Posted inଜାତୀୟ

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାରେ ତ୍ରୁଟି, ଟିଆରଏସ ନେତା ସାମ୍ନାରେ ଠିଆ କରିଦେଲେ କାର

ହାଇଦ୍ରାବାଦ,୧୭ ।୯: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାରେ ପୁଣିଥରେ ତ୍ରୁଟି ସାମ୍ନାକୁ ଆସିଛି । ତେଲେଙ୍ଗାନା ମୁକ୍ତ ଦିବସ ଅବସରରେ ହାଇଦ୍ରାବାଦ ପହଞ୍ଚିଥିବା ଅମିତ ଶାହଙ୍କ ଗାଡି ସାମ୍ନାରେ ଟିଆରଏସ ନେତାଙ୍କ କାର ଆସିବା ଘଟଣାକୁ ନେଇ ଟଣାଭିଡା ଆରମ୍ଭ ହୋଇଯାଇଛି । ଏହାପରେ ସୁରକ୍ଷାକର୍ମୀ ହଡବଡେଇ ଯାଇ ଶାହଙ୍କ ଗାଡି ସାମ୍ନାରୁ ଟିଆରଏସ ନେତାଙ୍କ କାରକୁ ହଟାଇ ଦେଇଥିଲେ ।

ସୂଚନାଯୋଗ୍ୟ, ଶାହା ଶୁକ୍ରବାର ବିଳମ୍ବିତ ରାତିରେ ହାଇଦ୍ରାବାଦ ପହଞ୍ଚିଥିଲେ । ମୁକ୍ତି ଦିବସ ଅବସରରେ ସେ କିଛି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସମୟରେ ଶାହାଙ୍କ କାଫିଲା ସାମ୍ନାରେ ଟିଆରଏସ ନେତା ଗୋସୁଲା ଶ୍ରୀନିବାସ ତାଙ୍କ କାର ଠିଆ କରି ଦେଇଥିଲେ । ଏହାକୁ ଦେଖି ସୁରକ୍ଷାକର୍ମୀ ହଡବଡେଇ ଯାଇଥଲେ । ସେମାନେ ତୁରନ୍ତ କାରକୁ ହଟାଇ ଦେଇଥିଲେ ।
ଏହାକୁ ନେଇ ଟିଆରଏସ ନେତା ଗୋସୁଲା ଶ୍ରୀନିବାସ କହିଛନ୍ତି, ମୁଁ ଟେନସନରେ ଥିଲି ସେଥିପାଇଁ କାର ହଠାତ୍ ସେଠାରେ ଅଟକି ଯାଇଥିଲା । ସେମାନେ ମୋ କାରକୁ ଭଙ୍ଗାରୁଜା କରିଛନ୍ତି । ଏହି ମାମଲାକୁ ନେଇ ମୁଁ ପୋଲିସ ଅଧିକାରୀଙ୍କ ସହ କଥା ହେବି । ଏହା ପୂର୍ବରୁ ବି ମୁମ୍ବାଇରେ ଶାହାଙ୍କ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଥିଲା । ମୁମ୍ବାଇରେ ଜଣେ ବ୍ୟକ୍ତି ଘଣ୍ଟାଏ କାଳ ଶାହାଙ୍କ ନିକଟରେ ଘୁରି ବୁଲିଥିଲେ । ସେ ଆନ୍ଧ୍ର ପ୍ରଦେଶର ଜଣେ ଏମପିଙ୍କ ପିଏ ବୋଲି ନିଜକୁ ପରିଚୟ ଦେଇଥିଲେ । ଏହାପରେ ମୁମ୍ବାଇ ପୋଲିସ ମହାରାଷ୍ଟ୍ରର ଧୁଲେ ଜିଲାରୁ ହେମନ୍ତ ପାୱାରଙ୍କୁ ଗିରଫ କରିଥିଲା । ତାଙ୍କ ନିକଟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପରିଚୟ ପତ୍ର ଥିଲା । ସେହି ବ୍ୟକ୍ତି ଜଣକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ଘର ନିକଟରେ ନଜର ଆସିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

୨୦୨୬ରେ ଘଟିବାକୁ ଯାଉଛି ଏମିତି, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଜାଣିଲେ…

ନୂଆଦିଲ୍ଲୀ,୨୨।୧୨: ୨୦୨୫ ବର୍ଷ ଧୀରେ ଧୀରେ ଶେଷ ହେବାକୁ ଯାଉଛି, ଏବଂ ଲୋକମାନେ ନୂତନ ବର୍ଷ ୨୦୨୬କୁ ସ୍ବାଗତ କରିବାକୁ ଉତ୍ସାହିତ। ଦେଶ ଏବଂ ବିଶ୍ୱ...

ବାଂଲାଦେଶରେ ହାଦିଙ୍କ ପରେ ଏବେ ସିକଦରଙ୍କୁ ହତ୍ୟା, ମୁଣ୍ଡରେ ଗୁଳି ମାରି…

ନୂଆଦିଲ୍ଲୀ,୨୨।୧୨:  ବାଂଲାଦେଶରେ ନିର୍ବାଚନ ଘୋଷଣା ପରେ ରାଜନୈତିକ ହତ୍ୟାର ଘଟଣା ଜାରି ରହିଛି ।ଇକବାଲ ଫୋରମର ଓସମାନ ହାଦିଙ୍କ ପରେ ଅପରାଧୀମାନେ ଏବେ ଖୁଲନାରେ ମୋତାଲେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri