ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍ ରାଜପଥରେ ଜଳି ଯାଇଛି। CNG ଗ୍ୟାସ ଟାଙ୍କି ଫାଟି କାର୍ରେ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି। ହେଲେ ଦୁର୍ଘଟଣାରେ କାର୍ରେ ଥିବା ୫ଜଣ ପର୍ଯ୍ୟଟକ ଅଳ୍ପକେ ବର୍ତ୍ତିଯାଇଛନ୍ତି।
ଅନ୍ୟପକ୍ଷେ ପୁରୀ-ଭୁବନେଶ୍ବର ରାସ୍ତାର ଦାଣ୍ଡମୁକୁନ୍ଦପୁର ଭଗୁଆବାଙ୍କଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଅଟୋ-ବାଇକ୍ ମଧ୍ୟରେ ଧକ୍କା ହୋଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟପକ୍ଷେ ୫ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


