Categories: ବାଣିଜ୍ୟ

ସର୍ବୋଚ୍ଚ ସ୍ତରରେ ସେନ୍‌ସେକ୍ସ

ଭୁବନେଶ୍ୱର,୧୨।୧୨ (ଅଭୟ ଦାଶ): ଗତ କିଛି ସପ୍ତାହ ହେବ ଘରୋଇ ଶେୟାର ବଜାର କାରବାରରେ କ୍ରମାଗତ ବୃଦ୍ଧି ଘଟୁଛି। ଏପରିକି ପ୍ରଥମ ଥର ପାଇଁ ସେନ୍‌ସେକ୍ସ ସର୍ବୋଚ୍ଚ ସ୍ତର ସହ ସେନ୍‌ସେକ୍ସ-୩୦ ଶେୟାର ୭୦,୦୦୦ ଅଙ୍କ ନିକଟବର୍ତ୍ତୀ ହୋଇଛି। ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇଛନ୍ତି। ବିଶେଷକରି ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନସେକ୍ସ ୧୦୩ (୧୦୨.୯୩) ପଏଣ୍ଟ ବଢି ୬୯,୯୨୯ (୬୯,୯୨୮.୫୩) ଅଙ୍କରେ କାରବାର ବନ୍ଦ କରିଥିଲା। ଅପରପକ୍ଷରେ ବିଏସ୍‌ଇ ସେନ୍‌ସେକ୍ସର ମିଡକ୍ୟାପ୍‌ ଓ ସ୍ମଲକ୍ୟାପ୍‌ ଶେୟାରଗୁଡିକର ଇଣ୍ଡେକ୍ସ ମଧ୍ୟ ଉଚ୍ଚ ପ୍ରଦର୍ଶନ କରିଥିଲାବେଳେ ସେକ୍ଟୋରାଲ ଇଣ୍ଡେକ୍ସ କାରବାରରେ ମଧ୍ୟ ପରିବର୍ତ୍ତନ ହୋଇଛି। ଉଲ୍ଲେଖଯୋଗ୍ୟ, ସୋମବାର ଷ୍ଟକ୍‌ ବଜାର କାରବାର ପ୍ରାରମ୍ଭରେ ସେନ୍‌ସେକ୍ସ ୭୦.୦୫୭.୮୩ ଅଙ୍କରେ ପହଞ୍ଚତ୍ୟାଇଥିଲା। ହେଲେ ପରବର୍ତ୍ତୀ ସମୟରେ ବଜାରର କାରବାର ମାନ୍ଦା ପଡିବାରୁ ସେନ୍‌ସେକ୍ସ କାରବାର ଶେଷ ବେଳକୁ ୬୯,୯୨୮.୫୩ ଅଙ୍କରେ ରହିଥିଲା। ଏପରିକି ସୋମବାର ସେନସେକ୍ସ ମୋଟ ୧୦୨.୯୩ ପଏଣ୍ଟ ବା ୦.୧୫% କାରବାର ବୃଦ୍ଧି କରିଥିଲା।

Share