ସେମିକଣ୍ଡକ୍ଟର ପାଲଟିଛି ଭାରତ ବିକାଶର ଗୁରୁତ୍ୱପୂର୍ଣ୍ଣ ଉତ୍ସ, ଆଗାମୀ ଦିନରେ ଭାରତରେ ୬-ଜି ସେବା……

ନୂଆଦିଲ୍ଲୀ,୩୦।୭ : ଆଜି ଏହା ଆମ ହାତରେ ଥିବା ଫୋନ ହେଉ କିମ୍ବା ଯାନବାହାନ ହେଉ, ମହାକାଶକୁ ଯାଉଥିବା ରକେଟ କିମ୍ବା ଲାପଟପ ଇତ୍ୟାଦି, ସମସ୍ତ ଇଲେକ୍ଟ୍ରୋନିକ ଉତ୍ପାଦରେ ସେମିକଣ୍ଡକ୍ଟର ବ୍ୟବହାର କରାଯାଉଛି। ସେମିକଣ୍ଡକ୍ଟର ଶିଳ୍ପ ଆଜି ବିଶ୍ୱର ପ୍ରମୁଖ ଶିଳ୍ପ ପାଲଟିଛି। ଏହି କାରଣରୁ ଦୁନିଆର ଅନେକ ଦେଶ ଏହି କ୍ଷେତ୍ରରେ ଅଧିକ ଧ୍ୟାନ ଦେଉଛନ୍ତି।

ବର୍ତ୍ତମାନ ଭାରତ ମଧ୍ୟ ଏହି ଦିଗରେ ଦ୍ରୁତ ପଦକ୍ଷେପ ନେଇଛି। ଗୁଜରାଟର ଗାନ୍ଧିନଗରରେ ଆୟୋଜିତ ସେମିକନ ଇଣ୍ଡିଆ ସମ୍ମିଳନୀ ୨୦୨୩ ରେ ଯୋଗଦେଇ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏଭଳି କହିଛନ୍ତି। ସେମିକଣ୍ଡକ୍ଟର ଭାରତ ବିକାଶର ଗୁରୁତ୍ୱପୂର୍ଣ୍ଣ ଉତ୍ସ ପାଲଟିଛି।

ଆଜି ଭାରତ ସେମିକଣ୍ଡକ୍ଟର ପ୍ରସଙ୍ଗରେ ଅନେକ ବିଶ୍ୱସ୍ତରୀୟ ଚୁକ୍ତି କରୁଛି। ଏଥିମଧ୍ୟରୁ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଗବେଷଣା ଉପରେ ଆମେରିକା ଏବଂ ଭାରତ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ବାକ୍ଷରିତ ହୋଇଛି।

ଏସ ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗିତା ବର୍ତ୍ତମାନ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବୃଦ୍ଧି ପାଉଛି ଏବଂ ସମୟ ସହିତ ଏହା ଅଧିକ ସଶକ୍ତି ହେବ। ମହାକାଶ କ୍ଷେତ୍ରରେ ଭାରତ ଆର୍ଟେମିସ ଚୁକ୍ତିନାମ ସ୍ବାକ୍ଷର କରିଛି। ନାସା ଏବଂ ଇସ୍ରୋ ମଧ୍ୟରେ ସହଭାଗିତା ମଧ୍ୟ ମଜବୁତ ହେଉଛି। ଜଟିଳ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ହେଉଛି ଜ୍ଞାନ ଆଧାରିତ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଏହି ପ୍ରଯୁକ୍ତିବିଦ୍ୟା ଆମର ଅର୍ଥନୈତିକ ଏବଂ ସାମାଜିକ କାର୍ଯ୍ୟକଳାପରେ ବଡ଼ ପରିବର୍ତ୍ତନ ଆଣିପାରେ ଏବଂ କୌଣସି ଶକ୍ତିଶାଳୀ ଦେଶ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ। ସେ ସେମିକଣ୍ଡକ୍ଟର ଚିପ ପ୍ରତିଦ୍ୱନ୍ଦ୍ୱିତା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

ଖଣିଜ ସୁରକ୍ଷା ଭାଗିଦାରୀରେ ଭାରତର ପ୍ରବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସୁରକ୍ଷିତ ଯୋଗାଣ ଶୃଙ୍ଖଳା କ୍ଷେତ୍ରରେ ବିବିଧତା ଆଣିବ। ଭାରତରେ ୫-ଜି ଆରମ୍ଭ ହୋଇଛି ଏବଂ ଆମେ ଏହି ପ୍ରସଙ୍ଗରେ ଗତିଶୀଳ ହେବା ଆରମ୍ଭ କରିଛୁ। ଏହି ସମୟ ମଧ୍ୟରେ ଭାରତରେ ୬-ଜି ସେବା ଏବଂ ଆମେରିକାରେ ନେକ୍ସଜି ଆଲାଏନ୍ସର ସହଯୋଗ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri