ପରାଜୟ ପରେ ଦଳ ଭିତରେ ଟଣାଓଟରା: ୨ ଦିନ ପରେ ନବୀନଙ୍କୁ ଭେଟିଲେ…

ଭୁବନେଶ୍ୱର, ୧୮।୧୧(ସୁନିତ୍‌ ମିଶ୍ର): ନୂଆପଡ଼ା ଉପନିର୍ବାଚନରେ ବିଜେଡି ୩ ନମ୍ବର ସ୍ଥାନରେ ରହିବା ପରେ ସେମାନଙ୍କ ଦଳ ଭିତରେ ଏବେ ପୁଣିଥରେ କାଦୁଆ ଫିଙ୍ଗା ଆରମ୍ଭ ହୋଇଯାଇଛି। କାହିଁକି ଜିଲା ବାହାରୁ ଆଣି ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦଳ ପ୍ରାର୍ଥୀ କଲା ବୋଲି ବିଜେଡି ନେତା ସମ୍ବିତ ରାଉତରାୟ ପ୍ରଶ୍ନ ଉଠାଇଛନ୍ତି। ନୂଆପଡ଼ାକୁ ପ୍ରଚାର କରିବା ଲାଗି ଦଳର ସଭାପତି ନବୀନ ପଟ୍ଟନାୟକ ୨ ଥର ଯାଇଥିବାରୁ ତାଙ୍କ ଲୋକପ୍ରିୟତା କଥାକୁ ନେଇ ମଧ୍ୟ ଆଲୋଚନା ଜୋର୍‌ ଧରିଛି। ଫଳାଫଳ ବାହାରିବାର ୨ ଦିନ ପରେ ଦଳର କେତେଜଣ ବରିଷ୍ଠ ନେତା ନବୀନଙ୍କୁ ସୋମବାର  ଭେଟିଥିବା ଶୁଣିବାକୁ ମିଳିଛି। ଏଭଳି ସ୍ଥିତିରେ ସମ୍ବିତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରାର୍ଥୀ ଚୟନ ସମୟରେ ବିଚାରବିମର୍ଷ କରାଯିବା କଥା। କିନ୍ତୁ ବାହାର ନେତାଙ୍କୁ ନେଇ ଛିଡ଼ା କରାଯିବା ଭଳି ଏକ୍ସପରିମେଣ୍ଟ ହେବାରୁ ଦଳ ବିଫଳ ହେଲା। ଏହାସହ ଯେଉଁମାନେ ନିର୍ବାଚନ ପ୍ରଚାରରେ ଯାଇଥିଲେ ସେମାନଙ୍କୁ କିଏ ପଠାଇଥିଲା ବୋଲି ପ୍ରଶ୍ନ କରିଛନ୍ତି। ଯାହାକୁ ନେଇ ତାହାକୁ ପଠାଇବାର ଲାଭ କଣ ମିଳିଲା ବୋଲି ପ୍ରଶ୍ନ କରିବା ସହ ବିପର୍ଯ୍ୟୟର କାରଣ ଖୋଜିବା ଲାଗି ସମୀକ୍ଷା ନିହାତି ଦରକାର ବୋଲି ସେ କହିଛନ୍ତି। ବରିଷ୍ଠ ନେତା ତଥା ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ଯଦି ନବୀନ ପ୍ରଚାରକୁ ଯାଇ ନ ଥାଆନ୍ତେ ତାହାଲେ କୁହାଯାଇ ଥାଆନ୍ତା ଭାଜପା ସହିତ ବୁଝାମଣା ହୋଇଗଲା। ନୂଆପଡ଼ା ପରାଜୟର ସମୀକ୍ଷା ଦଳ ପକ୍ଷରୁ କରାଯିବ। ଯେଉଁମାନେ ନୂଆପଡ଼ା ଯାଇଥିଲେ ସେମାନେ ନବୀନଙ୍କ ଲୋକପ୍ରିୟତା କଥା ଜାଣିଛନ୍ତି। ଆଗାମୀ ସମୟ କହିବ ନବୀନ ବାବୁ କେତେ ଲୋକପ୍ରିୟତା। ଗୋଟିଏ ବିପର୍ଯ୍ୟକୁ ନେଇ ସିଦ୍ଧାନ୍ତରେ ପହଞ୍ଚତ୍ବା ବୁଦ୍ଧିମାନର କାମ ନୁହେଁ। ଦଳର ସଭାପତି କଣ ତାଙ୍କ ପ୍ରାର୍ଥୀ ପାଇଁ ପ୍ରଚାର କରି ନ ଥାଆନ୍ତେ କି ବୋଲି ଗଣେଶ୍ୱର ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ନବୀନ ନିବାସରେ ଦଳର ୫ ଜଣ ବରିଷ୍ଠ ନେତା ଯାଇ ନବୀନଙ୍କୁ ଭେଟି ନୂଆପଡ଼ା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ଦଳ ଯେତିକି ଅର୍ଥ ଖର୍ଚ୍ଚ କରିବାକୁ ଦେବା କଥା ସେହି ଅନୁସାରେ ଟଙ୍କା ପହଞ୍ଚତ୍ ନ ଥିବା ଆଦି ବିଷୟ ଆଲୋଚନା ହୋଇଛି। ଦଳର ଯୋଉ ନେତାମାନେ ନୂଆପଡ଼ା ଦାୟିତ୍ୱରେ ଥିଲେ ସେମାନଙ୍କୁ ଏବେ ପରାଜୟ ପାଇଁ ଦାୟୀ କରାଯାଉଥିବା ବେଳେ ସେହି ନେତାମାନେ ନବୀନଙ୍କୁ ଭେଟିବା ବିଷୟକୁ ନେଇ ଦଳରେ ଆହୁରି ଅସନ୍ତୋଷ ଜୋର୍‌ ଧରିଲାଣି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଗୁଳି ମାଡ: ବାଇକରେ ଆସି ଫାୟାରିଂ କରି ଫେରାର୍‌ ହୋଇଗଲେ…

ଖୋର୍ଦ୍ଧା,୧୯।୧(ପ୍ରଭାତ ପାଣିଗ୍ରାହୀ): ଗୁଳି ମାଡରେ ଯୁବକଙ୍କ ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସହିରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ...

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା: ଗୋଟିଏ କାର୍ ଉପରେ ଚଢ଼ିଗଲା ଆଉ ଏକ କାର୍

ଭୁବନେଶ୍ୱର,୧୯।୧: ରାଜଧାନୀର ବ୍ୟସ୍ତବହୁଳ ପଲାସୁଣୀ ଛକରେ ସୋମବାର ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। କଟକ ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ କାର୍,...

ଅଞ୍ଚଳ ପାଇଁ ଗୌରବ ଆଣିଲେ ଗୋରା ସିଂ: OPSC ପରୀକ୍ଷାରେ ୬୩ତମ ର଼୍ୟାଙ୍କ ରଖି କୃତକାର୍ଯ୍ୟ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କିର୍ତ୍ତି): ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ହାର ମାନିଛି ଦାରିଦ୍ର୍ୟ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସୁଯୋଗ୍ୟ ସନ୍ତାନ ଗୋରା...

ଆକ୍ସନ ମୋଡରେ ଯୋଗାଣ ନିରୀକ୍ଷକ: ଗାଁରେ ପହଞ୍ଚି ନିଜେ ବାଣ୍ଟିଲେ ବଞ୍ଚିତ ହିତାଧିକାରୀଙ୍କୁ ଚାଉଳ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କୀର୍ତ୍ତି): ଚମ୍ପାଛୁଆଁ ଗ୍ରାମର ହିତାଧିକାରୀମାନେ ଚଳିତ ବର୍ଷର ୩ ମାସର ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ଥିବା ନେଇ ‘ଧରିତ୍ରୀ’ ରେ ଖବର...

ଭାରତ ମାତା ପୂଜନ ଉତ୍ସବରେ ଦୁଲୁକିବ ମଞ୍ଚ, ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ରହିଛି…

ଦାରିଙ୍ଗବାଡି, ୧୯।୧ (ଅରୁଣ ସାହୁ ): ଆସନ୍ତା ସାଧାରଣତନ୍ତ୍ର ଦିବସରେ ୧୪ ତମ ଭାରତ ମାତା ପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ସିମନବାଡି ଦୁର୍ଗା...

ଓଡ଼ିଶାରେ ବଦଳିବ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନ: ଆସିବା ନୂଆ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’

ଭୁବନେଶ୍ୱର,୧୯।୧: ରାଜ୍ୟରେ ଜମିଜମା ପ୍ରଶାସନକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ...

ବ୍ରାଉନସୁଗାର କାରବାର ସୂଚନା ପାଇ ଅଚାନକ ଚଢାଉ କଲା ପୋଲିସ, ଜବତ ହେଲା…

ଜୟପୁର,୧୯।୧(ପବନ ପାଣିଗ୍ରାହୀ): ବ୍ରାଉନସୁଗାର କାରବାର ସମୟରେ ଟାଉନ ପୋଲିସ ଚଢାଉ କରିଛି । ଚଢାଉ ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରି ବ୍ରାଉନସୁଗାର ଜବତ କରିଛି।...

ମା’ ସହ ୨ ଝିଅଙ୍କୁ ହତ୍ୟା ଉଦ୍ୟମ କରି ମାରିଥିଲେ ଚମ୍ପଟ, ଧରାପଡିବା ପରେ ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୯।୧(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମ ଇନ୍ଦିରା ଆବାସ କଲୋନୀରେ ରହୁଥିବା ସ୍ବର୍ଗତ ପାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri