ଭଞ୍ଜନଗର,୨୫।୨(ବାବୁଲା ପ୍ରଧାନ): ଓଡ଼ିଶା କ୍ରିକେଟ ଆସୋସିଏସନ ଦାରା ଗଞ୍ଜାମ ଜିଲା ସିନିୟର୍ କ୍ରିକେଟ ଟିମ ଗତ ୧୮ ତାରିଖରେ ଘୋଷଣା ହୋଇଛି। ଏଥିରେ ଭଞ୍ଜନଗର ବ୍ଲକ ଆଦିବାସୀ ଅଧ୍ୟୁଷିତ ଦଦରାଲୁଣ୍ଡା ଗ୍ରାମର
ବିଭୁ ପ୍ରସାଦ ନାୟକ ମନୋନୀତ ହୋଇଛନ୍ତି । ଏହି ଖବର ଜଣାପଡିବା ପରେ ତାଙ୍କର ସାଙ୍ଗସାଥୀ ମାନେ ଖୁସିବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଭୁ ଜଣେ ଭଲ ଖେଳାଳି ଭାବେ ଅଞ୍ଚଳରେ ପରିଚିତ। ଏମପି ପ୍ରତିନିଧି ଶିବଶଙ୍କର ପ୍ରଧାନ ପ୍ରମୁଖ ବିଭୁଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ୧୬ ଜଣିଆ ଟିମରେ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଅଭିସ୍କର ପଟ୍ଟନାୟକ, ବି. ସନ୍ତୋଷ କୁମାର ପାତ୍ର, ଅଂଶୁମାନ ସାମନ୍ତ, ସୌମ୍ୟ ରଂଜନ ବିଶ୍ବାଳ, ରୋହିତ ସାଗର, କେ. ଈଶ୍ୱର ପ୍ରସାଦ, ସାଗର ସେଠୀ, କାଳିଆ ସାହୁ, ଜୈନମ ଗେଡ଼ିଆ,ଅଭିନୀତ ପଟ୍ଟନାୟକ, ଭୋଜୋନାପୁ ରାଜାରାମ, ମହମ୍ମଦ ସୋହେବ ଖାନ, ସଂଗ୍ରାମ ବାଡତ୍ୟା, ବିଶାଲ କପାଳ ଓ ସିବୁନ ନନ୍ଦ। ଏଥିସହ ଷ୍ଟାଣ୍ଡ-ବାଇରେ ଅଛନ୍ତି ପ୍ରଶାନ୍ତ ବର୍ମା, ଚିନ୍ମୟ ନାୟକ, ଦେବାଶିଷ ଦାସ,ରବି ରାଜ,କାଳିଆ ସ୍ବାଇଁ।
Dharitri – Odisha’s No.1 Odia Daily

