ପରାଜୟ ପରେ ଦଳ ଭିତରେ ଟଣାଓଟରା: ୨ ଦିନ ପରେ ନବୀନଙ୍କୁ ଭେଟିଲେ…

ଭୁବନେଶ୍ୱର, ୧୮।୧୧(ସୁନିତ୍‌ ମିଶ୍ର): ନୂଆପଡ଼ା ଉପନିର୍ବାଚନରେ ବିଜେଡି ୩ ନମ୍ବର ସ୍ଥାନରେ ରହିବା ପରେ ସେମାନଙ୍କ ଦଳ ଭିତରେ ଏବେ ପୁଣିଥରେ କାଦୁଆ ଫିଙ୍ଗା ଆରମ୍ଭ ହୋଇଯାଇଛି। କାହିଁକି ଜିଲା ବାହାରୁ ଆଣି ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦଳ ପ୍ରାର୍ଥୀ କଲା ବୋଲି ବିଜେଡି ନେତା ସମ୍ବିତ ରାଉତରାୟ ପ୍ରଶ୍ନ ଉଠାଇଛନ୍ତି। ନୂଆପଡ଼ାକୁ ପ୍ରଚାର କରିବା ଲାଗି ଦଳର ସଭାପତି ନବୀନ ପଟ୍ଟନାୟକ ୨ ଥର ଯାଇଥିବାରୁ ତାଙ୍କ ଲୋକପ୍ରିୟତା କଥାକୁ ନେଇ ମଧ୍ୟ ଆଲୋଚନା ଜୋର୍‌ ଧରିଛି। ଫଳାଫଳ ବାହାରିବାର ୨ ଦିନ ପରେ ଦଳର କେତେଜଣ ବରିଷ୍ଠ ନେତା ନବୀନଙ୍କୁ ସୋମବାର  ଭେଟିଥିବା ଶୁଣିବାକୁ ମିଳିଛି। ଏଭଳି ସ୍ଥିତିରେ ସମ୍ବିତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରାର୍ଥୀ ଚୟନ ସମୟରେ ବିଚାରବିମର୍ଷ କରାଯିବା କଥା। କିନ୍ତୁ ବାହାର ନେତାଙ୍କୁ ନେଇ ଛିଡ଼ା କରାଯିବା ଭଳି ଏକ୍ସପରିମେଣ୍ଟ ହେବାରୁ ଦଳ ବିଫଳ ହେଲା। ଏହାସହ ଯେଉଁମାନେ ନିର୍ବାଚନ ପ୍ରଚାରରେ ଯାଇଥିଲେ ସେମାନଙ୍କୁ କିଏ ପଠାଇଥିଲା ବୋଲି ପ୍ରଶ୍ନ କରିଛନ୍ତି। ଯାହାକୁ ନେଇ ତାହାକୁ ପଠାଇବାର ଲାଭ କଣ ମିଳିଲା ବୋଲି ପ୍ରଶ୍ନ କରିବା ସହ ବିପର୍ଯ୍ୟୟର କାରଣ ଖୋଜିବା ଲାଗି ସମୀକ୍ଷା ନିହାତି ଦରକାର ବୋଲି ସେ କହିଛନ୍ତି। ବରିଷ୍ଠ ନେତା ତଥା ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ଯଦି ନବୀନ ପ୍ରଚାରକୁ ଯାଇ ନ ଥାଆନ୍ତେ ତାହାଲେ କୁହାଯାଇ ଥାଆନ୍ତା ଭାଜପା ସହିତ ବୁଝାମଣା ହୋଇଗଲା। ନୂଆପଡ଼ା ପରାଜୟର ସମୀକ୍ଷା ଦଳ ପକ୍ଷରୁ କରାଯିବ। ଯେଉଁମାନେ ନୂଆପଡ଼ା ଯାଇଥିଲେ ସେମାନେ ନବୀନଙ୍କ ଲୋକପ୍ରିୟତା କଥା ଜାଣିଛନ୍ତି। ଆଗାମୀ ସମୟ କହିବ ନବୀନ ବାବୁ କେତେ ଲୋକପ୍ରିୟତା। ଗୋଟିଏ ବିପର୍ଯ୍ୟକୁ ନେଇ ସିଦ୍ଧାନ୍ତରେ ପହଞ୍ଚତ୍ବା ବୁଦ୍ଧିମାନର କାମ ନୁହେଁ। ଦଳର ସଭାପତି କଣ ତାଙ୍କ ପ୍ରାର୍ଥୀ ପାଇଁ ପ୍ରଚାର କରି ନ ଥାଆନ୍ତେ କି ବୋଲି ଗଣେଶ୍ୱର ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ନବୀନ ନିବାସରେ ଦଳର ୫ ଜଣ ବରିଷ୍ଠ ନେତା ଯାଇ ନବୀନଙ୍କୁ ଭେଟି ନୂଆପଡ଼ା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ଦଳ ଯେତିକି ଅର୍ଥ ଖର୍ଚ୍ଚ କରିବାକୁ ଦେବା କଥା ସେହି ଅନୁସାରେ ଟଙ୍କା ପହଞ୍ଚତ୍ ନ ଥିବା ଆଦି ବିଷୟ ଆଲୋଚନା ହୋଇଛି। ଦଳର ଯୋଉ ନେତାମାନେ ନୂଆପଡ଼ା ଦାୟିତ୍ୱରେ ଥିଲେ ସେମାନଙ୍କୁ ଏବେ ପରାଜୟ ପାଇଁ ଦାୟୀ କରାଯାଉଥିବା ବେଳେ ସେହି ନେତାମାନେ ନବୀନଙ୍କୁ ଭେଟିବା ବିଷୟକୁ ନେଇ ଦଳରେ ଆହୁରି ଅସନ୍ତୋଷ ଜୋର୍‌ ଧରିଲାଣି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri