Posted inଫୁରସତ

ଚର୍ଚ୍ଚାରେ ‘Serial Kisser’ ମୌଲାନା: ୩୪ ସେକେଣ୍ଡରେ ୮ ଜଣଙ୍କୁ ଦେଲେ କିସ୍‌, ଦେଖନ୍ତୁ ଭିଡିଓ

ଢାକା,୪।୩:ବାଂଲାଦେଶର ଜଣେ ମୌଲାନା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ମୌଲାନା ମଦ୍ରାସାର ଛୋଟ ପିଲାମାନଙ୍କୁ କିସ୍‌ ଦେଉଥିବାର ଦେଖାଯାଉଛି। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେଉଛି। ଭିଡିଓରୁ ଏହା ସ୍ପଷ୍ଟ ହୋଇଛି ଯେ, ପିଲାମାନେ ମୌଲବୀଙ୍କ ଏହି କାର୍ଯ୍ୟରେ ଭୟଭୀତ ଅଛନ୍ତି।

ଏହି ମୌଲବୀ ବାଂଲାଦେଶର କୌଣସି ସାଧାରଣ ମୌଲାନା ନୁହଁନ୍ତି ବରଂ ସେ ବାଂଲାଦେଶ ଜମାତ-ଏ-ଇସଲାମିର ଆମୀର ଡକ୍ଟର ଶଫିକ-ଉର-ରହମାନ। ଭିଡିଓଟି ପୋଷ୍ଟ କରିଥିବା ବାଂଲାଦେଶୀ ନାଗରିକ ୟୁସୁଫ ଖାନ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଜମାତ ଆମିର ପିଲାମାନଙ୍କୁ କିସ୍‌ ଦେବା ଆଉ ହସ-ମଜାକ୍‌ର ବିଷୟ ନୁହେଁ। ଗତକାଲି ତାଙ୍କ ପିଲାମାନଙ୍କୁ ଚୁମ୍ବନ ଦେଉଥିବାର ଭିଡିଓ ଦେଖିବା ପରେ, ଆମକୁ ଏହି ବିଷୟରେ ଗମ୍ଭୀର ହେବାକୁ ପଡିବ। ମୁଁ ଭିଡିଓରେ ପ୍ରତ୍ୟେକ ପିଲାଙ୍କୁ ଭୟଭୀତ ହେଉଥିବାର ଦେଖିଲି। ଜମାତର ଏହି ଶିଶୁ ଯୌନ ନିର୍ଯାତନା କାର୍ଯ୍ୟକଳାପ ବନ୍ଦ କରାଯିବା ଉଚିତ।
ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ, କୌଣସି କାର୍ଯ୍ୟକ୍ରମରେ ମଦ୍ରାସା ପିଲାମାନେ ଏକ ଟେବୁଲ ଉପରେ ଧାଡ଼ିରେ ବସିଛନ୍ତି ଏବଂ ବାଂଲାଦେଶର ଜମାତ  ପିଲାମାନଙ୍କୁ ଭେଟିବା ବାହାନାରେ ସେମାନଙ୍କୁ ଚୁମ୍ବନ ଦେବା ଆରମ୍ଭ କରୁଛନ୍ତି। ମୌଲାନା ଗୋଟିଏ ପିଲାର ଗାଲରେ ଏବଂ ଅନ୍ୟ ଗୋଟିଏ ପିଲାର ଓଠରେ ଚୁମ୍ବନ ଦେଲେ। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ମୌଲାନାଙ୍କ ଏହି କାର୍ଯ୍ୟରେ ପିଲାମାନେ ଭୟଭୀତ। ଯାହା ପରେ ସାରା ଦେଶରେ ମୌଲାନାଙ୍କ ବିରୋଧରେ କ୍ରୋଧ ଦେଖିବାକୁ ମିଳୁଛି।
ଶଫିକ-ଉର୍‌-ରେହମାନ ପିଲାମାନଙ୍କ ସହ ଏପରି ଘୃଣ୍ୟ କାର୍ଯ୍ୟ କରିବାର ଏହା ପ୍ରଥମ ଘଟଣା ନୁହେଁ। ଗତ ବର୍ଷ ଡିସେମ୍ବରରେ, ଜମାତ ଆମୀର କହିଥିଲେ ଯେ, ଯେଉଁ ଯୁବକମାନେ ଶେଖ ହସିନାଙ୍କୁ ଏହି ଦେଶରୁ ବାହାର କରିଛନ୍ତି, ଆମେ ସେମାନଙ୍କୁ ଭଲ ପାଇବା ଉଚିତ ଏବଂ ଆମେ ସେମାନଙ୍କୁ କିସ୍‌ ଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri