Categories: ବାଣିଜ୍ୟ

ସେନ୍‌ସେକ୍ସ ୧୦୧୭ ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ,୧।୧୦: ଅନ୍ତର୍ଜାତୀୟ ସମସ୍ୟା ସାଙ୍ଗକୁ ୟୁଏସ୍‌ ଫେଡ୍‌ର କ୍ରମାଗତ ସୁଧ ବୃଦ୍ଧି ଭଳି ଘଟଣା ଯୋଗୁ ଭାରତୀୟ ଶେୟାର ବଜାରର କାରବାର ମାନ୍ଦା ରହିବା ସାଙ୍ଗକୁ ଫଳାଫଳ ମଧ୍ୟ ଖରାପ ରହିଥିଲା। ଏପରିକି ଲଗାତର ୬ଷ୍ଠ ଦିନ ପରେ ୭ମ ଦିନ ବା ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ନିବେଶକଙ୍କ ପାଇଁ କିଛି ପରିମାଣର ଉତ୍ସାହ ସାଙ୍ଗକୁ ଆଶା ମଧ୍ୟ ସଞ୍ଚାର କରିଛି। ଶୁକ୍ରବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ (ବିଏସ୍‌ଇ) ର ସେନ୍‌ସେକ୍ସ ପ୍ରାୟ ୧୦୧୭ (୧୦୧୬.୯୬) ପଏଣ୍ଟ ବା ୧.୮% ବୃଦ୍ଧି ପାଇ ୫୭,୪୨୭ (୫୭,୪୨୬.୯୨) ଅଙ୍କରେ କାରବାର କରିଥିବା ବେଳେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ରେ ମଧ୍ୟ ପ୍ରାୟ ୨୭୬ (୨୭୬.୨୫) ପଏଣ୍ଟ ବା ୧.୬% ବଢି ୧୭,୦୯୪ (୧୭,୦୯୪.୩୫) ଅଙ୍କରେ ବନ୍ଦ ହୋଇଛି। ଉଲ୍ଲେଖଯୋଗ୍ୟ, ଭାରତୀୟ ରିର୍ଜଭ ବ୍ୟାଙ୍କ ( ଆର୍‌ବିଆଇ) ର ରେପୋ ରେଟ୍‌ ବୃଦ୍ଧି ଯୋଗୁ ଏଭଳି ଘଟିଥିବା ଏବଂ ଆର୍‌ବିଆଇର ଘୋଷଣାକୁ ଲକ୍ଷ୍ୟକରି ନିବେଶକମାନେ ଏକ ବଡ ସମ୍ଭାବନାରେ ରହିଥିଲେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।

Share