ଜମି ବିବାଦ: ଶୁଣିଲାଣି ପ୍ରଶାସନ, ଜବରଦଖଲ ଉଚ୍ଛେଦ କଲା ସ୍ବୟଂ ସହାୟକ ଗୋଷ୍ଠୀ

ଦାରିଙ୍ଗବାଡ଼ି,୧୫ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଜୋହନପଲି ସାହିର ୫୯ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ଜମିକୁ ନେଇ ବିବାଦ ଦେଖାଦେଇଛି। ଏହି କାରଣରୁ ମାତୃଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ଉକ୍ତ ଜମିରୁ ଜବରଦଖଲ ହଟାଇଛନ୍ତି। ଏଥିପାଇଁ ସେମାନେ ଉକ୍ତ ଜମିରେ ରହିଆସୁଥିବା ସନ୍ନ୍ୟାସୀ ଦିଗାଲଙ୍କ ପାଇଖାନା ଘର ସମେତ ସେମାନେ ରହୁଥିବା ଘର ଭାଙ୍ଗିଛନ୍ତି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଛି।

ମାତୃଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟଙ୍କ କହିବା ଅନୁଯାୟୀ, ସେମାନେ ଗତ ୩୦ବର୍ଷ ହେଲା ଉକ୍ତ ଜମିରେ ଏକ ଝାଟିମାଟି ଘର କରି ସେଠାରେ ଖଲିପତ୍ର ପ୍ରସ୍ତୁତ ସହ ସିଲେଇ ମେଶିନ ପକାଇ ରୋଜଗାର କରି ଚଳୁଥିଲେ। ତେବେ ନୂଆଗାଁ ଥାନା ଅଞ୍ଚଳର ସନ୍ନ୍ୟାସୀ ଦିଗାଲ ଗତ କିଛି ବର୍ଷ ତଳେ ସିମନବାଡ଼ିରେ ଥିବା ଏକ ଘରୋଇ ହଷ୍ଟେଲରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ସେହି ସମୟରେ କୁଆଡ଼େ ସନ୍ନ୍ୟାସୀ ମାତୃଶକ୍ତି ସଂଘର ଘରେ ଆଶ୍ରୟ ପାଇଁ ନିବେଦନ କରିଥିଲେ। ତାଙ୍କୁ ସଂଘ ଆଶ୍ରୟ ଦେଇଥିଲା। ସନ୍ନ୍ୟାସୀ ତାଙ୍କର ନିଜସ୍ବ ଘର ନିର୍ମାଣ ପରେ ସେ ଉକ୍ତ ଜମିକୁ ଛାଡ଼ିଦେବା କହି ମାତୃଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ସହ ଏକ ଚୁକ୍ତିନାମା କରିଥିଲେ। ଗତ ୨୦୧୨ରେ ଏନେଇ ଏକ ଚୁକ୍ତିନାମା କରାଯାଇଥିଲା। ତେବେ ସନ୍ନ୍ୟାସୀ ସେଠାରେ ରହି ଆସିଥିବା ବେଳେ ସଂଘ ଉକ୍ତ ଜମି ଛାଡ଼ିବାକୁ ସନ୍ନ୍ୟାସୀଙ୍କୁ କହିଥିଲେ ଗୋଷ୍ଠୀର ସଦସ୍ୟମାନେ। ଏଥିରେ ସନ୍ନ୍ୟାସୀ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ ପରବର୍ତ୍ତୀ ସମୟରେ ଏବେ ସନ୍ନ୍ୟାସୀ ଉକ୍ତ ଜମିରେ ପକ୍କା ଘର ନିର୍ମାଣ କରୁଥିଲେ। ଏହାକୁ ସଂଘ ପକ୍ଷରୁ ବିରୋଧ କରାଯିବା ସହ ସ୍ଥାନୀୟ ତହସିଲ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଥାନା ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି ଗୁହାରି ଶୁଣି ନ ଥିବା ସଂଘ ଅଭିଯୋଗ କରିଛି। ଫଳରେ ସଂଘର ମହିଳା କିଛି ସମର୍ଥକଙ୍କୁ ନେଇ ଜବରଦଖଲ ଉଚ୍ଛେଦ କରିଥିଲେ। ସେଠରେ ଅପ୍ରୀତିକର ପରିସ୍ଥିତି ଘଟିଥିଲେ ସୁଦ୍ଧା ପୋଲିସ ପ୍ରଶାସନ ବିଳମ୍ବରେ ପହଞ୍ଚିଥିଲା।

ସେପଟେ ସନ୍ନ୍ୟାସୀଙ୍କ ପରିବାର ଖୋଲା ଆକାଶ ତଳେ ରହିଛନ୍ତି। ଏନେଇ ସନ୍ନ୍ୟାସୀ କହିଛନ୍ତି, ସେ ଦୀର୍ଘବର୍ଷ ଧରି ସରକାରୀ ଜମିରେ ଘର କରି ରହିଛନ୍ତି। କିଛି ଲୋକ ଆମକୁ ଈର୍ଷା ପରାୟଣ ହୋଇ ଏଭଳି ହିଂସା ଘଟାଉଛନ୍ତି। ଦାରିଙ୍ଗବାଡ଼ି ପୋଲିସ ଏବଂ ଦାରିଙ୍ଗବାଡି ନୂତନ ତହସିଲଦାର ଅଶୋକ ଦାସ ପହଞ୍ଚି ତଦନ୍ତ କରୁଛନ୍ତି। ପ୍ରକୃତ ଜମି କାହାର ସେ ନେଇ ତଦନ୍ତ ଚାଲିଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri