ସେମିକଣ୍ଡକ୍ଟର ପାଲଟିଛି ଭାରତ ବିକାଶର ଗୁରୁତ୍ୱପୂର୍ଣ୍ଣ ଉତ୍ସ, ଆଗାମୀ ଦିନରେ ଭାରତରେ ୬-ଜି ସେବା……

ନୂଆଦିଲ୍ଲୀ,୩୦।୭ : ଆଜି ଏହା ଆମ ହାତରେ ଥିବା ଫୋନ ହେଉ କିମ୍ବା ଯାନବାହାନ ହେଉ, ମହାକାଶକୁ ଯାଉଥିବା ରକେଟ କିମ୍ବା ଲାପଟପ ଇତ୍ୟାଦି, ସମସ୍ତ ଇଲେକ୍ଟ୍ରୋନିକ ଉତ୍ପାଦରେ ସେମିକଣ୍ଡକ୍ଟର ବ୍ୟବହାର କରାଯାଉଛି। ସେମିକଣ୍ଡକ୍ଟର ଶିଳ୍ପ ଆଜି ବିଶ୍ୱର ପ୍ରମୁଖ ଶିଳ୍ପ ପାଲଟିଛି। ଏହି କାରଣରୁ ଦୁନିଆର ଅନେକ ଦେଶ ଏହି କ୍ଷେତ୍ରରେ ଅଧିକ ଧ୍ୟାନ ଦେଉଛନ୍ତି।

ବର୍ତ୍ତମାନ ଭାରତ ମଧ୍ୟ ଏହି ଦିଗରେ ଦ୍ରୁତ ପଦକ୍ଷେପ ନେଇଛି। ଗୁଜରାଟର ଗାନ୍ଧିନଗରରେ ଆୟୋଜିତ ସେମିକନ ଇଣ୍ଡିଆ ସମ୍ମିଳନୀ ୨୦୨୩ ରେ ଯୋଗଦେଇ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏଭଳି କହିଛନ୍ତି। ସେମିକଣ୍ଡକ୍ଟର ଭାରତ ବିକାଶର ଗୁରୁତ୍ୱପୂର୍ଣ୍ଣ ଉତ୍ସ ପାଲଟିଛି।

ଆଜି ଭାରତ ସେମିକଣ୍ଡକ୍ଟର ପ୍ରସଙ୍ଗରେ ଅନେକ ବିଶ୍ୱସ୍ତରୀୟ ଚୁକ୍ତି କରୁଛି। ଏଥିମଧ୍ୟରୁ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଗବେଷଣା ଉପରେ ଆମେରିକା ଏବଂ ଭାରତ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ବାକ୍ଷରିତ ହୋଇଛି।

ଏସ ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗିତା ବର୍ତ୍ତମାନ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବୃଦ୍ଧି ପାଉଛି ଏବଂ ସମୟ ସହିତ ଏହା ଅଧିକ ସଶକ୍ତି ହେବ। ମହାକାଶ କ୍ଷେତ୍ରରେ ଭାରତ ଆର୍ଟେମିସ ଚୁକ୍ତିନାମ ସ୍ବାକ୍ଷର କରିଛି। ନାସା ଏବଂ ଇସ୍ରୋ ମଧ୍ୟରେ ସହଭାଗିତା ମଧ୍ୟ ମଜବୁତ ହେଉଛି। ଜଟିଳ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ହେଉଛି ଜ୍ଞାନ ଆଧାରିତ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଏହି ପ୍ରଯୁକ୍ତିବିଦ୍ୟା ଆମର ଅର୍ଥନୈତିକ ଏବଂ ସାମାଜିକ କାର୍ଯ୍ୟକଳାପରେ ବଡ଼ ପରିବର୍ତ୍ତନ ଆଣିପାରେ ଏବଂ କୌଣସି ଶକ୍ତିଶାଳୀ ଦେଶ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ। ସେ ସେମିକଣ୍ଡକ୍ଟର ଚିପ ପ୍ରତିଦ୍ୱନ୍ଦ୍ୱିତା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

ଖଣିଜ ସୁରକ୍ଷା ଭାଗିଦାରୀରେ ଭାରତର ପ୍ରବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସୁରକ୍ଷିତ ଯୋଗାଣ ଶୃଙ୍ଖଳା କ୍ଷେତ୍ରରେ ବିବିଧତା ଆଣିବ। ଭାରତରେ ୫-ଜି ଆରମ୍ଭ ହୋଇଛି ଏବଂ ଆମେ ଏହି ପ୍ରସଙ୍ଗରେ ଗତିଶୀଳ ହେବା ଆରମ୍ଭ କରିଛୁ। ଏହି ସମୟ ମଧ୍ୟରେ ଭାରତରେ ୬-ଜି ସେବା ଏବଂ ଆମେରିକାରେ ନେକ୍ସଜି ଆଲାଏନ୍ସର ସହଯୋଗ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri