ଶପିଂ ମଲରେ ୧୦ ଫୁଟର ଏଲିଅନ ଦେଖି ଭୟରେ ଦୌଡ଼ିଲେ ଲୋକେ: ଭିଡ଼ିଓ ଭାଇରାଲ…

ମିଆମି,୬।୧ : ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲୋକମାନେ ଏକ ଶପିଂ ମଲରେ ଏଲିଅନ ଦେଖିବା ପରେ ଭୟରେ ଦୌଡ଼ି ପଳାୟନ କରୁଥିବା ଦେଖାଯାଉଛି। ୧୦ ଫୁଟର ଏଲଅନକୁ ଦେଖିବା ପରେ ମଲରେ ଉପସ୍ଥିତ ଥିବା ଲୋକମାନେ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇବାକୁ ଲାଗିଲେ। ମଲରେ ଏଲିଏନ ଥିବାର ଦାବି କରି ଅନେକ ଭିଡିଓ ଏବଂ ଫଟୋ ଶେୟାର କରାଯାଉଛି, କିନ୍ତୁ ଏହି ଦାବିର ବାସ୍ତବତା ଅନ୍ୟ କିଛି ରହିଛି।

କୁହାଯାଉଛି ସୋସିଆଲ ମିଡିଆରେ ଏହି ଭିଡ଼ିଓ ଆମେରିକାରୁ ଆସିଛି। ଭିଡିଓରେ କିଛି ଲୋକ ଦୌଡ଼ୁଥିବା ଦେଖିବାକୁ ମିଳିଛି, ସେଠାରେ ଅନେକ ପୋଲିସ ଗାଡି ପାର୍କିଂ କରାଯାଇଛି । ଏକ ଚିତ୍ର ଯାନବାହାନ ମଧ୍ୟରେ ଗତି କରୁଥିବା ଦେଖାଯାଉଛି, ଲୋକମାନେ କହୁଛନ୍ତି ଯେ ଏହା ଏକ ଏଲିଅନ, ଯାହାର ଉଚ୍ଚତା ୧୦ ଫୁଟ। ଲୋକମାନେ ଭୟଭୀତ ହୋଇ ପଳାୟନ କରୁଛନ୍ତି।

ଜାନୁଆରୀ ୧ ରେ, ନୂଆ ବର୍ଷର ପ୍ରଥମ ଦିନ, ଆମେରିକାର ମିଆମି ଶପିଂ ମଲରେ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇଥିଲେ, ଲୋକମାନେ ନୂତନ ବର୍ଷ ଉତ୍ସବ ପାଇଁ ମଉଜ ମଜଲିସ କରୁଥିଲେ। ତା’ପରେ କିଛି ଲୋକ ବାଣ ଫୁଟାଇ ଉପଦ୍ରବ କରିବାକୁ ଲାଗିଲେ। ଯେତେବେଳେ ପୋଲିସ ଏ ବିଷୟରେ ସୂଚନା ପାଇ ସେଠାରେ ପହଞ୍ଚିଲା, କିଛି ଲୋକ ସେଠାରୁ ଯିବାକୁ ମନା କରିଦେଇଥିଲେ। ଏହା ପରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ଲୋକମାନେ ସେଠାରୁ ପଳାଇବାକୁ ବାଧ୍ୟ ହୋଇଥିଲେ।

ମଲରୁ ପଳାୟନ କରୁଥିବା ଲୋକଙ୍କ ଭିଡିଓ ଶେୟାର କରି କିଛି ଲୋକ ଗୁଜବ ପ୍ରଚାର କରିବା ଆରମ୍ଭ କରି ଦେଇଥିଲେ ଯେ ମଲରେ ଏଲିଅନ ଦେଖିବା ପରେ ଲୋକମାନେ ପଳାୟନ କରୁଛନ୍ତି, ସେଥିପାଇଁ ପୋଲିସ ମଧ୍ୟ ସେଠାରେ ପହଞ୍ଚିଛି। ମିଆମି ପୋଲିସ ବିଭାଗ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି, ସେଠାରେ କୌଣସି ଏଲଅନ ନ ଥିଲେ। କୌଣସି ବିମାନବନ୍ଦର ବନ୍ଦ ହୋଇ ନ ଥିଲା। ସେଠାରେ କୌଣସି ବିଦ୍ୟୁତ କାଟ ହୋଇ ନ ଥିଲା, ବରଂ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

କିଛି ଲୋକ ଦାବି କରୁଛନ୍ତି ଯେ ସେଠାରେ କୌଣସି ଏଲଅନ ନାହିଁ ବୋଲି ଲୋକମାନେ ମିଛ କହୁଛନ୍ତି। ସେଠାରେ ଏକ ବଡ଼ ଛାୟା ସମସ୍ତଙ୍କୁ ଦୃଶ୍ୟମାନ ହେଉଥିଲା। ତେବେ ପୋଲିସ ଏହି ଦାବିକୁ ମନଗଢ଼ା, ମଜାଳିଆ ଏବଂ ଗୁଜବ ବୋଲି କହୁଛି। ଏହା ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri