Posted inଜାତୀୟ

ପିଲାଙ୍କ ଭିତରେ ଈଶ୍ୱରଙ୍କୁ ଦେଖେ

ପେସା ତାଙ୍କର ଶିକ୍ଷକତା, ମାତ୍ର ନିଶା ସାହିତ୍ୟ ଓ ସମାଜସେବା। ପ୍ରାୟ ୪ଦଶନ୍ଧି ଧରି ଜାରି ରହିଛି ତାଙ୍କର ଏହି ସାଧନା। ଶିଶୁଙ୍କ ପାଇଁ ଲେଖିବା ସହ ଗୀତିକବିତା ଲେଖିଥିବା ଡ. ଚପଳା ପଣ୍ଡା ଜଣେ ଆଦର୍ଶ ଶିକ୍ଷୟିତ୍ରୀ ମଧ୍ୟ। ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ସେ ରାଜ୍ୟପାଳ ପୁରସ୍କାର ସହିତ ରାଷ୍ଟ୍ରପତିଙ୍କଠାରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି। ନୟାଗଡ଼ ଜିଲା ଶରଣକୁଳ ଗ୍ରାମର ଏକ ଉଚ୍ଚ ଶିକ୍ଷିତ ପରିବାରରେ ଜନ୍ମ ହୋଇଥିବା ଚପଳାଙ୍କର ପିତା ପ୍ରଫେସର ଡ. ଅରକ୍ଷିତ ପ୍ରହରାଜ ଓ ମା’ ଆଶାଲତା ପ୍ରହରାଜ। ବାପାମା’ଙ୍କର ୩ ସନ୍ତାନଙ୍କ ମଧ୍ୟରେ ସେ ଏକ ମାତ୍ର ଝିଅ। ଚପଳା କୁହନ୍ତି, ‘ଆମର ଏକ ଯୌଥ ପରିବାର। ଘରେ ଜେଜେବାପା, ଜେଜେମା, ଖୁଡ଼ୀ, କକେଇଙ୍କ ସହ ମୋର ପିଲାଦିନ କଟିଥିଲା। ଗାଁର ନୀଳକଣ୍ଠ ଉ.ପ୍ରା. ବିଦ୍ୟାଳୟ ଓ ଶରଣକୁଳ ବାଳିକା ଉଚ୍ଚବିଦ୍ୟାଳୟରେ ପାଠ ପଢ଼ିଥିଲି। ୧୦ମ ଶ୍ରେଣୀ ପାସ୍‌ ବେଳକୁ ମୋର ବିବାହ ହେଲା ଗଣିଆ ପତଣ୍ଡା ଗାଁର ବୃନ୍ଦାବନ ପଣ୍ଡାଙ୍କ ସହ। ବିବାହ ବେଳେ ସ୍ବାମୀ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରୁଥିଲେ କିନ୍ତୁ ସେ ଚାକିରି ଛାଡ଼ି ଲ’ ପଢିଲେ ଓ ପିଏଚ୍‌ଡି କଲେ। ପରେ କ୍ୟାପିଟାଲ କଲେଜର ଅଧକ୍ଷ ଭାବେ କାର୍ଯ୍ୟକରି ସେ ୟା’ ଭିତରେ ଅବସର ନେଇସାରିଲେଣି। ଏବେ ସେ ଜଣେ ବିଶିଷ୍ଟ କବି ଭାବେ ପରିଚିତ। ବିଭିନ୍ନ ଜନମଙ୍ଗଳ କାର୍ଯ୍ୟରେ ଯୋଗ ଦେବାକୁ ସେ ମୋତେ ଉତ୍ସାହିତ କରିଥାନ୍ତି। ପ୍ରଥମରୁ ମୋ ପାଇଁ ସ୍ବାମୀ ଓ ଶାଶୁଘର ଲୋକଙ୍କର ଯଥେଷ୍ଟ ସହଯୋଗ ରହିଛି; ଯେଉଁଥିପାଇଁ ବାହାଘର ପରେ ମୁଁ ଶାଶୁଘରେ ରହି ଘରୋଇ ଭାବେ ଆଇ.ଏ. ପାସ୍‌ କଲି। ପରେ ପରେ ବି.ଏ, ବି.ଏଡ୍‌, ଏମ୍‌.ଏ (ଓଡ଼ିଆ) ସାରିଲି ନୟାଗଡ଼ ଓ ପ୍ରାଣନାଥ କଲେଜରୁ। ତା’ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏଲ୍‌ଏଲ୍‌ବି କଲି। ପରେ ୧୯୮୬ ମସିହାରେ ଖୋର୍ଦ୍ଧାର ଭାଲିଆବାଡ଼ି ବାଉରିସାହି ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ ଚାକିରି ପାଇଲି। ଏହାପରେ ଫରେଷ୍ଟ କଲୋନି ଓ ବିଦ୍ୟୁତ୍‌ ନଗରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରିଥିଲି। ସମୟକ୍ରମେ ସାରଳା ମହାଭାରତରେ ବିଚାର ପଦ୍ଧତି ବିଷୟବସ୍ତୁରେ ପିଏଚ୍‌.ଡି. ହାସଲ କରିଲି। ୨୦୧୯ରୁ ଅବସର ନେଇସାରିଲାଣି। ସାହିତ୍ୟ ପ୍ରତି ରୁଚିଥିବାରୁ ୧୯୭୬ ମସିହାରୁ ଶିଶୁ ମାନସିକତାକୁ ନେଇ ବିଭିନ୍ନ ଗୀତିକବିତା ଏବଂ ଶିଶୁକବିତା ଲେଖାଲେଖି କରୁଛି। ମୋର ଲେଖାସବୁ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଛି। ଅନୁଚିନ୍ତା ଏବଂ ‘ହୃଦୟର କଥା କବିତା କହେ’ ଦୁଇଟି ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି। ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ସହ ପରିବେଶ ପାଇଁ ବିଭିନ୍ନ ଫୁଲ ଓ ଫଳ ଗଛର ଚାରାରୋପଣ କରିବାରେ ମୁଁ ଗୁରୁତ୍ୱ ଦିଏ। ଜଣେ ଶିକ୍ଷୟିତ୍ରୀଭାବେ ଶିକ୍ଷାଦାନବେଳେ ପିଲାମାନଙ୍କ ମଧ୍ୟରେ ନିଜକୁ ଜଣେ ସାଧାରଣ ଛାତ୍ରୀ ମନେକରି ଛାତ୍ରୀଛାତ୍ରଙ୍କ ମନର ଭାବନାକୁ ଜାଣିବାକୁ ଚେଷ୍ଟା କରିବାରେ ମତେ ଈଶ୍ୱରୀୟ ଆନନ୍ଦ ମିଳିଥାଏ। ସେମାନଙ୍କ ଭିତରେ ମୁଁ ଈଶ୍ୱରଙ୍କ ରୂପ ଦେଖେ। ମୁଁ ସବୁବବେଳେ ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦେଇଥାଏ। ଏହାଛଡ଼ା ଶିକ୍ଷାକୁ ବୋଝ ନ ଭାବି କେମିତି ଶିକ୍ଷା ପ୍ରତି ପିଲାଙ୍କର ଆଗ୍ରହ ଆସିବ, ସେ ଉପରେ ମଧ୍ୟ ଗୁରୁତ୍ୱ ଦେଇଥାଏ। ଯେଉଁଥିପାଇଁ ମୁଁ ୨୦୦୬ରେ ରାଜ୍ୟ ପୁରସ୍କାର ସହ ୨୦୦୯ରେ ପୂର୍ବତନ ରାଷ୍ଟ୍ରପତି ଡ. ପ୍ରତିଭା ସିଂ ପାଟିଲଙ୍କଠାରୁ ପୁରସ୍କୃତ ହୋଇଛି। ଶୂନ୍ୟତାରୁ ପୂର୍ଣ୍ଣତା ପାଇବା ପଛରେ ମୋର ଅଧ୍ୟବସାୟ ଆଜି ମୋତେ ଜଣେ କୃତୀ ଶିକ୍ଷୟିତ୍ରୀର ପରିଚୟ ଦେଇଛି। ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିବା ବେଳର ଅନୁଭୂତି ଥିଲା ମୋ ପାଇଁ ସବୁଠାରୁ ଆନନ୍ଦର ବେଳା। ରାଷ୍ଟ୍ରପତି ଭବନ ବୁଲିବା ସହ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରା ସେଦିନ ଅନ୍ୟ ଅତିଥିଙ୍କ ସହିତ ନୈଶଭୋଜିରେ ଆପ୍ୟାୟିତ ହେବାର ସ୍ମୃତି ସବୁଦିନ ମନେ ରହିବ। ଏହି ସମ୍ମାନ ଛଡ଼ା ମୋତେ ଖୋର୍ଦ୍ଧା ଗୌରବ ସମ୍ମାନ, କବିୟିତ୍ରୀ ସମ୍ମାନ, କୃତୀ ଶିକ୍ଷୟିତ୍ରୀ ସମ୍ମାନ ଆଦି ଅନେକ ପୁରସ୍କାର ମିଳିଛି। ମୋର ଏକମାତ୍ର ପୁଅ ପ୍ରଫେସର ଡ. ଶୁଭ୍ରାଂଶୁ ପଣ୍ଡା ଏବଂ ବୋହୂକୁ ନେଇ ଆମର ସଂସାର। -ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri