Categories: ଖେଳ

ଦିଲ୍ଲୀ ଦଳରେ ସ୍ଥାନ ପାଇଲେ ନାହିଁ ବରିଷ୍ଠ ଖେଳାଳି

ଦୁବାଇ,୨୨।୯: ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌ ଦଳର ଅଧିନାୟକ କେନ ଓ୍ବିଲିୟମସନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ସିଜନରେ ଅଧିନାୟକ ପଦ ହରାଇଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଦଳରେ ଯାଗା ମିଳିଛି। ତାଙ୍କ ସହ ଜାସନ ହୋଲ୍ଡର ଓ ରଶିଦ ଖାନ ଅନ୍ୟ ଦୁଇ ବିଦେଶୀ ଖେଳାଳି ଭାବେ ହାଇଦ୍ରାବାଦ ଦଳରେ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଦଳରୁ ବାଦ୍‌ ପଡ଼ିଛନ୍ତ ଦୁଇ ବରିଷ୍ଠ ଖେଳାଳି। ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାନେ ଓ ଅଭିଜ୍ଞ ପେସର ଇଶାନ୍ତ ଶର୍ମାଙ୍କୁ ସ୍ଥାନ ମିଳିନ ଥିବା ବେଳେ ଦଳକୁ ଫେରିଛନ୍ତି ପୂର୍ବତନ ଅଧିନାୟକ ଶ୍ରେୟାସ ଆୟାର।

Share