ କରିଥିଲେ। ଅଧିକ ଉତ୍ସାହିତ ହୋଇ ପାକିସ୍ତାନ ନେତାମାନେ ସେନାମୁଖ୍ୟଙ୍କୁ, ଯାହାଙ୍କୁ ଟ୍ରମ୍ପ୍‌ ତାଙ୍କର ‘ଅତି ପ୍ରିୟ ଫିଲ୍ଡ ମାର୍ଶାଲ’ ବୋଲି କହିଥା’ନ୍ତି, ତାଙ୍କୁ ପ୍ରକୃତ କ୍ଷମତାର ଅଧିକାରୀ ପଦବୀକୁ ପଦୋନ୍ନତି ଦେବା ପାଇଁ ଏକ ସାମ୍ବିଧାନିକ ସଂଶୋଧନ କରିଛନ୍ତି। ଟ୍ରମ୍ପ୍‌ ପ୍ରଶାସନ ପାକିସ୍ତାନକୁ କୋଳେଇ ନେବା ଭାରତ ପାଇଁ ବିଶ୍ୱାସଘାତକତା ଭଳି ମନେହେଉଛି। ଭାରତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଆମେରିକା ସହ ରଣନୀତିକ ଭାଗୀଦାରି ରଖିଆସିଛି, ଯାହା ମିଳିତ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଚାଇନାକୁ ପ୍ରତିରୋଧ କରିବାର ପାରସ୍ପରିକ ଇଚ୍ଛା ଉପରେ ଆଧାରିତ। ଏବେ ଆମେରିକା ସକ୍ରିୟ ଭାବେ ଭାରତର କୂଟନୀତିକ ଏବଂ ସୁରକ୍ଷା ସ୍ବାର୍ଥ ବିରୋଧରେ କାମ କରୁଛି।
ଗତ ମେ’ରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିନି ଦିନ ଯୁଦ୍ଧ ପରେ ଯୁଦ୍ଧ ବିରତିରେ ଶେଷ ହୋଇଥିଲା। ଟ୍ରମ୍ପ୍‌ ଏହି ଯୁଦ୍ଧ ବନ୍ଦ କରିବାର ଶ୍ରେୟ ନେଇ ସାଧାରଣରେ ପ୍ରକାଶ କରିଥିଲେ। ଟ୍ରମ୍ପ୍‌ଙ୍କର ଏହି ଦାବିକୁ ଭାରତ ଗ୍ରହଣ କରି ନ ଥିଲା। ଏପରିକି ଯୁଦ୍ଧ ସମୟରେ ଟ୍ରମ୍ପ୍‌ଙ୍କ ସହ କେବେ ବି କଥା ହୋଇ ନ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଏହା ଭାରତରେ ଏକ ଦୃଷ୍ଟିକୋଣକୁ ଦୃଢ଼ କରିଥିଲା ଯେ, ଆମେରିକାକୁ ବିଶ୍ୱାସ କରାଯାଇପାରିବ ନାହିଁ। ନୋବେଲ ପୁରସ୍କାର ପାଇଁ ଟ୍ରମ୍ପ୍‌ଙ୍କ ନାମ ମୋଦି ନ କହିବା ଯୋଗୁ ବିଭେଦ ଆହୁରି ଗମ୍ଭୀର ହୋଇଥିଲା। ଏହି ବିଭେଦ ଏକ ବାଣିଜି୍ୟକ ଯୁଦ୍ଧ ଆଡ଼କୁ ମୁହଁାଇଲା ଏବଂ ଟ୍ରମ୍ପ୍‌ ଭାରତରୁ ରତ୍ପାନି ହେଉଥିବା ସାମଗ୍ରୀ ଉପରେ ଅଧିକ ୨୫% ଟାରିଫ୍‌ ବୃଦ୍ଧି କରି ତାହାକୁ ୫୦% କରିଦେଇଥିଲେ। ଭାରତ ରୁଷିଆରୁ ତେଲ କିଣୁଥିବାରୁ ଏଭଳି କରାଯାଇଥିବା କୁହାଯାଇଥିଲା। କିନ୍ତୁ ୟୁରୋପୀୟ ସଂଘ, ଜାପାନ ଓ ତୁର୍କୀ ଅଧିକ ପରିମାଣର ତେଲ ରୁଷିଆଠାରୁ କିଣିଥିଲେ ମଧ୍ୟ ସେମାନେ ଆମେରିକାର କଟକଣା ସାମ୍ନା କରି ନ ଥିଲେ। ଏପରିକି ଟ୍ରମ୍ପ୍‌ ସମର୍ଥକ ହଙ୍ଗେରୀ ତାହାର ଆବଶ୍ୟକ ହେଉଥିବା ତୈଳର ୯୦% ରୁଷିିଆଠାରୁ କିଣୁଥିଲେ ବି ତାହା ଟ୍ରମ୍ପ୍‌ ପ୍ରଶାସନ ପ୍ରତିବନ୍ଧକରୁ ମୁକ୍ତ ରହିଥିଲା।
ଭାରତ ପାଇଁ ଏହି ସ୍ଥିତିଗୁଡ଼ିକ କୂଟନୈତିକ ବିପର୍ଯ୍ୟୟଠାରୁ ଅଧିକ। ଆମେରିକା ଓ ପାକିସ୍ତାନ ଏକ ଜଟିଳ ବା ଗମ୍ଭୀର ରଣନୀତିକ ଭାଗୀଦାରି ଖୋଲିବାକୁ ଧମକ ଦେଇଛନ୍ତି, ଯାହାକୁ ଆମେରିକାର ପ୍ରଶାସକମାନେ ଭାରତ-ପ୍ରଶାନ୍ତ ମହାସାଗରୀୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମାନିଛନ୍ତି। ଚାଟୁକାରିତା ବା ମିଥ୍ୟା ପ୍ରଶଂସା, ସାଙ୍କେତିକ ଆଭାସ ତଥା ବ୍ୟକ୍ତିଗତ ସମୃଦ୍ଧତାର ପ୍ରତିଶ୍ରୁତି ବଳରେ ପାକିସ୍ତାନକୁ ଟ୍ରମ୍ପ୍‌ ସମର୍ଥନ କରି ସମଗ୍ର ଅଞ୍ଚଳକୁ ବିପଦରେ ପକାଉଛନ୍ତି।

ବ୍ରହ୍ମ ଚେଲାନି
ପ୍ରଫେସର, ଏମରିଟସ୍‌ ଅଫ୍‌ ଷ୍ଟ୍ରାଟେଜିକ ଷ୍ଟଡିଜ୍‌, ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ, ନୂଆଦିଲ୍ଲୀ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri