Posted inଖେଳ

୧୧ ନୁହେଁ ବରଂ ୧୦ ଖେଳାଳିଙ୍କୁ ନେଇ ଖେଳୁଥିଲା ଆର୍‌ସିବି: ସେହ୍ବାଗ

ଶାରଜା,୧୨।୧୦: ଲିଗ୍‌ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଏଲିମିନେଟର ମ୍ୟାଚ୍‌ରେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)। ଦଳ କୋଲକାତା ନାଇଟ୍‌ ରାଇଡର୍ସଠାରୁ ୪ ଉଇକେଟରେ ହାରିଯାଇଛି। ବାଙ୍ଗାଲୋର ହାରିବା ପରେ ଅଲରାଉଣ୍ଡର ଡାନିଏଲ ଖ୍ରୀଷ୍ଟିଆନଙ୍କ ଖରାପ ପ୍ରଦର୍ଶନ ଭାରି ପଡ଼ିଥିବା ନେଇ ଚର୍ଚ୍ଚା ହେଉଛି। ସେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଅସଫଳ ହେବା ଯୋଗୁ ଦଳ ହାତରୁ ମ୍ୟାଚ୍‌ ଚାଲିଯାଇଥିବା କୁହାଯାଉଛି। ଏହାକୁ ନେଇ ଖପ୍ପା ହୋଇଛନ୍ତି ପୂର୍ବ ବିସ୍ଫୋରକ ଭାରତୀୟ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ବାଗ।

ଆର୍‌ସିବି କେବଳ ୧୦ଜଣ ଖେଳାଳିଙ୍କୁ ନେଇ ଖେଳିଆସୁଥିଲା। ଏଲିମିନେଟର୍‌ରେ ତାର ପରିଣାମ ଭୋଗିବାକୁ ପଡ଼ିଛି। ଲକି ଚାର୍ମକୁ ଖେଳାଇବାକୁ ଚାହୁଁଥିଲେ କର୍ଣ୍ଣ ଶର୍ମାଙ୍କଠାରୁ ଭଲ ଆଉ କେହି ନୁହେଁ ବୋଲି ସେହ୍ବାଗ କହିଛନ୍ତି।

କହିରଖୁଛୁ, ଆଇପିଏଲ୍‌ ନିଲାମର ପ୍ରଥମ ରାଉଣ୍ଡରେ ଖ୍ରୀଷ୍ଟିଆନଙ୍କୁ କେହି କିଣି ନ ଥିଲେ। ପରେ ବାଙ୍ଗାଲୋର ତାଙ୍କୁ ୪.୮ କୋଟି ଟଙ୍କାରେ କିଣିଥିଲା। ଏହି ଖେଳାଳି ଚଳିତ ଆଇପିଏଲ୍‌ରେ ନିରାଶାଜନକ ପ୍ରଦର୍ଶନ କରିଛନ୍ତି। ସେ ମୋଟ ୯ ମ୍ୟାଚ୍‌ ଖେଳିଥିଲେ ହେଁ ସବୁଥିରେ ଫ୍ଲପ୍‌ ହୋଇଛନ୍ତି। ଏହି ସିଜନ୍‌ରେ ୭ ଥର ତାଙ୍କୁ ବ୍ୟାଟିଂର ସୁଯୋଗ ମିଳିଥିଲା। ସେ ୨.୩୩ ହାରରେ ମାତ୍ର ୧୪ ରନ୍‌ କରିଥିଲେ। ସେହିଭଳି ସେ ବୋଲିଂରେ ୯.୩୦ ହାରରେ କେବଳ ୪ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

ପରଲୋକରେ ଷ୍ଟାଚ୍ୟୁ ଅଫ ୟୁନିଟିର ନିର୍ମାତା: ଖେଳିଗଲା ଶୋକର ଲହରୀ

ନୋଏଡା,୧୮।୧୨: ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ଦେହାନ୍ତ ହୋଇଛି। ସେ ପ୍ରାୟ ୧୦୦ ବର୍ଷ ବୟସରେ ନୋଏଡାର ସେକ୍ଟର ୧୯ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

୨୦୨୬ରୁ ଚମକିବ ୩ରାଶିଙ୍କ ଭାଗ୍ୟ, ଯାହା ଛୁଇଁବେ ପାଲଟିବ ସୁନା!

୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ନୂତନ ବର୍ଷରେ ହେଉଥିବା ଗ୍ରହ ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି...

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ବର୍ଷର ଉପହାର: ଜାନୁଆରୀ ୧ରୁ ସାରା ଦେଶରେ…

ନୂଆଦିଲ୍ଲୀ,୧୮।୧୨: ନୂତନ ବର୍ଷ ୨୦୨୬ ସାରା ଦେଶର ଲକ୍ଷ ଲକ୍ଷ ଗ୍ୟାସ ଗ୍ରାହକଙ୍କୁ ଖୁସି କରିବ ବୋଲି ଖୁସିର ଖବର ଆଣିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ...

ନୂଆବର୍ଷରେ ଶନିଙ୍କ ସିଧା ଚଳନରେ ବଦଳିଯିବ ଭାଗ୍ୟ; ଏହି ୩ ରାଶିଙ୍କର ବାଜିବ ଲଟେରୀ, ବଢିଚାଲିବ ସମ୍ପତ୍ତି!

ନଅଟି ଗ୍ରହ ମଧ୍ୟରେ ଶନିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଶନି ସବୁଠାରୁ ଧୀର ଗତିରେ ଗତି କରନ୍ତି, ପ୍ରତି ଅଢ଼େଇ ବର୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri