ମିଳୁନି ସୁରକ୍ଷା, ପୋଲିସ ଉପରେ ତୁଟୁଛି ଭରସା

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାରେ ବରଗଡ଼ ଏକ ପ୍ରମୁଖ ଜିଲା। ବରଗଡ଼ ସହର ମଧ୍ୟରେ ଜିଲାର ପ୍ରମୁଖ ମୁଖ୍ୟାଳୟ ରହିଛି। ଫଳରେ ସହରକୁ ଜିଲାର ସଦର ମହକୁମା କୁହାଯାଏ। ଏଠାରେ ଜିଲାର ସମସ୍ତ ବିଭାଗର ପ୍ରମୁଖ କାର୍ଯ୍ୟାଳୟ ରହିଛି। ସେଥିମଧ୍ୟରେ ଜିଲାପାଳ ଏବଂ ଏସ୍‌ପିଙ୍କ କାର୍ଯ୍ୟାଳୟ ମଧ୍ୟ ଅଛି। ହେଲେ ଏଠାରେ ଦିନ ଦ୍ୱିପ୍ରହରରେ ଲୁଟ୍‌ପାଟ୍‌, ଚୋରିଠାରୁ ଆରମ୍ଭ କରି ଅପହରଣ, ହତ୍ୟାକାଣ୍ଡ ଭଳି ଆଦି ଅପରାଧ ଘଟିବାର ନଜୀର ରହିଛି। ଏହି ଦୃଷ୍ଟିରୁ ସହରବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏଭଳି ଅଭିଯୋଗ କରି ମଙ୍ଗଳବାର ବରଗଡ଼ ନାଗରିକ ମଞ୍ଚ ସ୍ଥାନୀୟ ଟାଉନ ଥାନା ଆଇଆଇସିଙ୍କୁ ଫେରାଦ ହୋଇଥିଲା। ଆଇଆଇସି ସତ୍ୟଜିତ୍‌ କଣ୍ଡାନକେଲଙ୍କୁ ନାଗରିକ ମଞ୍ଚ ଏକ ଦାବିପତ୍ର ପ୍ରଦାନ କରିଛି। ସହରରେ ବଢୁଥିବା ଅପରାଧ ନିୟନ୍ତ୍ରଣ ପାଇଁ ଥାନା ଆଇଆଇସିଙ୍କଠାରେ ଦାବିପତ୍ରରେ ଦାବି କରାଯାଇଛି। ଅନ୍ୟପଟେ ଦାବି ପୂରଣ ନ ହେଲେ ଆସନ୍ତା ୧୬ତାରିଖ ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ନାଗରିକ ମଞ୍ଚ ଚେତାବନୀ ଦେଇଛି।
ବରଗଡ଼ ସହରରେ ଟାଉନ ଏବଂ ସଦର ଭଳି ୨ଟି ଥାନା ରହିଛି। ସେହିପରି ସହର ଉପକଣ୍ଠ ବରାହଗୋଡ଼ାରେ ଗ୍ରାମାଞ୍ଚଳ ଥାନା ରହିଛି। ଏହା ବ୍ୟତୀତ ସହର ମଧ୍ୟରେ ଫାଣ୍ଡି ମଧ୍ୟ ରହିଛି। ସେହିପରି ଦିନ ଓ ରାତି ରାଜପଥ ପାଟ୍ରୋଲିଂ ପାଇଁ ସ୍ବତନ୍ତ୍ର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହାସତ୍ତ୍ୱେ ଦିନ ଦ୍ୱିପ୍ରହରରେ ମୋବାଇଲଠାରୁ ଆରମ୍ଭ କରି ସୁନା ଗହଣା ଲୁଟ୍‌ପାଟ୍‌, ବାଇକ୍‌ଠାରୁ ଆରମ୍ଭ କରି ଘର ମଧ୍ୟରେ ଚୋରି, ସାଧାରଣ ମାରପିଟ୍‌ଠାରୁ ହତ୍ୟାକାଣ୍ଡ ଭଳି ଅପରାଧ ଏଠାରେ ବଢ଼ିବାରେ ଚାଲିଛି। ଏଭଳି ସ୍ଥିତିରେ ସହରବାସୀ ନିଜକୁ ଅସୁରକ୍ଷିତ ମନେ କରିଛନ୍ତି। ଅପରାଧ ବୃଦ୍ଧି ସମୟରେ ଗୋଟିଏ ପଟେ ତଥାକଥିତ ରାଜନେତା ନୀରବ ଦର୍ଶକ ସାଜିଥିବାବେଳେ ଅନ୍ୟପଟେ ନାଗରିକ ମଞ୍ଚର ଅପରାଧ ନିୟନ୍ତ୍ରଣ ଦାବି ନେଇ ଏଭଳି ଆଗେଇ ଆସିବା ଘଟଣାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ବିଗତ କିଛିମାସରେ ସହରରେ ଘଟିଥିବା ଅପରାଧ ଗୁଡ଼ିକୁ ଦେଖିଲେ ଏଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡ଼ି ପଡ଼ଥିବା ବାରି ହୋଇ ପଡ଼ିଛି। ସାକ୍ଷ୍ୟ ପ୍ରଦାନ ପାଇଁ ଆସିଥିବା ଜଣେ ଯୁବକଙ୍କୁ ଖୋଦ୍‌ କୋର୍ଟ ସମ୍ମୁଖରୁ ଅପହରଣ କରି ନେଇ ବିଳମ୍ବିତ ରାତି ଯାଏ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ସେହିପରି ସ୍ଥାନୀୟ ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ଭିତରୁ ଦିନ ଦ୍ୱିପ୍ରହରରେ ଜଣେ ବ୍ୟାଙ୍କ ଉପଭୋକ୍ତାଙ୍କଠାରୁ ଟଙ୍କା ଲୁଟି ନେଇ ଫେରାର୍‌ ଉଦ୍ୟମ ସମୟରେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ। ଏହା ବ୍ୟତୀତ ମୋବାଇଲ, ବାଇକ୍‌ ଚୋରି ହୋଇଛି। କିନ୍ତୁ ପୋଲିସ କାର୍ଯାନୁଷ୍ଠାନ ଏତଲା କିମ୍ବା ସେ ନେଇ ଏକ ମାମଲା ରୁଜୁରେ ସୀମିତ ରହି ଯାଉଥିବା ଅଭିଯୋଗ ହୋଇଛି। ଗତ ଶନିବାର ବରଗଡ଼ ସରକାରୀ ବସଷ୍ଟାଣ୍ଡ ପରିସରରୁ ସୁଧୀର ବରିହାଙ୍କ ଏକ ପ୍ଲାଟିନା ବାଇକ୍‌ ଚୋରି ହୋଇଥିଲା। ସେ ଏତଲା ଦେବା ପରେ ମଧ୍ୟ ପୋଲିସ ଏ ଯାଏ ଚୋରଙ୍କୁ ଧରିବା ତ ଦୂରର କଥା, ବାଇକ୍‌ ଉଦ୍ଧାର କରିପାରି ନାହିଁ। ଏହା କେବଳ ଏକ ଦୃଷ୍ଟାନ୍ତ ମାତ୍ର। ପୂର୍ବରୁ ଏଭଳି ଅନେକ ଅପରାଧ ଘଟିଛି। ଗତ ଧନୁଯାତ୍ରା ଚାଲିଥିବା ସମୟରେ ସହର ମଧ୍ୟରେ ଘଟିଥିବା ହତ୍ୟାକାଣ୍ଡ, ଗୁରୁତର ଅବସ୍ଥାରେ ଜଣେ ନିଖୋଜ ଯୁବତୀଙ୍କୁ ଜଙ୍ଗଲରୁ ଉଦ୍ଧାର ଘଟଣା ପୋଲିସର ପାରିବାପଣିଆଁକୁ ପଦାରେ ପକାଇ ଦେଇଛି।
ସେହିପରି ସହର ମଧ୍ୟରେ ଯଦି ଅପରାଧ ଏଭଳି ଅନିୟନ୍ତ୍ରୀତ ହୋଇ ପଡ଼ିଛି, ଜିଲାର ଗ୍ରାମାଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ କିଭଳି ରହିଥିବ ବୋଲି ବରଗଡ଼ ନାଗରିକ ମଞ୍ଚ ପ୍ରଶ୍ନ ଉଠାଇଛି। ସହରର ବିଭିନ୍ନ ସ୍ଥାନରେ ସିସିଟିଭି ସ୍ଥାପନ କରାଯାଇଛି, ମାତ୍ର ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। ଫଳରେ ସହରର ପ୍ରମୁଖ ସ୍ଥାନରେ ପର୍ଯ୍ୟାପ୍ତ ସିସିଟିଭି ସ୍ଥାପନ ସହିତ ଅଚଳ ସିସିଟିଭିକୁ ସଚଳ କରିବାକୁ ନାଗରିକ ମଞ୍ଚ ଦାବି କରିଛି। ସେହିପରି ସହରରେ ଅବାଧରେ ନିଶା ଏବଂ ସଟ୍ଟା କାରବାର ଚାଲିଛି। ଏହାକୁ ମଧ୍ୟ ରୋକିବା ଦିଗରେ ବିହିତ ପଦକ୍ଷେପ ନେବାକୁ ବରଗଡ଼ ନାଗରିକ ମଞ୍ଚ ଦାବି କରିଛି। ସହରରେ ଏଭଳି ଅପରାଧ ରୋକିବା ଦାବିରେ ନାଗରିକ ମଞ୍ଚର ଏକ ପ୍ରତିନିଧି ଦଳ ସ୍ଥାନୀୟ ଟାଉନ ଥାନାକୁ ଯାଇଥିଲେ। ଉକ୍ତ ପ୍ରତିନିଧି ଦଳରେ ମଞ୍ଚର ଭବାନୀ ପ୍ରସାଦ ସାହୁ, ଶିବାନନ୍ଦ ମଟାରୀ, ରାଜକୁମାର ବିଶି, ମହେନ୍ଦ୍ର ପୁରୋହିତ, ମୃତ୍ୟୁଞ୍ଜୟ ମହାରଣା, ରମେଶ ବେହେରା, ବିଘ୍ନେଶ୍ୱର ମିଶ୍ର, ଗଙ୍ଗା ପୂଜାରୀ, ଶ୍ରବଣ ଶର୍ମା, ବାସୁଦେବ ବାରିକ, ନିରଞ୍ଜନ ବାରିକ, ସ୍ଯଯ ମେହେର, ଲଲିତ ମିତ୍ତଲ, ପରମେଶ୍ୱର ପ୍ରଧାନ, ସାଗର ପୁରୋହିତ, ପ୍ରିୟାଂଶୁ ପଣ୍ଡା, ସୁଦାମ ସାହୁ, ପ୍ରମୋଦ ବେହେରା, ପ୍ରଶାନ୍ତ କୁମାର, ଅନିରୁଦ୍ଧ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri