Categories: ବାଣିଜ୍ୟ

ସେନ୍‌ସେକ୍ସରେ ୩୯୧ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ,୧୪।୧୦:ଦିନକ ପରେ ପୁଣି ଥରେ ଦଲାଲ ଷ୍ଟ୍ରିଟ୍‌ର ଫଳାଫଳ ନିବେଶକଙ୍କୁ ନିରାଶ କରିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ମାର୍କେଟର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ଫଳରେ କ୍ରମାଗତ ଭାବେ ଷ୍ଟକ୍‌ ବଜାରର କାରବାର ଉପର ତଳ ରହିବା ଯୋଗୁ ଦଲାଲ ଷ୍ଟ୍ରିଟ୍‌ର କାରବାର ମଧ୍ୟ ଅନିଶ୍ଚିତତା ମଧ୍ୟରେ ଶେଷ ହେଉଛି। ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୩୯୧ (୩୯୦.୫୮) ପଏଣ୍ଟ ହ୍ରାସ ପାଇ ୫୭,୨୩୫ (୫୭,୨୩୫.୩୩) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ)ର ନିଫ୍ଟି-୫୦ରେ ମଧ୍ୟ ୧୦୯ (୧୦୯.୨୫) ପଏଣ୍ଟ ଖସି ୧୭,୦୧୪(୧୭,୦୧୪.୩୫) ଅଙ୍କରେ ବନ୍ଦ ହୋଇଥିବା ଜଣାପଡ଼ିଛି।

Share