Posted inଜାତୀୟ

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାରେ ତ୍ରୁଟି, ଟିଆରଏସ ନେତା ସାମ୍ନାରେ ଠିଆ କରିଦେଲେ କାର

ହାଇଦ୍ରାବାଦ,୧୭ ।୯: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାରେ ପୁଣିଥରେ ତ୍ରୁଟି ସାମ୍ନାକୁ ଆସିଛି । ତେଲେଙ୍ଗାନା ମୁକ୍ତ ଦିବସ ଅବସରରେ ହାଇଦ୍ରାବାଦ ପହଞ୍ଚିଥିବା ଅମିତ ଶାହଙ୍କ ଗାଡି ସାମ୍ନାରେ ଟିଆରଏସ ନେତାଙ୍କ କାର ଆସିବା ଘଟଣାକୁ ନେଇ ଟଣାଭିଡା ଆରମ୍ଭ ହୋଇଯାଇଛି । ଏହାପରେ ସୁରକ୍ଷାକର୍ମୀ ହଡବଡେଇ ଯାଇ ଶାହଙ୍କ ଗାଡି ସାମ୍ନାରୁ ଟିଆରଏସ ନେତାଙ୍କ କାରକୁ ହଟାଇ ଦେଇଥିଲେ ।

ସୂଚନାଯୋଗ୍ୟ, ଶାହା ଶୁକ୍ରବାର ବିଳମ୍ବିତ ରାତିରେ ହାଇଦ୍ରାବାଦ ପହଞ୍ଚିଥିଲେ । ମୁକ୍ତି ଦିବସ ଅବସରରେ ସେ କିଛି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସମୟରେ ଶାହାଙ୍କ କାଫିଲା ସାମ୍ନାରେ ଟିଆରଏସ ନେତା ଗୋସୁଲା ଶ୍ରୀନିବାସ ତାଙ୍କ କାର ଠିଆ କରି ଦେଇଥିଲେ । ଏହାକୁ ଦେଖି ସୁରକ୍ଷାକର୍ମୀ ହଡବଡେଇ ଯାଇଥଲେ । ସେମାନେ ତୁରନ୍ତ କାରକୁ ହଟାଇ ଦେଇଥିଲେ ।
ଏହାକୁ ନେଇ ଟିଆରଏସ ନେତା ଗୋସୁଲା ଶ୍ରୀନିବାସ କହିଛନ୍ତି, ମୁଁ ଟେନସନରେ ଥିଲି ସେଥିପାଇଁ କାର ହଠାତ୍ ସେଠାରେ ଅଟକି ଯାଇଥିଲା । ସେମାନେ ମୋ କାରକୁ ଭଙ୍ଗାରୁଜା କରିଛନ୍ତି । ଏହି ମାମଲାକୁ ନେଇ ମୁଁ ପୋଲିସ ଅଧିକାରୀଙ୍କ ସହ କଥା ହେବି । ଏହା ପୂର୍ବରୁ ବି ମୁମ୍ବାଇରେ ଶାହାଙ୍କ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଥିଲା । ମୁମ୍ବାଇରେ ଜଣେ ବ୍ୟକ୍ତି ଘଣ୍ଟାଏ କାଳ ଶାହାଙ୍କ ନିକଟରେ ଘୁରି ବୁଲିଥିଲେ । ସେ ଆନ୍ଧ୍ର ପ୍ରଦେଶର ଜଣେ ଏମପିଙ୍କ ପିଏ ବୋଲି ନିଜକୁ ପରିଚୟ ଦେଇଥିଲେ । ଏହାପରେ ମୁମ୍ବାଇ ପୋଲିସ ମହାରାଷ୍ଟ୍ରର ଧୁଲେ ଜିଲାରୁ ହେମନ୍ତ ପାୱାରଙ୍କୁ ଗିରଫ କରିଥିଲା । ତାଙ୍କ ନିକଟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପରିଚୟ ପତ୍ର ଥିଲା । ସେହି ବ୍ୟକ୍ତି ଜଣକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ଘର ନିକଟରେ ନଜର ଆସିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri