Posted inଖେଳ

ଏହି ଖେଳାଳିଙ୍କୁ ଦେଖି ପୁଣି କ୍ରିକେଟ୍‌କୁ ଫେରିବାକୁ ଚାହୁଁଛନ୍ତି ଏବି.ଡିଭିଲିୟର୍ସ

ମୁମ୍ବାଇ,୨୧।୪: ଆଇପିଏଲ ୨୦୨୨ ପୂର୍ବରୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଏବି ଡି ଭିଲିୟର୍ସ କ୍ରିକେଟ ଛାଡିବାକୁ ଘୋଷଣା କରିଥିଲେ। ଏହା ପରେ ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳରେ ରଖାଯାଇ ନ ଥିଲା। ଚଳିତବର୍ଷ ଖେଳୁ ନ ଥିଲେ ମଧ୍ୟ ସେ ହୃଦୟରୁ ବେଙ୍ଗାଲୁରୁକୁ ସମର୍ଥନ କରୁଛନ୍ତି। ଏବେ ସେ ପୁଣିଥରେ ଆଇପିଏଲ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଚଳିତ ସିଜନରେ ବେଙ୍ଗାଲୁରୁର ଜଣେ ଖେଳାଳିଙ୍କୁ ଦେଖି ସେ ପୁଣି କ୍ରିକେଟ ଖେଳିବାକୁ ଚାହୁଁଛନ୍ତି। ଏହି ଖେଳାଳି ଜଣଙ୍କ ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ। ସେ ୩୭ ବର୍ଷ ବୟସରେ ଚମତ୍କାର ବ୍ୟାଟିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। କାର୍ତ୍ତିକ ସେ ୩୭ ବର୍ଷ ବୟସରେପାଇଁ ମ୍ୟାଚ ଫାଇନିସର ଭୂମିକା ଗ୍ରହଣ କରିଛନ୍ତି। ସେ ଏପର୍ଯ୍ୟନ୍ତ ୩୨, ୧୪, ୪୪, ୭, ୩୪, ୬୬ ଏବଂ ୧୩ର ଇନିଂସ ଖେଳିଛନ୍ତି। ଏହି ସମୟରେ କାର୍ତ୍ତିକଙ୍କ ଷ୍ଟ୍ରାଇକ ହାର ୨୦୦ରୁ ଅଧିକ ହୋଇଛି। ସେ ସାତୋଟି ଇନିଂସ ମଧ୍ୟରୁ ୬ଟିରେ ଆଉଟ ହୋଇନାହାଁନ୍ତି। ଏହି ସିଜିନରେ, କାର୍ତ୍ତିକଙ୍କ ହାରାହାରି ୧୯୦ରୁ ଅଧିକ ରହିଛି। ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଦୀନେଶ କାର୍ତ୍ତିକଙ୍କୁ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ବିଶ୍ୱକପକୁ ସାମିଲ କରିବାକୁ କହିଥିଲେ।
ଏବେ ଡି ଭିଲିୟର୍ସ କାର୍ତ୍ତିକଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଯେଉଁ ଫର୍ମରେ ସେ ଅଛନ୍ତି, ସେ ଦଳ ପାଇଁ ଦୁଇରୁ ତିନୋଟି ମ୍ୟାଚ ଜିତାଇଛନ୍ତି। ସେ ତାଙ୍କ କ୍ୟାରିୟରର ସର୍ବୋଚ୍ଚ ଫର୍ମରେ ଅଛନ୍ତି। ସେ ଏହି ଆତ୍ମବିଶ୍ୱାସ କେଉଁଠୁ ପାଇଲେ ମୁଁ ଜାଣେ ନାହିଁ, କାରଣ ମଝିରେ ମଝିରେ କାର୍ତ୍ତିକ କ୍ରିକେଟ ଖେଳି ନାହାଁନ୍ତି, କିନ୍ତୁ ତାଙ୍କ ବ୍ୟାଟିଂ ଆଶ୍ଚର୍ଯ୍ୟଜନକ ଏବଂ ସେ ୩୬୦ ଡିଗ୍ରୀ ସଟ୍‌ ଖେଳିବାରେ ମାଷ୍ଟର ଅଟନ୍ତି। କାର୍ତ୍ତିକ ଖେଳୁଥିବା ଦେଖି ମୋତେ ପୁଣି ବ୍ୟାଟିଂ କରିବାକୁ ଇଚ୍ଛା ହେଉଛି। ସେ ମୋତେ ଉତ୍ସାହିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri