Categories: ବାଣିଜ୍ୟ

ଓସିଆର୍‌ ଜରିଆରେ ସ୍ପଟ୍‌ ବିଲିଂ ବିକଳ୍ପ ଚୟନ

ଭୁବନେଶ୍ୱର,୩୧ା୮: ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରମୁଖ ଘରୋଇ ସଂସ୍ଥା ଏନିଲାଇନ୍‌ ସହ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ସହଯୋଗିତା ସ୍ଥାପନ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି କମ୍ପାନୀର ମିଟର ରିଡିଂ ପାଇଁ ଅପ୍ଟିକାଲ୍‌ କ୍ୟାରେକ୍ଟର ରେକଗ୍ନିସନ୍‌ (ଓସିଆର୍‌)କୁ ପ୍ରଥମ ଥର ବ୍ୟବହାର କରାଯାଇଛି, ଯାହା ଶିଳ୍ପର ନବସୃଜନକୁ ଦର୍ଶାଉଛି। ଉଭୟ କମ୍ପାନୀ ମଧ୍ୟରେ ସ୍ଥାପନ ହୋଇଥିବା ସହଯୋଗିତା ଯୋଗୁ ଏହା ସମ୍ଭବ ହୋଇପାରିଛି। ଟିପିସିଓଡିଏଲ୍‌ର ପରିଚାଳନା କ୍ଷେତ୍ର ୨୯,୦୦୦ବର୍ଗ କିମିରୁ ଅଧିକ ଅଞ୍ଚଳରେ ବ୍ୟାପିଛି ଓ ଏହାର ଗ୍ରାହକ ସଂଖ୍ୟା ୨୭.୫ ଲକ୍ଷ ରହିଛି। ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଏମ୍‌.ସେନବାଗମ କହିଛନ୍ତି, ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଓ ଶ୍ରେଷ୍ଠ ଗ୍ରାହକ ଅନୁଭୂତି ପ୍ରଦାନ କରିବା ପାଇଁ ଉନ୍ନତ ପ୍ରଯୁକ୍ତିକୁ ଗ୍ରହଣ ଓ ସମନ୍ବିତ କରିବା ଉପରେ ଆମର ଦୃଢ଼ ବିଶ୍ୱାସ ରହିଛି। ଏନିଲାଇନ ଜିଏନ୍‌ବିଏଚ୍‌ ସହଯୋଗିତାରେ ଆମର ଏହି ନୂଆ ଅଭିଯାନ ମିଟର ରିଡିଂ ଓ ବିଲିଂରେ ଉଚ୍ଚତର ସଠିକତା ଓ ସ୍ବଚ୍ଛତା ପ୍ରଦାନ କରି ଗ୍ରାହକଙ୍କୁ ଶ୍ରେଷ୍ଠ ମୂଲ୍ୟ ଉପସ୍ଥାପନ କରିବ।

Share