ସେନ୍‌ସେକ୍ସ ୮୬,୦୦୦ ଅଙ୍କର ନିକଟବର୍ତ୍ତୀ

ମୁମ୍ବାଇ,୨୭।୯: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ଓ ଦରବୃଦ୍ଧି ସମସ୍ୟା ମଧ୍ୟରେ ଭାରତୀୟ ଷ୍ଟକ୍‌ ମାର୍କେଟ ବେଞ୍ଚମାର୍କ (ଇକ୍ୟୁଟି ବଜାର)ର କାରବାର ବେଶ୍‌ ଉତ୍ସାହଜନକ ରହିଛି। ଏପରିକି ପୁଞ୍ଜିବଜାରର ନିବେଶକମାନେ ଦିନକରେ ପ୍ରାୟ ୨ଲକ୍ଷ କୋଟି ଟଙ୍କାର ନିବେଶ ଯୋଗକରିଛନ୍ତି। ପୂର୍ବ ଦିନର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୪୭୫ ଲକ୍ଷ କୋଟି ଟଙ୍କା ଥିଲାବେଳେ ଗୁରୁବାରର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜିିର ପରିମାଣ ପ୍ରାୟ ୪୭୭ ଲକ୍ଷ କୋଟିରେ ପହଞ୍ଚତ୍ଛି।
ସେହିଭଳି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସରେ ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର କାରବାର ନିବେଶକଙ୍କ ଉତ୍ସାହ ବୃଦ୍ଧି କରିଛି। ଏପରିକି ୩୦ ଶେୟାର ବିଶିଷ୍ଠ ବିଏସ୍‌ଇ ସେନ୍‌ସେକ୍ସର କାରବାର ଗୁରୁବାର ସର୍ବକାଳୀନ ଉଚ୍ଚ ୮୬,୦୦୦ ଅଙ୍କ (୮୫,୯୩୦.୪୩ ଅଙ୍କ) ର ନିକଟବର୍ତ୍ତୀ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଘରୋଇ ଶେୟାର ବଜାର କାରବାର ପ୍ରାରମ୍ଭରେ ଉଭୟ ସେନ୍‌ସେକ୍ସ ଓ ନିଫ୍ଟି ସବୁଜସ୍ତରୁ ଆରମ୍ଭ ହୋଇ ସେହି ସବୁଜ ସ୍ତରରେ ଶେଷ ହୋଇଥିଲା। ସେହିଭଳି ସେନ୍‌ସେକ୍ସ କାରବାର ପ୍ରାରମ୍ଭରେ ୮୫, ୯୩୦.୪୩ ଅଙ୍କରେ ପହଞ୍ଚତ୍ୟାଇଥିଲାବେଳେ କାରବାର ଶେଷ ବେଳକୁ ୦.୭୮% ପଏଣ୍ଟ ବୃଦ୍ଧି ସହ ୮୫,୮୩୬.୧୨ ଅଙ୍କରେ ରହିଥିଲା। ଏପରିକି ବିଏସ୍‌ଇ ମଡ୍‌କ୍ୟାପର କାରବାର ୦.୬% ଏବଂ ସ୍ମଲକ୍ୟାପର କାରବାର ୦.୪% ବୃଦ୍ଧି ଘଟିଛି। ସେହିପରି ନିଫ୍ଟିର କାରବାର ପ୍ରାରମ୍ଭରେ ବୃଦ୍ଧି ଘଟି ୨୬,୨୫୦.୯୦ ଅଙ୍କରେ ପହଞ୍ଚତ୍ୟାଇଥିଲାବେଳେ କାର୍ଯ୍ୟ ଦିବସର ଶେଷ ସୁଦ୍ଧା ୦.୮୧% ବଢ଼ି ୨୬,୨୬.୦୫ ଅଙ୍କରେ କାରବାର ବନ୍ଦ କରିଥିଲା। ଏପରିକି ନିଫ୍ଟି ମିଡକ୍ୟାପ ୦.୦୧% ବଢି ୬୦,୪୬୯.୧୫ ଅଙ୍କରେ ରହିଥିଲାବେଳେ ସ୍ମଲକ୍ୟାପର କାରବାର ୦.୪୮% ହ୍ରାସ ଘଟି ୯୨୫୧.୦୫ ଅଙ୍କରେ କାରବାର ବନ୍ଦ କରିଥିଲା। ଅପରପକ୍ଷରେ ନିଫ୍ଟି ବ୍ୟାଙ୍କ ୨୭୪ (୨୭୩.୭୦) ପଏଣ୍ଟ ବୃଦ୍ଧି ଘଟି ୫୪,୩୭୫.୩୫ ଅଙ୍କରେ ରହିଛି।
ଉଲ୍ଲେଖଯୋଗ୍ୟ, ସେକ୍ଟରାଲ କାରବାରରେ ଅଟୋ,ମେଟାଲ ଶିଳ୍ପର ନିବେଶକ ପ୍ରାୟ ୨% ନିବେଶ ବୃଦ୍ଧି କରିଥିଲାବେଳେ ଏଫ୍‌ଏମ୍‌ସିଜି ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଶେୟାର ୧%ର ନିବେଶ ବୃଦ୍ଧି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri