ଓଏମ୍‌ସିଗୁଡ଼ିକ ପକ୍ଷରୁ ଖୁଚୁରା ଆଉଟ୍‌ଲେଟ୍‌ ଡିଲର ଚୟନ

ଭୁବନେଶ୍ୱର,୨୯।୬: ଦେଶର ପ୍ରମୁଖ ତୈଳ ବିପଣନକାରୀ କମ୍ପାନୀ ତଥା ପିଏସ୍‌ୟୁ ଅଏଲ ମାର୍କେଟିଂ କମ୍ପାନୀ (ଓଏମ୍‌ସି)ଗୁଡିକ ପକ୍ଷରୁ ସମଗ୍ର ଦେଶରେ ନୂତନ ଖୁଚୁରା ଆଉଟ୍‌ଲେଟ୍‌ ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଛି। ନୂତନ ଖୁଚୁରା ଆଉଟ୍‌ଲେଟ୍‌ ଆଶାୟୀମାନେ କମ୍ପାନୀର ଓ୍ବେବ୍‌ସାଇଟ www.petrolpupmdealerchayan.in ରେ ସମସ୍ତ ସୂଚନା ପାଇପାରିବେ ବୋଲି କୁହାଯାଇଛି। ଭାରତୀୟ ଗ୍ରାହକଙ୍କର ପେଟ୍ରୋଲ ଏବଂ ଡିଜେଲର ଚାହିଦା ପୂରଣ କରିବା ପାଇଁ ଭାରତୀୟ ତୈଳ ନିଗମ ଲିମିଟେଡ୍‌ (ଆଇଓସିଏଲ୍‌), ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌) ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ଏଚ୍‌ପିସିଏଲ୍‌) ପକ୍ଷରୁ ସର୍ବଭାରତୀୟ ସ୍ତରରେ ଖୁଚୁରା ଆଉଟ୍‌ଲେଟ୍‌ ଡିଲର ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସମୟରେ ଦେଶର ସମସ୍ତ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳ କ୍ଷେତ୍ରରେ ମଧ୍ୟ କମ୍ପାନୀଗୁଡିକ ନୂତନ ଡିଲର ସନ୍ଧାନରେ ରହିଛନ୍ତି। ସେହିଭଳି କମ୍ପାନୀଗୁଡିକର ଏହି ସମ୍ପ୍ରସାରଣ ଯୋଜନା ଫଳରେ ଗୁଣାତ୍ମକ ପେଟ୍ରୋଲିୟମ ଉତ୍ପାଦଗୁଡିକ ଗ୍ରାହକଙ୍କ ନିକଟରେ ପହଞ୍ଚତ୍ପାରିବ। ସେହିପରି ଓଏମ୍‌ସିଗୁଡିକର ଖୁଚୁରା ଆଉଟଲେଟ୍‌ ନେଟ୍‌ୱାର୍କ ସମ୍ପ୍ରସାରଣ ବଳରେ ଉଭୟ ଅର୍ଥନୀତି ଓ ରୋଜଗାର ଏବଂ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଅପରପକ୍ଷରେ ଖୁଚୁରା ଆଉଟ୍‌ଲେଟ୍‌ (ପେଟ୍ରୋଲ୍‌ ପମ୍ପ) ସ୍ଥାପନ ପାଇଁ ୨୦୧୮ରେ ଶେଷ ଥର ପାଇଁ ଓଏମ୍‌ସିଗୁଡିକ ପକ୍ଷରୁ ବିଭିନ୍ନ ମାଧ୍ୟମରେ ବିଜ୍ଞାପନ ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସମୟରେ ବଜାର ଚାହିଦା ଓ କାରବାର ବୃଦ୍ଧି ପାଇଁ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଆଶାୟୀ ପ୍ରାର୍ଥୀଙ୍କଠାରୁ ଆବେଦନ ଆହ୍ବାନ କରୁଥିବା ବିଜ୍ଞାପନ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri