କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ଏନ୍ଏସିରେ ସ୍ବାୟତ୍ତ ଶାସନ ଦିବସ ମହାସମାରୋହରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ରବିବାର ସ୍ଥାନୀୟ କଲ୍ୟାଣ ମଣ୍ଡପରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଥମେ ଅଧ୍ୟକ୍ଷ ସମସ୍ତ କାଉନସିଲରଙ୍କ ଉପସ୍ଥିତିରେ ଦୀପ ପ୍ରଜ୍ଜ୍ୱଳନ କରି ମଞ୍ଚକୁ ଉଦଘାଟନ କରିଥିଲେ। ଅଧ୍ୟକ୍ଷ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ବାଗତ କରିଥିଲେ। ଅଧ୍ୟକ୍ଷ ନୃପରାଜ ଯାଦବ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ମଞ୍ଚରେ ଏକ ବିବରଣୀ ପଠନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଏମ୍ପି ମାଳବିକା ଦେବୀ, ପୂର୍ବତନ ଏମ୍ପି ଅର୍କ କେଶରୀ ସିଂଦେଓ, କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀୟଙ୍କ ସମେତ ସମସ୍ତ କାଉନସିଲର ଯୋଗଦେଇଥିଲେ। ମୁଖ୍ୟ ଅତିଥି ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ ଯେ, କେସିଙ୍ଗାରୁ ଭୁବନେଶ୍ୱରକୁ ସିଧା ଟ୍ରେନ ଚାଲୁ ହେବ, ସହରରେ ଟେକ୍ସ ଟାଇଲ ଇଣ୍ଡୁଷ୍ଟ୍ରିଆଲ ସ୍ଥାପନ ପାଇଁ ଚେଷ୍ଟା କରାଯାଉଛି ଏବଂ ବାଇପାସ ପାଇଁ ଗଡ଼କାରୀଙ୍କୁ ନିବେଦନ କରିଥିବା କହିଥିଲେ।
କେସିଙ୍ଗା ସହରର କଂସେଇଖାନା, ମିଶନ ଗୃହ, ଗୋଷ୍ଠୀ କେନ୍ଦ୍ର ମୁଖ୍ୟ ଅତିଥିଙ୍କ ଦ୍ୱାରା ଉଦଘାଟନ କରିଥିଲେ। ୭ ଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ଆଦେଶନାମା ପ୍ରଦାନ କରିଥିଲେ। ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କନିଷ୍ଠ ଜେଇ ନାରାୟଣ ମହାରଣାଙ୍କ ସମେତ ସମସ୍ତ ଏନ୍ଏସି କର୍ମଚାରୀ ସହଯୋଗ କରିଥିଲେ। ପରିଶେଷରେ ଏହି ଉପଲକ୍ଷେ ବିଭିନ୍ନ ସ୍କୁଲର ଛତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା।

