Posted inଖେଳ

ସେମିରେ ଜୋକୋଭିଚ୍‌, ଗଫ୍‌

ମେଲବୋର୍ନ,୨୪ା୧(ପି.ଟି.): ଅଷ୍ଟ୍ରେଲିଆନ୍‌ ଓପନରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି କ୍ୱାର୍ଟର ଫାଇନାଲ ମ୍ୟାଚ୍‌। ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଏକ ନମ୍ବର ସିଡ୍‌ ନୋଭାକ୍‌ ଜୋକୋଭିଚ୍‌ ଓ ଜାନିକ୍‌ ସିନ୍ନର। ସେହିପରି ମହିଳା ସିଙ୍ଗଲ୍ସ ସେମି ଫାଇନାଲରେ ପହଞ୍ଚିଛନ୍ତି ଆରିନା ସାବାଲେଙ୍କା ଓ କୋକୋ ଗଫ୍‌। ଚଳିତ ଟୁର୍ନାମେଣ୍ଟର ଟପ୍‌ ସିଡ୍‌ର ମାନ୍ୟତା ପାଇଥିବା ଜୋକୋଭିଚ୍‌ ୧୧ ତମ ଅଷ୍ଟ୍ରେଲିଆନ୍‌ ଓପନ୍‌ ଲକ୍ଷ୍ୟରେ ରହିଛନ୍ତି। ମଙ୍ଗଳବାର ଆମେରିକୀୟ ଟେଲର ଫ୍ରିଜ୍‌ଙ୍କୁ ୭-୬(୭), ୪-୬, ୬-୨ ଓ ୬-୩ ସେଟ୍‌ରେ ପରାସ୍ତ କରିଥିଲେ ଜୋକୋଭିଚ୍‌। କଡା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚଟି ୩ ଘଣ୍ଟା ୪୫ ମିନିଟ ଧରି ଚାଲିଥିଲା। ୨୪ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଜୋକୋଭିଚ୍‌ ଅଷ୍ଟ୍ରେଲିଆନ୍‌ ଓପନର କ୍ୱାର୍ଟର ଫାଇନାଲ ପରବର୍ତ୍ତୀ ରାଉଣ୍ଡରେ କେବେ ବି ପରାଜିତ ହୋଇନାହାନ୍ତି। ଏହି ବିଜୟ ସହ ସେ ରେକର୍ଡ ୪୮ ତମ ଗ୍ରାଣ୍ଡସ୍ଲାମ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ପ୍ରଥମ ସେଟ୍‌ରୁ ହିଁ ଫ୍ରିଟ୍ଜଙ୍କଠାରୁ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ଜୋକୋଭିଚ୍‌। ଚମତ୍କାର ସର୍ଭିସ୍‌ କରିଥିବା ଟେଲର୍‌ ପ୍ରଥମ ସେଟ୍‌ରେ ୧୫ ବ୍ରେକ୍‌ ପଏଣ୍ଟ ରେକର୍ଡ କରିଥିଲେ। ଜୋକୋଭିଚ୍‌ ପ୍ରଥମ ସେଟ୍‌କୁ ଟାଇବ୍ରେକରରେ ଜିତିଥିଲେ। ପରବର୍ତ୍ତୀ ସେଟ୍‌କୁ ଟେଲର ୬-୪ରେ ଜିତିଥିଲେ ହେଁ ଅଭିଜ୍ଞତାର ଉପଯୋଗ କରି ଜୋକୋଭିଚ୍‌ ପରବର୍ତ୍ତୀ ଦୁଇ ସେଟ୍‌ ଜିତି ନେଇଥିଲେ। ଏହା ସହିତ କ୍ୟାରିୟରରେ ୧୧ତମ ଥର ପାଇଁ ସେ ଅଷ୍ଟ୍ରେଲିଆନ୍‌ ଓପନ ସେମିରେ ପ୍ରବେଶ କରିଥିଲେ।
ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଇଟାଲୀର ଜାନିକ୍‌ ସିନ୍ନର ଓ ଆଣ୍ଡି ରୁବଲେଭଙ୍କ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ୬-୪, ୭-୬(୭-୫) ଓ ୬-୩ରେ ଜିତି ନେବା ସହ ଜୋକୋଭିଚ୍‌ଙ୍କ ସହ ସେମିଫାଇନାଲ ମ୍ୟାଚ୍‌ ନିର୍ଦ୍ଧାରଣ କରିଥିଲେ ସିନ୍ନର। ପ୍ରଥମ ସେଟ୍‌ରେ ସହଜ ବିଜୟ ହାସଲ କରିବା ପରେ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ ଟାଇବ୍ରେକରକୁ ଯାଇଥିଲା। ତେବେ ସିନ୍ନର ଏହାକୁ ମଧ୍ୟ ଜିତି ନେଇଥିଲେ। ନିର୍ଣ୍ଣାୟକ ସେଟ୍‌କୁ ସେ ୬-୩ରେ ଜିତି ନେବା ସହ ସେମିରେ ପ୍ରବେଶ କରିଥିଲେ ।
ମହିଳା ବିଭାଗରେ ୟୁଏସ୍‌ ଓପନ ଚାମ୍ପିୟନ କୋକୋ ଗଫ୍‌ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱ ମାନ୍ୟତାର ୪ ନମ୍ବର ସ୍ଥାନରେ ଥିବା କୋକୋ ଗଫ୍‌ ୟୁକ୍ରେନର ଅଣ ସିଡେଡ ଖେଳାଳି ମାର୍ଟା କୋଷ୍ଟ୍ୟୁକଙ୍କୁ ୭-୬(୬), ୬-୭(୩) ଓ ୬-୨ରେ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ଟି ଦୀର୍ଘ ୩ ଘଣ୍ଟା ୮ ମିନିଟ ଧରି ଚାଲିଥିଲା। ପ୍ରଥମ ସେଟ୍‌ରେ ଗଫ୍‌ ୫-୧ରେ ପଛୁଆ ରହିଥିଲେ। ତେବେ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ମ୍ୟାଚ୍‌କୁ ଟାଇବ୍ରେକରକୁ ନେଇଥିଲେ ଓ ଶେଷରେ ଜିତି ନେଇଥିଲେ। ଦ୍ୱିତୀୟ ସେଟ୍‌ଟି ମଧ୍ୟ ଟାଇବ୍ରେକରକୁ ଯାଇଥିବା ବେଳେ କୋଷ୍ଟ୍ୟୁକ ଏହାକୁ ଜିତି ନେଇଥିଲେ। ଅନ୍ତିମ ତଥା ନିର୍ଣ୍ଣାୟକ ସେଟ୍‌କୁ ଜିତିବା ସହ ଆମେରିକୀୟ ଗଫ୍‌ ବାଜି ମାରି ନେଇଥିଲେ। ସେହିପରି ମହିଳା ବର୍ଗର ଅନ୍ୟତମ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଦ୍ୱିତୀୟ ସିଡ୍‌ ଆରିନା ସାବାଲେଙ୍କା ୬-୨, ୬-୩ ସେଟରେ ବାର୍ବରା କ୍ରେଜିକୋଭାଙ୍କୁ ପରାସ୍ତ କରିଥିଲେ। ସାବାଲେଙ୍କା ପ୍ରଥମ ସର୍ଭରେ ହିଁ ୬୫ ପ୍ରତିଶତ ପଏଣ୍ଟ ଅର୍ଜନ କରିଥିଲେ। ପ୍ରଥମ ସେମିଫାଇନାଲ କୋକୋ ଗଫ ଓ ଆରିନା ସାବାଲେଙ୍କାଙ୍କ ମଧ୍ୟରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri