ବାପାଙ୍କ ମୃତଦେହ ଦେଖି ଚାଲିଗଲା ଝିଅର ଜୀବନ

ବ୍ରହ୍ମପୁର ଅଫିସ,୨୯।୯: ବାପାଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ି ଶେଷରେ ଝିଅଙ୍କ ମୃତ୍ୟୁ ଘଟିଛି। ବ୍ରହ୍ମପୁର ସହରରେ ଏଭଳି ଏକ ଦୁଃଖଦ ଘଟଣା ଗୁରୁବାର ସାମ୍ନାକୁ ଆସିଛି। ସୂଚନା ଅନୁସାରେ ପ୍ରେମନଗର ପଞ୍ଚୁଦେଉଳ ସାହିର ଭିକାରୀ ମାଦଳା(୮୨)ଙ୍କ ଝିଅ ମମିତା କୁମାରୀ ପଣ୍ଡା(୪୬) ସ୍ବାମୀ ଓ ପୁଅ, ଝିଅଙ୍କ ସହିତ ଇଞ୍ଜିନିୟରିଂ ସ୍କୁଲ ପଣ୍ଡା କଲୋନୀର ଚତୁର୍ଥ ଲାଇନରେ ରହୁଛନ୍ତି।

ଗତ ୨୭ ତାରିଖ ସନ୍ଧ୍ୟାରେ ସ୍ବାସ୍ଥ୍ୟ ଗତ ସମସ୍ୟାରୁ ଭିକାରୀଙ୍କ ମୃତ୍ୟୁ ଘଟିଥିଲା। ବାପାଙ୍କ ବିୟୋଗ ଖବର ପାଇ ଝିଅ ମମିତା ମଧ୍ୟ ପଞ୍ଚୁଦେଉଳ ସାହି ସ୍ଥିତ ବାପ ଘରକୁ ଆସିଥିଲେ। ବାପାଙ୍କୁ ମୃତ୍ୟୁ ଶଯ୍ୟାରେ ଦେଖି ମମିତା ନିଜକୁ ସମ୍ଭାଳି ପାରି ନ ଥିଲେ। କାନ୍ଦିକାନ୍ଦି ହଠାତ୍‌ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଏମ୍‌କେସିଜିକୁ ନେଇଥିବା ବେଳେ ଡାକ୍ତର ସେଠାରେ ମମିତାଙ୍କୁ ମୃତ ଘୋଷଣା କରିଥିଲେ।