Posted inଜାତୀୟ

୨୧ ବର୍ଷରେ ୨୬୧୭ଙ୍କୁ ଫାଶୀଦଣ୍ଡ, ୮ଜଣଙ୍କୁ ମିଳିଛି ଫାଶୀ…

ନୂଆଦିଲ୍ଲୀ,୨୧।୨ : ଦେଶରେ ଗତ ୨୧ ବର୍ଷ ମଧ୍ୟରେ ୨୬୧୭ ଜଣଙ୍କୁ କୋର୍ଟ ପକ୍ଷରୁ ଫାଶୀ ଦଣ୍ଡାଦେଶ କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୮ ଜଣଙ୍କୁ ଫାଶୀ ଦିଆଯାଇଛି। ତେବେ ସ୍ବାଧୀନ ଭାରତରେ ବର୍ତ୍ତମାନ ସୁଦ୍ଧା କେତେ ଜଣଙ୍କୁ ଫାଶୀ ଦିଆଯାଇଛି ତାହାର ଠିକ୍‌ ରେକର୍ଡ କାହା ପାଖରେ ନାହିଁ।ଏନସିଆର୍‌ବି, ବ୍ୟୁରୋ ଅଫ୍‌ ପୋଲିସ ରିସର୍ଚ୍ଚ ଆଣ୍ଡ ଡେପଲପମେଣ୍ଟ୍‌ ଅଥବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପାଖରେ ଏସମ୍ପର୍କିତ କୌଣସି ସଠିକ୍‌ ତଥ୍ୟ ନାହିଁ। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଅନୁସାରେ ସ୍ବାଧୀନ ଭାରତରେ ୭୫୫ ଜଣଙ୍କୁ ଫାଶୀ ଦଣ୍ଡ ମିଳିଛି। ଏନସିଆର୍‌ବି ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ରାଜ୍ୟଗୁଡ଼ିକର ସଂଖ୍ୟା ସହିତ ମେଳ ଖାଉ ନାହିଁ।

ଫାଶୀ ଦଣ୍ଡରୁ ୧୫ ବର୍ଷରୁ କମ୍‌ ବୟସ୍କ ଅପରାଧୀ,ଗର୍ଭବତୀ ମହିଳା, ମାନସିକ ଭାରସାମ୍ୟ ହରାଇଥିବା ଅପରାଧୀ, ୭୦ ବର୍ଷରୁ ଅଧିକ ବୟସ୍କ ଅପରାଧୀଙ୍କୁ ମୁକ୍ତ ରଖାଯାଇଛି।

ଭାରତରେ ଫାଶୀଦଣ୍ଡ ମିଳିଥିବା ଅପରାଧୀଙ୍କ ମଧ୍ୟରେ ୭୬ ପ୍ରତିଶତ ହେଉଛନ୍ତି ପଛୁଆ ବର୍ଗ,ଏସ୍‌ସି/ଏସ୍‌ଟି ଏବଂ ଅଳ୍ପ ସଂଖ୍ୟକ। ୩୮୧ ଜଣ ଫାଶୀ ଦଣ୍ଡାଦେଶ ପାଇଥିବା କଏଦୀଙ୍କ ଉପରେ ହୋଇଥିବା ଏକ ସର୍ଭେ ଅନୁସାରେ କେରଳରେ ସର୍ବାଧିକ ୯୩.୩ ପ୍ରତିଶତ ଗରିବଙ୍କୁ ଏଭଳି ଦଣ୍ଡ ମିଳିଛି। ଅପରପକ୍ଷରେ ମହାରାଷ୍ଟ୍ରରେ ଏଭଳି ଲୋକଙ୍କ ସଂଖ୍ୟା ୮୮.୯ ପ୍ରତିଶତ, ଦିଲ୍ଲୀରେ ୮୦ ଏବଂ ବିହାରରେ ୭୫ ପ୍ରତିଶତ ରହିଛି। ସେମାନଙ୍କ ମଧ୍ୟରେ ୨୩ ପ୍ରତିଶତ ପାଠଶାଠ ପଢ଼ି ନାହାନ୍ତି। ୧୦ ପ୍ରତିଶତ କେବଳ ପ୍ରାଇମେରୀ ଯାଏଁ ପାଠ ପଢ଼ିଛନ୍ତି।

୩୮୧ ଜଣଙ୍କ ମଧ୍ୟରେ ୧୨୭ ଜଣ ପଛୁଆବର୍ଗର, ୭୬ ଅଳ୍ପସଂଖ୍ୟକ, ୯୦ ଜଣ ଏସ୍‌ସି/ଏସ୍‌ଟି ଏବଂ ୮୮ ଜଣ ସାଧାରଣ ବର୍ଗର ଅଛନ୍ତି।

୨୦୦୦ରୁ ୨୦୧୪ ମଧ୍ୟରେ ୧୮୧୦ ଜଣଙ୍କୁ ବିଭିନ୍ନ ମାମଲା ଫାଶୀଦେଶ ହୋଇଥିଲା। ମାତ୍ର ସେମାନଙ୍କ ମଧ୍ୟରୁ କେବଳ ୪ ଜଣଙ୍କୁ ଫାଶୀ ଦିଆଯାଇଥିଲା। ଅପରପକ୍ଷରେ ୯୭୫ ଜଣଙ୍କ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା। ସେହିପରି ଫାଶୀ ଦଣ୍ଡାଦେଶ କରାଯାଇଥିବା ୪୪୩ ଜଣଙ୍କୁ କୋର୍ଟ ଖଲାସ କରିଛନ୍ତି। କେତେକଙ୍କ ଦଣ୍ଡାଦେଶ କମାଇବା ଅପିଲ୍‌ ପ୍ରତ୍ୟାଖାନ ହୋଇଥିବାବେଳେ କିଛିଙ୍କର ମୃତ୍ୟୁ ଘଟି ସାରିଛି। ଗତ ୧୪ ବର୍ଷରେ ସୁପ୍ରିମ୍‌କୋର୍ଟ ୭୩ ଜଣଙ୍କୁ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସେଥିମଧ୍ୟରେ ଅଧିକାଂଶ କ୍ଷେତ୍ରରେ ରାଜକ୍ଷମା ଆବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri