Posted inଫୁରସତ

ଆତ୍ମପରିଚୟ

କାର୍ଯ୍ୟଦକ୍ଷତା, ଉତ୍ତମ ବ୍ୟବହାର ବ୍ୟକ୍ତିତ୍ବ ଉପରେ ସକାରାତ୍ମକ ପ୍ରଭାବ ପକାଏ। ଏହି ଗୁଣ ଘରେ, ଶିକ୍ଷାନୁଷ୍ଠାନରେ, କାର୍ଯ୍ୟକ୍ଷେତ୍ରରେ ହେଉ ଅବା ସମାଜରେ ଏକ ଉତ୍ତମ ମଣିଷର ପରିଚୟ ସୃଷ୍ଟି କରେ। ତେଣୁ ଆତ୍ମପରିଚୟ ସୃଷ୍ଟି କରିବା ଲାଗି କେତେକ ବଦଗୁଣ ତ୍ୟାଗ କରିବା ସହ କେତେକ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ…

ମାର୍ଜିତ ବ୍ୟବହାର ଓ ଉତ୍ତମ କାର୍ଯ୍ୟକଳାପ ମଣିଷକୁ ଅନ୍ୟମାନଙ୍କର ହୃଦୟ ଜିଣି ସଭିଙ୍କ ପ୍ରିୟପାତ୍ର କରାଇବାରେ ସାହାଯ୍ୟ କରିଥାଏ। ହେଲେ ବେଳେବେଳେ ଅଜାଣତରେ କରୁଥିବା କେତେକ ଭୁଲ ଆପଣଙ୍କ ବ୍ୟକ୍ତିତ୍ବ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଆତ୍ମପରିଚୟ ସୃଷ୍ଟି ପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଜାଣିରଖନ୍ତୁ ସେ ସମ୍ପର୍କରେ …

ବାକ୍‌ ସଞ୍ଜମ ରକ୍ଷା ସହ ମିଷ୍ଟଭାଷୀ ହୁଅନ୍ତୁ : ଅଧିକାଂଶ ଯୁବତୀଯୁବକ ଏକାଠି ହେବାମାତ୍ରେ ଗପସପରେ ମସ୍‌ଗୁଲ ହୋଇଯାଆନ୍ତି। ପାଠପଢ଼ା, ଜବ୍‌ଠୁ ଆରମ୍ଭ କରି ଅନ୍ୟମାନଙ୍କ ସମ୍ପର୍କରେ ମଧ୍ୟ ସେମାନଙ୍କ ମଧ୍ୟରେ ଚାଲେ ଆଲୋଚନା। ହେଲେ ବେଳେବେଳେ ସାଧାରଣ କଥାରେ ଜଣେ ଜଣେ ହଠାତ୍‌ ରାଗି ଯାଇ ଯୁକ୍ତିକରିବା, ବାକ୍‌ସଞ୍ଜମ ହରାଇ ଅନ୍ୟକୁ ମାନସିକ ସ୍ତରରେ ଆଘାତ ପହଞ୍ଚାଇବାକୁ ବି ପଛାନ୍ତି ନାହିଁ। ଏହାଦ୍ୱାରା ଅନ୍ୟମାନଙ୍କ ଦୃଷ୍ଟିରେ ନିଜ ପ୍ରତି କିପରି ନକାରାତ୍ମକ ଭାବନା ସୃଷ୍ଟି ହେଉଛି ସେ ଦିଗରେ ସେମାନେ ଯତ୍ନଶୀଳ ନ ଥା’ନ୍ତି। ତେଣୁ ରାଗିବା, ରାଗରେ ଏଭଳି କିଛି କଥା କହିବା ଯାହାକି ଅନ୍ୟକୁ କଷ୍ଟ ଦେବ କିମ୍ବା ନିଜର ବ୍ୟକ୍ତିତ୍ୱ ଉପରେ ଆଞ୍ଚ ଆଣିବ ଏବଂ ଆକ୍ରୋଶମୂଳକ ଆଚରଣଠାରୁ ନିଜକୁ ନିବୃତ୍ତ ରଖନ୍ତୁ ଏବଂ ମିଷ୍ଟଭାଷୀ ହୁଅନ୍ତୁ।

ଦକ୍ଷତାର ପରିଚୟ ଦିଅନ୍ତୁ: କର୍ମତତ୍ପର ଏବଂ ଦକ୍ଷତାସମ୍ପନ୍ନ ମଣିଷକୁ ସମସ୍ତେ ଭଲପାଆନ୍ତି। ତେଣୁ ପାଠପଢ଼ା ହେଉ ଅବା ଜବ୍‌ କ୍ଷେତ୍ରରେ ଅଳସୁଆ ନ ହୋଇ ନିଜର ବେଷ୍ଟ ଦେବାକୁ ଚେଷ୍ଟା କରନ୍ତୁ। ଏହା ସମସ୍ତଙ୍କ ନଜରରେ ଆପଣଙ୍କ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ କରିବ।
ଆତ୍ମପ୍ରଶଂସାଠୁ ଦୂରେଇ ରୁହନ୍ତୁ: ମଣିଷର ବ୍ୟକ୍ତିତ୍ୱ ଭଲ ହୋଇଥିଲେ ଆପେଆପେ ସମସ୍ତଙ୍କ ମୁଖରୁ ପ୍ରଶଂସା ବାହାରେ। ହେଲେ ଏମିତି ଅନେକ ଅଛନ୍ତି, ଯେଉଁମାନେ ନିଜର ପ୍ରଶଂସା ନିଜ ମୁହଁରେ ଗାଇ ବୁଲନ୍ତି। ଏମିତିକି ଆତ୍ମପ୍ରଶଂସାରେ ବିଭୋର ହୋଇ ସେମାନେ ଅନ୍ୟକୁ କିଛି କହିବାର ସୁଯୋଗ ମଧ୍ୟ ଦିଅନ୍ତି ନାହିଁ। ହେଲେ ବାରମ୍ବାର ଆତ୍ମପ୍ରଶଂସା କରିବା ଦ୍ୱାରା ପରିହାସର ପାତ୍ର ହେବାକୁ ପଡ଼ିପାରେ, ଏକଥା ଅନେକେ ଭୁଲିଯାଆନ୍ତି। ତେଣୁ କଥାରେ ନୁହେଁ, ବରଂ ନିଜ କାମକୁ ଏଭଳି କରନ୍ତୁ; ଯେପରି ତାହାହିଁ ଆପଣଙ୍କ ବ୍ୟକ୍ତିତ୍ୱର ପରିଚୟ ପାଲଟିବ।

ସଚ୍ଚୋଟ ହୁଅନ୍ତୁ: ନିଜର ଦୁର୍ବଳତାକୁ ଚିହ୍ନିବା ଏବଂ ଏହାକୁ ଘୋଡ଼ାଇବା ଲାଗି ମିଥ୍ୟାର ସାହାଯ୍ୟ ନେବା ଦ୍ୱାରା ଧୀରେ ଧୀରେ ଏହା ଅଭ୍ୟାସରେ ପରିଣତ ହୋଇଯାଏ। ଆଉ ଏହା ଯେ କେତେବେଳେ ଅନ୍ୟମାନଙ୍କ ଆଗରେ ଆପଣଙ୍କ ପର୍ସନାଲିଟିକୁ ଖରାପ କରିଦିଏ ତାହା ଜଣାପଡ଼େନି। ତେଣୁ ସବୁବେଳେ ନିଜ କାମ ଏବଂ କଥାକୁ ନେଇ ସଚ୍ଚୋଟ ହୁଅନ୍ତୁ, ଦେଖିବେ ଏହା ଆପଣଙ୍କ ଉତ୍ତମ ବ୍ୟକ୍ତିତ୍ୱର ପରିଚୟ ପାଲଟିବ।

ଠିକ୍‌ ନୁହେଁ ଅନ୍ୟର ଚର୍ଚ୍ଚା : ଅନ୍ୟର ଦୋଶ ତ୍ରୁଟି ଖୋଜି ବୁଲିବା, ପଛରେ ତାଚ୍ଛଲ୍ୟ କରିବା ଏବଂ କିଏ କ’ଣ କରୁଛି ସେ ସମ୍ପର୍କରେ ଆଲୋଚନା କରିବା ଦ୍ୱାରା ନିଜ ବ୍ୟକ୍ତିତ୍ୱ ଉପରେ ଆଞ୍ଚ ଆସିଥାଏ ଏକଥା ଅନେକେ ଭୁଲିଯାଆନ୍ତି। ସେହିପରି କାହାର ଭଲ କାର୍ଯ୍ୟରେ ପ୍ରଶଂସା କରିବା ବଦଳରେ ଏଣୁତେଣୁ କହିବା କିମ୍ବା ସହି ନ ପାରି ନିନ୍ଦା କରିବା, ନିଜର କୌଣସି ଦୋଷତ୍ରୁଟିକୁ ଅନ୍ୟ ମୁଣ୍ଡରେ ଲଦିଦେବା ଭଳି ମାନସିକତା ମଧ୍ୟ ଆପଣଙ୍କ ବ୍ୟକ୍ତିତ୍ବ ଉପରେ ଆଞ୍ଚ ଆଣିପାରେ। ତେଣୁ ଏଭଳି ଅଭ୍ୟାସଠାରୁ ନିଜକୁ ନିବୃତ୍ତ ରଖିବା ଆବଶ୍ୟକ।

ୟୁନିକ ହେବା ଭଲ: ଅନ୍ୟମାନଙ୍କଠାରୁ କିଛି ଅଲଗା କରିବାକୁ ଚେଷ୍ଟା କରନ୍ତୁ। ନିଜ ଭିତରେ ଲୁଚି ରହିଥିବା ପ୍ରତିଭାକୁ ପରିପ୍ରକାଶ କରନ୍ତୁ। ଏହା ଧୀରେ ଧୀରେ ଆଦୃତ ହେବା ଦ୍ୱାରା ଆପଣଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିବ। ହେଲେ ମନେରଖନ୍ତୁ ୟୁନିକ ହେବା ଆଳରେ ଏଭଳି କୌଣସି କାର୍ଯ୍ୟ କରନ୍ତୁ ନାହିଁ, ଯାହା ଆପଣଙ୍କୁ ପରିହାସର ପାତ୍ର କରାଇବ ଅବା ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ଆଞ୍ଚ ଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri