Categories: ଫୁରସତ

ରାସ୍ତାରେ ଏହାକୁ ଦେଖି ପୁଅର ହାତ ଛାଡି ଦୌଡିଲା ଝିଅ, ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦୁଇ ଜଣ ପିଲା ହାତ ଧରାଧରି ହୋଇ ଯାଉଥିଲେ। ହଠାତ ରାସ୍ତାରେ କୁକୁରଙ୍କୁ ଦେଖି ପୁଅର ହାତଛାଡ଼ି କୁନି ଝିଅଟି ଦୌଡି ପଳାଇଲା। ପରେ କୁନି ପୁଅଟି ସାହାସର ସହ ସେମାନଙ୍କୁ ସାମ୍ନାକରି ସୁରକ୍ଷିତ ଫେରି ପାରିଲା। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

Share