ରାଜପଥରେ ସିରିଜ୍‌ ଦୁର୍ଘଟଣା

କୋକସରା,୧୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ୨୬ ନମ୍ବର ଜାତୀୟ ରାଜପଥ କୋକସରା ବ୍ଲକ କାଉଡୋଲା ଛକ ନିକଟରେ ରବିବାର ସାରେ ଏକ ସିରିଜ୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଛନ୍ତି।

ଖବର ପାଇ କୋକସରା ଦମକଳ କର୍ମଚାରୀ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଗୁରୁତରଙ୍କୁ କୋକସରା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଗୁରୁତର ହେଲେ ଜୁନାଗଡ଼ ଥାନାର ଶଙ୍କର ପ୍ରସାଦ ଚଣ୍ଡି(୫୫) ଓ ରାଜକୁମାର ବଗର୍ତ୍ତି (୫୭) ।

ସୂଚନା ଯେ, ଟ୍ରକଟି ଏନ୍‌ଏଚ୍‌ ୨୬ ଦେଇ ନାଗପୁରରୁ କାକରିଗୁମ୍ମା ଅଭିମୁଖେ ଯାଉଥିବା ବେଳେ ମିନିଟ୍ରକ ଆମ୍‌ପାଣିରୁ ଜୁନାଗଡ଼ ଆସୁଥିବା ବେଳେ କାଉଡୋଲା ଛକରେ ଏହି ଦୁର୍ଘଟଣା ଘଟିଛି। ଏହି ସମୟରେ ମୋଟୁରୁ ଭବାନୀପାଟଣା ଯାଉଥିବା ଏକ ସରକାରୀ ବସ୍‌ ଆସି ପଛରେ ପିଟି ହୋଇଥିଲା। ବସର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ଦୁର୍ଘଟଣା ପରେ ରାଜପଥରେ କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଆମପାଣି ପୋଲିସ ଓ ସ୍ଥାନୀୟ ଲୋକେ ଦୁର୍ଘଟଣା ଗ୍ରସ୍ତଗାଡିକୁ ହଟାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି। କାଉଡୋଲା ଛକରେ ବାରମ୍ବାର ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ରାସ୍ତାର ଉଭୟ ପାର୍ଶରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ସ୍ପିଡ ବ୍ରେକର ଲଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।