ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କ ପରଲୋକ

କଟକ,୨୨ା୧(କାର୍ତ୍ତିକ ସାହୁ): ବରିଷ୍ଠ ସାମ୍ବାଦିକ, ସାହିତି୍ୟକ ତଥା ସ୍ତମ୍ଭକାର ଅରୁଣ କୁମାର ପଣ୍ଡାଙ୍କର ୭୬ବର୍ଷ ବୟସରେ କଟକ ସିଡିଏ ସେକ୍ଟର-୬ସ୍ଥିତ ବାସଭବନରେ ସୋମବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ସେ କିଛିଦିନ ହେବ କର୍କଟ ରୋଗରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଥିଲେ। ଏଥିସହ ୬ମାସ ତଳେ ତାଙ୍କର ଓପନ ହାର୍ଟ ସର୍ଜରି କରାଯାଇଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ୩ ଇଞ୍ଜିନିୟର ପୁଅ, ବୋହୂ ଓ ସ୍ତ୍ରୀ ଜୟନ୍ତୀ ଦାଶ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚତ୍ ଶେଷଦର୍ଶନ କରିଛନ୍ତି।
ସ୍ବର୍ଗତ ପଣ୍ଡା ୧୯୪୮ ମସିହା ଅକ୍ଟୋବର ୫ରେ କେନ୍ଦୁଝରରେ ଜନ୍ମଲାଭ କରିଥିଲେ। ତାଙ୍କ ବାପା ଭିକାରି ଚରଣ ପଣ୍ଡା ଜଣେ ସ୍ବାଧୀନତା ସଂଗ୍ରାମୀ ଓ ସାମ୍ବାଦିକ ଥିଲେ। କଲେଜ ଶିକ୍ଷା ଶେଷ ପରେ ସେ ସାମାଜିକ କାର୍ଯ୍ୟରେ ମନୋନିବେଶ କରିଥିଲେ। ବିଶେଷକରି ଆଦିବାସୀଙ୍କ ସମସ୍ୟା ସମାଧାନ ଦିଗରେ ସେ ବେଶ୍‌ ଚେଷ୍ଟିତ ଥିଲେ। ଭାରତୀୟ ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ନେଇ ସେ ବହୁ କାର୍ଯ୍ୟ କରିଛନ୍ତି। ବଣ୍ଡା, ଜୁଆଙ୍ଗ, ଲୋଧା, ଭୂୟଁା, ସଉରା, ସାନ୍ତାଳ, କୋୟା ଆଦି ଜନଜାତିଙ୍କୁ ଜାତୀୟ ସ୍ତରରେ ପହଞ୍ଚାଇବାରେ ତାଙ୍କର ଅନେକ ଭୂମିକା ରହିଛି। ଦୈନିକ ଖବରକାଗଜ ‘ସମାଜ’ର ବରିଷ୍ଠ ସାମ୍ବାଦିକ ଭାବେ ସେ କାର୍ଯ୍ୟ କରିଥିଲେ। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଲେଖନୀ ଚାଳନା କରି ସେ ବହୁ ପୁସ୍ତକ ରଚନା କରିଛନ୍ତି। ତାଙ୍କ ସୃଷ୍ଟିଗୁଡ଼ିକ ମଧ୍ୟରେ କୌଟିଲ୍ୟ ଅର୍ଥଶାସ୍ତ୍ର, ମସି ମନ୍ଥନ, ସତ୍ୟମ୍‌ ବ୍ରୁୟତ, ଚିନ୍ତା ଚିରନ୍ତନ, ଚିନ୍ତା ଅନୁଚିନ୍ତା, ସକାଳର ସୂର୍ଯ୍ୟାସ୍ତ, ଅରଣ୍ୟର ମଣିଷ ଆଦି ଉଲ୍ଲେଖନୀୟ। ସାହିତ୍ୟ, ସଂସ୍କୃତି, ସମାଜସେବା ଓ ଆଧ୍ୟାତ୍ମିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନ ସହ ସେ ସମ୍ପୃକ୍ତ ଥିଲେ। ତାଙ୍କର ସାରସ୍ବତ ସାଧନା ପାଇଁ ସେ ୨୦୧୩ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଉତ୍କଳ ସାହିତ୍ୟ ସମାଜ, ଉତ୍କଳ ପାଠକ ସମାଜ ଆଦି ଅନେକ ଅନୁଷ୍ଠାନରୁ ସମ୍ମାନ ଓ ପୁରସ୍କାର ପାଇଛନ୍ତି। ଦେଶର ଜରୁରିକାଳୀନ ପରିସ୍ଥିତି ସମୟରେ ସେ କିଛିଦିନ ଜେଲରେ ବନ୍ଦୀ ଜୀବନ ବିତାଇଥିଲେ। ତାଙ୍କ ବିୟୋଗରେ ବହୁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ସତୀଚଉରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ପୁଅ ସନ୍ତୃପ୍ତ ପଣ୍ଡା ମୁଖାଗ୍ନି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri