Posted inଜାତୀୟ

ଆତ୍ମନିର୍ଭର ଭାରତ, କମୁଛି ରୁଷିଆ ଉପରେ ସାମରିକ ଅସ୍ତ୍ରଶସ୍ତ୍ର ନିର୍ଭରଶୀଳତା…

ନୂଆଦିଲ୍ଲୀ, ୧୫।୩ : ଭାରତ ବର୍ତ୍ତମାନ ଅସ୍ତ୍ରଶସ୍ତ୍ର ପାଇଁ ରୁଷିଆ ଉପରେ ସମାରିକ ସରଞ୍ଜାମ ଏବଂ ଅସ୍ତ୍ରଶସ୍ତ୍ର ପାଇଁ କମ ନିର୍ଭରଶୀଳ ହେଉଛି। ଗ୍ଲୋବାଲ ଥିଙ୍କ ଟ୍ୟାଙ୍କ ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ପାଞ୍ଚ ବର୍ଷରେ ୨୦୧୭ରୁ ୨୦୨୧ ମଧ୍ୟରେ ରୁଷିଆର ଅସ୍ତ୍ରଶସ୍ତ୍ର ରପ୍ତାନି ମଧ୍ୟ ହ୍ରାସ ପାଇଛି।

ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ ଅନୁସାରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତର ଅସ୍ତ୍ରଶସ୍ତ୍ର ଆମଦାନୀ ହ୍ରାସ ପାଇଛି। ୨୦୧୨ରୁ ୧୬ ତୁଳନାରେ ୨୦୧୭ରୁ ୨୦୨୧ ମଧ୍ୟରେ ଭାରତର ଅସ୍ତ୍ରଶସ୍ତ୍ର ଆମଦାନୀ ତିନି ପ୍ରତିଶତ ହ୍ରାସ ପାଇଛି। ୨୦୧୨ରୁ ୧୬ ମଧ୍ୟରେ ଭାରତର ଅସ୍ତ୍ରଶସ୍ତ୍ର କ୍ରୟ କରିବା ୧୪ ପ୍ରତିଶତ ଥିଲା। କିନ୍ତୁ ୨୦୧୭ରୁ ୨୦୨୧ ମଧ୍ୟରେ ଏହା ୧୧ ପ୍ରତିଶତକୁ ଖସି ଆସିଛି।

ଏଥି ସହିତ ଦ୍ୱିତୀୟ ବୃହତ୍ତମ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ସାଉଦି ଆରବର ୮.୨ ପ୍ରତିଶତରୁ ୧୧ ପ୍ରତିଶତକୁ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ୨୦୧୭ରୁ ୨୦୨୧ ମଧ୍ୟରେ ରୁଷିଆର ଅସ୍ତ୍ରଶସ୍ତ୍ର ରପ୍ତାନୀ ୪୬ ପ୍ରତିଶତ ଥିଲା। ଦ୍ୱିତୀୟ ସ୍ଥାନରେ ଫ୍ରାନ୍ସ ଥିବାବେଳେ ଏହାର ରପ୍ତାନୀ ପରିମାଣ ୨୭ ପ୍ରତିଶତ ଥିଲା। ରପ୍ତାନୀରେ ଆମେରିକା ତୃତୀୟ ସ୍ଥାନରେ ରହିବା ସହିତ ଏହାର ପରିମାଣ ୧୨ ପ୍ରତିଶତ ଥିଲା।

୨୦୧୨ରୁ ୧୬ ମଧ୍ୟରେ ଭାରତକୁ ଅସ୍ତ୍ରଶସ୍ତ୍ର ଯୋଗାଣରେ ରୁଷିଆର ଯୋଗାଦାନ ୭୦ ପ୍ରତିଶତ ଥିଲା। ରିପୋର୍ଟ ଅନୁଯାୟୀ, ୨୦୧୨ରୁ ୧୬ ତୁଳନାରେ ୨୦୧୭ରୁ ୨୦୨୧ ମଧ୍ୟରେ ବିଶ୍ୱରେ ଅସ୍ତ୍ରଶସ୍ତ୍ର ରପ୍ତାନୀର ରୁଷିଆର ଅଂଶଧନ ୪୬ ପ୍ରତିଶତ ହ୍ରାସ ପାଇଛି। ଅସ୍ତ୍ରଶସ୍ତ୍ର ଯୋଗାଣରେ ରୁଷିଆର ଅଂଶଧନ ବର୍ତ୍ତମାନ ୧୯ ପ୍ରତିଶତ ରହିଛି। ଏହି ସମୟ ମଧ୍ୟରେ ଆମେରିକାର ଅଂଶ ବୃଦ୍ଧି ପାଇଛି। ୩୨ ପ୍ରତିଶତ ଅଂଶଧନ ସହିତ ଆମେରିକା ବିଶ୍ୱର ସର୍ବବୃହତ ଅସ୍ତ୍ରଶସ୍ତ୍ର ରପ୍ତାନୀକାରୀ ପାଲଟିଛି।

ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଅସ୍ତ୍ରଶସ୍ତ୍ର ରପ୍ତାନୀର ରୁଷିଆର ଅଂଶଧନ ହ୍ରାସ ଘଟିବା କାରଣ ହେଉଛି ଭାରତ ଏବଂ ଭିଏତନାମକୁ ଅସ୍ତ୍ର ଯୋଗାଣ କମିବାରେ ଲାଗିଛି। ନ ଥିବାରୁ ଏହା ଘଟିଛି।

ରିପୋର୍ଟରେ କୁହାଯାଇଛି ଯେ ଆସନ୍ତା କିଛି ବର୍ଷ ମଧ୍ୟରେ ରୁଷିଆଠାରୁ ଭାରତ କିଛି ବଡ ଧରଣର ଅସ୍ତ୍ରଶସ୍ତ୍ର କିଣିବାକୁ ଯାଉଛି। ସେଥିମଧ୍ୟରେ ଏକେ-୨୦୩ ରାଇଫଲ ଏବଂ ଦୁଇଟି ଯୁଦ୍ଧ ପୋତ ଓ ଏସ୍‌-୪୦୦ ମିସାଇଲ ସିଷ୍ଟମ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଭାରତ ଏବଂ ରୁଷିଆ ମଧ୍ୟରେ ଆଣବିକ ବୁଡ଼ାଜାହାଜ ବିଷୟରେ ମଧ୍ୟ ଆଲୋଚନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri