ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭିଷ୍ମଗିରୀ ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ଶିକ୍ଷା ବିଭାଗ ପକ୍ଷରୁ ” ଜାତୀୟ ଶିକ୍ଷାନୀତି ୨୦୨୦ ଏକ ଆହ୍ବାନ “ବିଷୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କର ଏଥିରେ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ରୂପେ ଚିକିଟି କଲେଜ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ରାଜେଶ କୁମାର ପାତ୍ର, ସମ୍ମାନିତ ଅତିଥି ରୂପେ ନୂଆପଡା ଶ୍ରୀବାଲାଜୀ କଲେଜ ଅଧ୍ୟାପକ ଦିଲ୍ଲୀପ କୁମାର ବେହେରା, ମୁଖ୍ୟବକ୍ତା ରୂପେ କଙ୍କୋରଡା ବିଜ୍ଞାନ କଲେଜ ଅଧ୍ୟାପକ ଲିଙ୍ଗରାଜ ରଥ ଏବଂ କଲେଜର ଆଇ.କ୍ଯୁ.ଏ.ସି ସଂଯୋଜକ ଅଧ୍ୟାପକ କାହ୍ନୁଚରଣ ପାଢୀ ପ୍ରମୁଖ ମଞ୍ଚାସିନ ଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ସରକାରଙ୍କ ଏକକ ଜାତୀୟ ଶିକ୍ଷାନୀତି ବାସ୍ତବରେ ଶିକ୍ଷା ଦାନର ମାନବୃଦ୍ଧି ଦିଗରେ ସହାୟକ ହେବ ବୋଲି ଅତିଥି ବୃନ୍ଦ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ବିଭାଗୀୟ ଛାତ୍ରୀ ଛାତ୍ର ମାନେ ସ୍ୱରଚିତ ସନ୍ଦର୍ଭ ପାଠ କରିଥିଲେ। ଏଥି ସହିତ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଛାତ୍ରମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶେଷରେ ଶିକ୍ଷା ବିଭାଗୀୟ ମୁଖ୍ୟ ଅଧ୍ୟାପିକା କୁମାରୀ ପ୍ରିୟଦର୍ଶିନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ଯକ୍ରମ ପରିଚାଳନାରେ କଲେଜର ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

