Posted inଜାତୀୟ

ପିଲାଙ୍କ ଭିତରେ ଈଶ୍ୱରଙ୍କୁ ଦେଖେ

ପେସା ତାଙ୍କର ଶିକ୍ଷକତା, ମାତ୍ର ନିଶା ସାହିତ୍ୟ ଓ ସମାଜସେବା। ପ୍ରାୟ ୪ଦଶନ୍ଧି ଧରି ଜାରି ରହିଛି ତାଙ୍କର ଏହି ସାଧନା। ଶିଶୁଙ୍କ ପାଇଁ ଲେଖିବା ସହ ଗୀତିକବିତା ଲେଖିଥିବା ଡ. ଚପଳା ପଣ୍ଡା ଜଣେ ଆଦର୍ଶ ଶିକ୍ଷୟିତ୍ରୀ ମଧ୍ୟ। ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ସେ ରାଜ୍ୟପାଳ ପୁରସ୍କାର ସହିତ ରାଷ୍ଟ୍ରପତିଙ୍କଠାରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି। ନୟାଗଡ଼ ଜିଲା ଶରଣକୁଳ ଗ୍ରାମର ଏକ ଉଚ୍ଚ ଶିକ୍ଷିତ ପରିବାରରେ ଜନ୍ମ ହୋଇଥିବା ଚପଳାଙ୍କର ପିତା ପ୍ରଫେସର ଡ. ଅରକ୍ଷିତ ପ୍ରହରାଜ ଓ ମା’ ଆଶାଲତା ପ୍ରହରାଜ। ବାପାମା’ଙ୍କର ୩ ସନ୍ତାନଙ୍କ ମଧ୍ୟରେ ସେ ଏକ ମାତ୍ର ଝିଅ। ଚପଳା କୁହନ୍ତି, ‘ଆମର ଏକ ଯୌଥ ପରିବାର। ଘରେ ଜେଜେବାପା, ଜେଜେମା, ଖୁଡ଼ୀ, କକେଇଙ୍କ ସହ ମୋର ପିଲାଦିନ କଟିଥିଲା। ଗାଁର ନୀଳକଣ୍ଠ ଉ.ପ୍ରା. ବିଦ୍ୟାଳୟ ଓ ଶରଣକୁଳ ବାଳିକା ଉଚ୍ଚବିଦ୍ୟାଳୟରେ ପାଠ ପଢ଼ିଥିଲି। ୧୦ମ ଶ୍ରେଣୀ ପାସ୍‌ ବେଳକୁ ମୋର ବିବାହ ହେଲା ଗଣିଆ ପତଣ୍ଡା ଗାଁର ବୃନ୍ଦାବନ ପଣ୍ଡାଙ୍କ ସହ। ବିବାହ ବେଳେ ସ୍ବାମୀ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରୁଥିଲେ କିନ୍ତୁ ସେ ଚାକିରି ଛାଡ଼ି ଲ’ ପଢିଲେ ଓ ପିଏଚ୍‌ଡି କଲେ। ପରେ କ୍ୟାପିଟାଲ କଲେଜର ଅଧକ୍ଷ ଭାବେ କାର୍ଯ୍ୟକରି ସେ ୟା’ ଭିତରେ ଅବସର ନେଇସାରିଲେଣି। ଏବେ ସେ ଜଣେ ବିଶିଷ୍ଟ କବି ଭାବେ ପରିଚିତ। ବିଭିନ୍ନ ଜନମଙ୍ଗଳ କାର୍ଯ୍ୟରେ ଯୋଗ ଦେବାକୁ ସେ ମୋତେ ଉତ୍ସାହିତ କରିଥାନ୍ତି। ପ୍ରଥମରୁ ମୋ ପାଇଁ ସ୍ବାମୀ ଓ ଶାଶୁଘର ଲୋକଙ୍କର ଯଥେଷ୍ଟ ସହଯୋଗ ରହିଛି; ଯେଉଁଥିପାଇଁ ବାହାଘର ପରେ ମୁଁ ଶାଶୁଘରେ ରହି ଘରୋଇ ଭାବେ ଆଇ.ଏ. ପାସ୍‌ କଲି। ପରେ ପରେ ବି.ଏ, ବି.ଏଡ୍‌, ଏମ୍‌.ଏ (ଓଡ଼ିଆ) ସାରିଲି ନୟାଗଡ଼ ଓ ପ୍ରାଣନାଥ କଲେଜରୁ। ତା’ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏଲ୍‌ଏଲ୍‌ବି କଲି। ପରେ ୧୯୮୬ ମସିହାରେ ଖୋର୍ଦ୍ଧାର ଭାଲିଆବାଡ଼ି ବାଉରିସାହି ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ ଚାକିରି ପାଇଲି। ଏହାପରେ ଫରେଷ୍ଟ କଲୋନି ଓ ବିଦ୍ୟୁତ୍‌ ନଗରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରିଥିଲି। ସମୟକ୍ରମେ ସାରଳା ମହାଭାରତରେ ବିଚାର ପଦ୍ଧତି ବିଷୟବସ୍ତୁରେ ପିଏଚ୍‌.ଡି. ହାସଲ କରିଲି। ୨୦୧୯ରୁ ଅବସର ନେଇସାରିଲାଣି। ସାହିତ୍ୟ ପ୍ରତି ରୁଚିଥିବାରୁ ୧୯୭୬ ମସିହାରୁ ଶିଶୁ ମାନସିକତାକୁ ନେଇ ବିଭିନ୍ନ ଗୀତିକବିତା ଏବଂ ଶିଶୁକବିତା ଲେଖାଲେଖି କରୁଛି। ମୋର ଲେଖାସବୁ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଛି। ଅନୁଚିନ୍ତା ଏବଂ ‘ହୃଦୟର କଥା କବିତା କହେ’ ଦୁଇଟି ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି। ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ସହ ପରିବେଶ ପାଇଁ ବିଭିନ୍ନ ଫୁଲ ଓ ଫଳ ଗଛର ଚାରାରୋପଣ କରିବାରେ ମୁଁ ଗୁରୁତ୍ୱ ଦିଏ। ଜଣେ ଶିକ୍ଷୟିତ୍ରୀଭାବେ ଶିକ୍ଷାଦାନବେଳେ ପିଲାମାନଙ୍କ ମଧ୍ୟରେ ନିଜକୁ ଜଣେ ସାଧାରଣ ଛାତ୍ରୀ ମନେକରି ଛାତ୍ରୀଛାତ୍ରଙ୍କ ମନର ଭାବନାକୁ ଜାଣିବାକୁ ଚେଷ୍ଟା କରିବାରେ ମତେ ଈଶ୍ୱରୀୟ ଆନନ୍ଦ ମିଳିଥାଏ। ସେମାନଙ୍କ ଭିତରେ ମୁଁ ଈଶ୍ୱରଙ୍କ ରୂପ ଦେଖେ। ମୁଁ ସବୁବବେଳେ ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦେଇଥାଏ। ଏହାଛଡ଼ା ଶିକ୍ଷାକୁ ବୋଝ ନ ଭାବି କେମିତି ଶିକ୍ଷା ପ୍ରତି ପିଲାଙ୍କର ଆଗ୍ରହ ଆସିବ, ସେ ଉପରେ ମଧ୍ୟ ଗୁରୁତ୍ୱ ଦେଇଥାଏ। ଯେଉଁଥିପାଇଁ ମୁଁ ୨୦୦୬ରେ ରାଜ୍ୟ ପୁରସ୍କାର ସହ ୨୦୦୯ରେ ପୂର୍ବତନ ରାଷ୍ଟ୍ରପତି ଡ. ପ୍ରତିଭା ସିଂ ପାଟିଲଙ୍କଠାରୁ ପୁରସ୍କୃତ ହୋଇଛି। ଶୂନ୍ୟତାରୁ ପୂର୍ଣ୍ଣତା ପାଇବା ପଛରେ ମୋର ଅଧ୍ୟବସାୟ ଆଜି ମୋତେ ଜଣେ କୃତୀ ଶିକ୍ଷୟିତ୍ରୀର ପରିଚୟ ଦେଇଛି। ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିବା ବେଳର ଅନୁଭୂତି ଥିଲା ମୋ ପାଇଁ ସବୁଠାରୁ ଆନନ୍ଦର ବେଳା। ରାଷ୍ଟ୍ରପତି ଭବନ ବୁଲିବା ସହ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରା ସେଦିନ ଅନ୍ୟ ଅତିଥିଙ୍କ ସହିତ ନୈଶଭୋଜିରେ ଆପ୍ୟାୟିତ ହେବାର ସ୍ମୃତି ସବୁଦିନ ମନେ ରହିବ। ଏହି ସମ୍ମାନ ଛଡ଼ା ମୋତେ ଖୋର୍ଦ୍ଧା ଗୌରବ ସମ୍ମାନ, କବିୟିତ୍ରୀ ସମ୍ମାନ, କୃତୀ ଶିକ୍ଷୟିତ୍ରୀ ସମ୍ମାନ ଆଦି ଅନେକ ପୁରସ୍କାର ମିଳିଛି। ମୋର ଏକମାତ୍ର ପୁଅ ପ୍ରଫେସର ଡ. ଶୁଭ୍ରାଂଶୁ ପଣ୍ଡା ଏବଂ ବୋହୂକୁ ନେଇ ଆମର ସଂସାର। -ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri