Posted inଜାତୀୟ

ଶୁଣାଣିବେଳେ ସିଜେଆଇ ଚନ୍ଦ୍ରଚୂଡଙ୍କ ସାମ୍ନାରେ ଦୁଇଟି ହ୍ବିସ୍କି ବୋତଲ ରଖିଲେ ବରିଷ୍ଠ ଓକିଲ, ଆଉ ତା’ ପରେ…

ଆଦିଲ୍ଲୀ,୫।୧: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ତାଙ୍କ ଶୁଣାଣିରେ ଦେଇଥିବା ପ୍ରମୁଖ ରାୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ଏହି ଟିପ୍ପଣୀ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥାଏ। ତେବେ ଶୁକ୍ରବାର ହେଉଥିବା ଏକ ମାମଲାର ଶୁଣାଣି ସମୟରେ ସିଜେଆଇ ଚନ୍ଦ୍ରଚୂଡ ଅଧ୍ୟକ୍ଷତା କରିଥିଲେ। ଏହି ସମୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଥିଲା ଯାହାକୁ ନେଇ ସେ ଚକିତ ହୋଇଯାଇଥିଲେ।

ସୂଚନାଥାଉ କି, ଦୁଇ ମଦ କମ୍ପାନୀ ମଧ୍ୟରେ ଟ୍ରେଡମାର୍କ ଉଲ୍ଲଘଂନକୁ ନେଇ ଚାଲିଥିବା ବିବାଦ ସୁପ୍ରିମକୋର୍ଟ ପହଞ୍ଚିଥିଲା। ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ମୁକୁଲ ରୋହିତଗି ଦୁଇଟି ହ୍ବିସ୍କି ବୋତଲ ସିଜେଆଇ ଚନ୍ଦ୍ରଚୂଡଙ୍କ ସମ୍ମୁଖରେ ରଖିଥିଲେ। ଯାହାକୁ ଦେଖି ଚନ୍ଦ୍ରଚୂଡ ଜୋରରେ ହସିଥିଲେ। ସେ ମୁକୁଲଙ୍କୁ କହିଥିଲେ, ଆପଣ ଏହି ବୋତଲ କାହାଁକି ଆଣିଲେ? ଉତ୍ତରରେ ମୁକୁଲ କହିଥିଲେ, ଦୁଇ ବୋତଲ ମଧ୍ୟରେ ସମାନତା ଦେଖେଇବାକୁ ଏହି ବୋତଲ ଆଣିଥିଲି। ପରେ ବୋତଲ ଦୁଇଟିକୁ ନେଇଯିବାକୁ ଚନ୍ଦ୍ରଚୂଡ ପରାମର୍ଶ ଦେଇଥିଲେ।

ଶୁଣାଣିବେଳେ ଟ୍ରେଡମାର୍କ ଉଲ୍ଲଘଂନ କିପରି ହୋଇଥିଲା ଆଲୋଚନା ହୋଇଥିଲା। ପରେ ବେଞ୍ଚ, ମାମଲାର ନୋଟିସ ଜାରି କରି ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍‌ ଲଗାଇଥିଲା। ଆଉ ଗୋଟିଏ କି ଦୁଇ ସପ୍ତାହ ପରେ ଏହି ମାମଲାର ଶୁଣାଣି ନେଇ ସମୟ ନିର୍ଦ୍ଦିଷ୍ଟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୂର ହେବ ଚିନ୍ତା! LPG-Petrol ନେଇ ଭାରତ ଆସୁଛି ଆଉ ୩ ଜାହାଜ, ପାର କଲା Strait of Hormuz

ନୂଆଦିଲ୍ଲୀ,୨୪।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ସଂଘର୍ଷ ଏବଂ ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଯୋଗୁ ଦେଖାଦେଇଥିବା ରୋଷେଇ ଗ୍ୟାସର ଅଭାବ ପାଇଁ ଏବେ ଆଶ୍ୱସ୍ତି ଆଶା…

ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା….

କଟକ,୨୪।୩: କଟକ ଲିଙ୍କ୍‌ରୋଡରେ ଥିବା LIC ଅଫିସ୍‌ରେ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ବିଲ୍ଡିଂ । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ବର୍ତ୍ତମାନ…

ଯୁଦ୍ଧରେ ରୁଷିଆର ଏଣ୍ଟ୍ରିକୁ ନେଇ ଏମିତି କହିଲା ୟୁକ୍ରେନ, ସଭିଏଁ ଚକିତ!

କ୍ୱିଭ,୨।୪୩: ପଶ୍ଚିମ ଏସିଆରେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏକ ପ୍ରମୁଖ ଦାବି କରିଛନ୍ତି। ମଙ୍ଗଳବାର, ଜେଲେନ୍ସକି କହିଛନ୍ତି…

ମିଛ କହୁଥିଲେ ଟ୍ରମ୍ପ! ଇରାନର ଦୁଇ ଏନର୍ଜି ପ୍ଲାଣ୍ଟ ଉପରେ ଏୟାରଷ୍ଟ୍ରାଇକ…..

ନୂଆଦିଲ୍ଲୀ,୨୪।୩:ଗୋଟିଏ ପଟେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଂଘର୍ଷର ଅନ୍ତ ହେବାର ସଙ୍କେତ ଦେଉଛନ୍ତି । ଅନ୍ୟପଟେ, ଇରାନ ଆକ୍ରମଣ ସମ୍ପର୍କରେ ଏକ ବଡ଼ ଦାବି କରିଛି…

‘ହଁ ଆମେ ଯୁଦ୍ଧ ଶେଷ କରିବୁ…’, ଆମେରିକାକୁ ଇରାନର ସିଧା ଜବାବ, ସାମ୍ନାରେ ରଖିଲା ୨ ବଡ଼ ସର୍ତ୍ତ

ତେହରାନ୍‌,୨୪।୩: ଆମେରିକା ଏବେ ଇରାନ ସହିତ ସଂଘର୍ଷ ସମାପ୍ତ କରିବାକୁ ପ୍ରସ୍ତୁତ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ଆଉ ଯୁଦ୍ଧ କରିବାକୁ…

ପାଡୁଆ ପୋଲିସକୁ ଚ୍ୟାଲେଞ୍ଜ, ବୋଲେରୋ-ବାଇକ ପରେ ଏବେ ସ୍କୁଟି ଚୋରି

ନନ୍ଦପୁର/ପାଡୁଆ,୨୪।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ଥାନା ପୋଲିସକୁ ଗାଡ଼ି ଚୋର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ରବିବାର…

ହାର ମାନିବାକୁ ପ୍ରସ୍ତୁତ ନୁହେଁ ଇରାନ, କେମିତି ହେବ ଶାନ୍ତି ଆଲୋଚନା? ଟ୍ରମ୍ପଙ୍କୁ ଫୋନ ଲଗାଇଲେ ନେତାନ୍ୟାହୁ

ଓ୍ବାଶିଂଟନ,୨୪।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏକ ଉତ୍କଟ ସ୍ଥିତିରେ ପହଞ୍ଚିଛି। ଗୋଟିଏ ପଟେ, ବେଞ୍ଜାମିନ ନେତାନ୍ୟାହୁ ଜାରି ଆକ୍ରମଣ ବିଷୟରେ କହୁଛନ୍ତି, ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ…

IPL 2026: କୋଲକାତାର କ୍ୟାପ୍ଟେନ ହେବେକି ରିଙ୍କୁ ସିଂ? KKRକୁ ପରାମର୍ଶ ଦେଲେ….

ନୂଆଦିଲ୍ଲୀ,୨୪।୩: ତିନିଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ପୁଣି ଥରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି । ଗତ ସିଜନରେ କେକେଆରର ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri