Categories: ଖେଳ

ବିବାହ ସ୍ଥିର ହେବାକୁ ନେଇ ଚହଲଙ୍କ ଗୋଡ଼ ଟାଣିଲେ ସେହଓ୍ବାଗ୍‌, କହିଲେ ଏପରି କିଛି

ନୂଆଦିଲ୍ଲୀ,୯।୮: ଭାରତୀୟ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ଲୋକପ୍ରିୟ କୋରିଓଗ୍ରାଫର ଧନଶ୍ରୀଙ୍କ ସହ ନିର୍ବନ୍ଧ କରିଛନ୍ତି। ଶନିବାର ଚହଲ ନିଜର ଅଫିସିଆଲ ଟୁଇଟର ପୃଷ୍ଠାରେ ଧନଶ୍ରୀଙ୍କ ସହ ନିଜର ଏକ ସୁନ୍ଦର ଫଟୋ ଶେୟାର କରି ଏହି ସୂଚନା ଦେଇଥିଲେ। ଏହାପରେ ଚହଲଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି। ତେବେ ଏହି ସମୟରେ ଚହଲଙ୍କ ଗୋଡ଼ ଟାଣିଛନ୍ତି ଅନେକେ। ପୂର୍ବତନ ଖେଳାଳି ବିରେନ୍ଦ୍ର ସେହଓ୍ବାଗ ଏକ ଟୁଇଟ୍‌ କରି ‘ବାଃ ୟୁଜବେନ୍ଦ୍ର ଚହଲ। ତୁମେ ବିପର୍ଯ୍ୟୟକୁ ଅବସରରେ ପରିଣତ କରିଦେଲ। ଅଭିନନ୍ଦନ’। ସେହିଭଳି ତନ୍ମୟ ଭଟ୍ଟ କହିଛନ୍ତି ଭାଉଜ ୟୁଜବେନ୍ଦ୍ରକୁ କ୍ଲିନ୍‌ ବୋଲ୍ଡ କରିଦେଇଛନ୍ତି। ଏହାଛଡ଼ା ଅଧିନାୟକ ବିରାଟ କୋହଲୀ ଏବଂ ଅନ୍ୟ ସାଥୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share