୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାଲିବ। ନାଗରିକମାନେ ସରକାରୀ ଜନଗଣନା ୱେବସାଇଟ se.census.gov.in ପରିଦର୍ଶନ କରି ଏସଇ ଆଇଡି ପ୍ରାପ୍ତ କରିବେ। ଦ୍ୱିତୀୟ ପର୍ଯ୍ୟାୟର ଗୃହ ତାଲିକା ଗଣନା ୧୬ ଏପ୍ରିଲରୁ ୧୫ ମେ ୨୦୨୬ ପର୍ଯ୍ୟନ୍ତ ହେବ ଏବଂ ଜନସଂଖ୍ୟା ଗଣନା ଫେବୃଆରୀ ୨୦୨୭ରେ କରାଯିବ। ପ୍ରଥମଥର ପାଇଁ ସମଗ୍ର ପ୍ରକ୍ରିୟାକୁ ଡିଜିଟାଲ ମାଧ୍ୟମରେ କରାଯିବ। ଗଣନାକାରୀମାନେ ଘରେ ଘରେ ଯାଇ ମୋବାଇଲ ଆପ ମାଧ୍ୟମରେ ତଥ୍ୟ ସଂଗ୍ରହ କରି କେନ୍ଦ୍ରୀୟ ସର୍ଭରକୁ ପଠାଇବେ, ଯାହା ଫଳରେ ସମସ୍ତ ତଥ୍ୟ ସଠିକ ଭାବେ ସଂଗ୍ରହ କରାଯାଇ ପାରିବ ବୋଲି ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ମଙ୍ଗଳବାର ସ୍ଥାନୀୟ ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏହା ସହିତ ସରକାରୀ ଜନଗଣନା ୱେବସାଇଟ se.census.gov.in ମାଧ୍ୟମରେ ନିଜର ସମସ୍ତ ସଠିକ୍‌ ତଥ୍ୟ ପ୍ରଦାନ କରିବା ପାଇଁ ଜିଲାବାସୀଙ୍କୁ ଅନୁରୋଧ କରିଛନ୍ତି। ଏହା ସହିତ ଜିଲାର ସବୁସ୍ତରର ଜନପ୍ରତିନିଧି, ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ସଚେତନ ନାଗରିକମାନଙ୍କୁ ସ୍ବ-ଗଣନାରେ ସାମିଲ ହୋଇ ନିଜର ତଥ୍ୟ ଦାଖଲ କରିବା ସହିତ ଅନ୍ୟମାନଙ୍କୁ ଅନୁପ୍ରେରିତ କରିବା ପାଇଁ ଅନୁରୋଧ କରିଛନ୍ତି । ଜିଲାପାଳ ଜିଲାବାସୀଙ୍କୁ ଗଣନାକାରୀମାନଙ୍କୁ ସଠିକ୍‌ ତଥ୍ୟ ଯୋଗାଇବାକୁ ଅନୁରୋଧ କରିଥିବାବେଳେ ଏହି ଜନଗଣନାକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ଆଜି ଜିଲାପାଳ ଏକ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ରଥ ଜିଲାର ବିଭିନ୍ନ ଅଞ୍ଚଳରେ ବୁଲି ଲୋକମାନଙ୍କୁ ଜନଗଣନାରେ ସକ୍ରିୟ ଭାଗନେବା ଓ ଆବଶ୍ୟକୀୟ ସହଯୋଗ କରିବା ପାଇଁ ସଚେତନ କରିବ। ଏହା ସହ ପାଲା, ଦାସକାଠିଆ ଆଦି ପାରମ୍ପରିକ ମାଧ୍ୟମ ଦ୍ୱାରା ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରାଯିବ। ଜନଗଣନା ୨୦୧୧ ଅନୁଯାୟୀ, ଗଞ୍ଜାମ ଜିଲାର ଜନସଂଖ୍ୟା ୩୧,୭୨,୪୩୩ ଅଟେ। ଆସନ୍ତା ଜନଗଣନା ପାଇଁ ୭୦୭ ଜଣ ଗଣନାକାରୀ (ସହର)ଓ ୫,୫୯୨ ଜଣ ଗଣନାକାରୀ (ଗ୍ରାମୀଣ)ଙ୍କୁ ନିଯୁକ୍ତ କରାଯାଇଛି। ଏହା ସହ ୧୩୯ ଜଣ ସୁପରଭାଇଜର (ସହର) ଓ ୯୮୫ ଜଣ ସୁପରଭାଇଜର (ଗ୍ରାମୀଣ ) ନିଯୁକ୍ତ ହୋଇଛନ୍ତି। ଏହି ପ୍ରକ୍ରିୟାରେ ୬,୭୬୩ ଟି ଗୃହ ତାଲିକା ବ୍ଲକ (ଗୋଟିଏ ବ୍ଲକରେ ପାଖାପାଖି ୮୦୦ ଟି ଘର ଅନ୍ତର୍ଭୁକ୍ତ ହେବ)ଓ ୩,୪୨୯ ଟି ଗାଁକୁ ସାମିଲ କରାଯିବ । ଡିଜିଟାଲ ପ୍ରଣାଳୀ ଦ୍ୱାରା ପାରଦର୍ଶିତା, କାର୍ଯ୍ୟକୁଶଳତା ଓ ଲୋକମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବ, ଯାହା ଜନଗଣନା୨୦୨୭କୁ ଅଧିକ ବିଶ୍ୱସନୀୟ ଓ ସଫଳ କରିବ ବୋଲି ଜିଲାପାଳ ଆଶାବ୍ୟକ୍ତ କରିଛନ୍ତି ।
ଖବରଦାତା ସମ୍ମିଳନୀରେ ଜିଲା ଜନଗଣନା ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ସୁନୀଲ କୁମାର କେରକେଟା, ଜିଲାସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri