ସୁରକ୍ଷା ଖୋଜୁଛି ସୁରକ୍ଷାକବଚ

ଭୁବନେଶ୍ୱର(ବ୍ୟୁରୋ)/ରାଜନଗର, ୨୪।୧୦(ଡି.ଏନ୍‌.ଏ):ହେନ୍ତାଳ ହେଉଛି ଲବଣ ପ୍ରତିରୋଧୀ ପ୍ରଜାତିର ବୃକ୍ଷ, ଯାହାକି ସମୁଦ୍ର ଉପକୂଳ ଏବଂ ନଦୀ ମୁହାଣରେ ଥିବା ଆର୍ଦ୍ର ଅଞ୍ଚଳରେ ଦେଖିବାକୁ ମିଳିଥାଏ। ଏହା ବାତ୍ୟା, ଜୁଆର ସମୟରେ ମାଡ଼ି ଆସୁଥିବା ସମୁଦ୍ର ପାଣିରୁ ଉପକୂଳକୁ ସୁରକ୍ଷା ଦେଇଥାଏ। ସମୁଦ୍ର କୂଳରେ ମୃତ୍ତିକା କ୍ଷୟରୁ ମଧ୍ୟ ଏହି ହେନ୍ତାଳ ବଣ ରକ୍ଷା କରିଥାଏ। ହେନ୍ତାଳ ବନାଞ୍ଚଳରେ ଜୈବ ବିବିଧତା ବିଶେଷଭାବେ ବିକଶିତ ହୋଇଥାଏ। ଏହି ଅଞ୍ଚଳରେ ଚିଙ୍ଗୁଡ଼ି, କଙ୍କଡ଼ା, ମାଛ, କଇଁଛ ଭଳି ବିଭିନ୍ନ ପ୍ରଜାତିର ସାମୁଦ୍ରିକ ଜୀବ ଅଣ୍ଡାଦାନ କରିବା ସହ ବଂଶବୃଦ୍ଧି କରିଥାନ୍ତି। ଏହା ଉପକୂଳ ଅଞ୍ଚଳବାସୀଙ୍କ ପାଇଁ ସୁରକ୍ଷା ଦେବା ସହ ମତ୍ସ୍ୟଜୀବୀଙ୍କ ଜୀବିକା ଉପାର୍ଜନରେ ସହାୟକ ହୋଇଥାଏ। ୨୦୨୧ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ତଥ୍ୟ ଅନୁସାରେ ଓଡ଼ିଶା ଉପକୂଳରେ ହେନ୍ତାଳ ବନ ବୃଦ୍ଧି ପାଇଛି। ହେନ୍ତାଳ ବନୀକରଣ ବୃଦ୍ଧିରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ୨୦୧୮ ସୁଦ୍ଧା ରାଜ୍ୟରେ ୨୫୧ ବର୍ଗ କି.ମି. ଅଞ୍ଚଳରେ ହେନ୍ତାଳବନ ପରିବ୍ୟାପ୍ତ ଥିବାବେଳେ ୨୦୧୯ ଓ ୨୦୨୦ରେ ଏହା ୮କି.ମି. ବୃଦ୍ଧି ପାଇ ୨୫୯ କି.ମି.ରେ ପହଞ୍ଚତ୍ଛି। କେନ୍ଦ୍ରାପଡ଼ା ଜିଲା ଭିତରକନିକାରେ ସର୍ବାଧିକ ୨୦୯.୨୫ ବର୍ଗ କିଲୋମିଟର ହେନ୍ତାଳ ବଣ ରହିଥିବାବେଳେ ଭଦ୍ରକ ଜିଲାରେ ୩୪.୮୭ କି.ମି., ଜଗତ୍‌ସିଂହପୁରରେ ୮.୩୩ କି.ମି., ପୁରୀ ଜିଲାରେ ୧.୧୩ କି.ମି. ଏବଂ ବାଲେଶ୍ୱର ଜିଲାରେ ୫.୪ ବର୍ଗ କି.ମି. ପରିବ୍ୟାପ୍ତ ରହିଛି। ହେଲେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ। ବିଭିନ୍ନ ମାନବୀୟ କାର୍ଯ୍ୟକଳାପ ଯୋଗୁ ହେନ୍ତାଳ ବଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଲୋକମାନେ ହେନ୍ତାଳ ଜଙ୍ଗଲ କାଟି ସେଠାରେ ବସତି ସ୍ଥାପନ କରିବା ସହ ବେଆଇନ୍‌ ଚିଙ୍ଗୁଡ଼ି ଘେରି କରି ବ୍ୟବସାୟ ଚଳାଇଛନ୍ତି। ଅପରପକ୍ଷରେ ହେନ୍ତାଳ ବଣର ସୁରକ୍ଷା କରୁଥିବା ବନ ବିଭାଗ ଜବରଦଖଲକୁ ନ ରୋକି ହେନ୍ତାଳ ଚାରା ରୋପଣ କରି ଜଙ୍ଗଲ ସୃଷ୍ଟି କରୁଥିବା କହୁଛି। ଯେପର୍ଯ୍ୟନ୍ତ ହେନ୍ତାଳ ବଣ ସୁରକ୍ଷାରେ ଅଧିକରୁ ଅଧିକ ସ୍ଥାନୀୟ ଲୋକଙ୍କୁ ସମ୍ପୃକ୍ତ କରା ନ ଯାଇଛି, ସେପର୍ଯ୍ୟନ୍ତ ବନୀକରଣ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ପରିବେଶବିତ୍‌ ମତ ପ୍ରକାଶ କରୁଛନ୍ତି। ହେନ୍ତାଳରେ ବାୟୋ ଆକ୍ଟିଭ କମ୍ପାଉଣ୍ଡ ବା ଜୈବ ସକ୍ରିୟ ଉପାଦାନ ରହିଛି। ହେନ୍ତାଳ ଗଛରୁ ପ୍ରସ୍ତୁତ କେମିକାଲ ମାରାତ୍ମକ ରୋଗ ବିରୋଧରେ ଲଢ଼ିବାରେ ମଧ୍ୟ ସହାୟକ ହୋଇଥାଏ। ୧୯୭୧ ବାତ୍ୟାରେ ରାଜନଗର ଅଞ୍ଚଳରେ ପ୍ରାୟ ୧୦ ହଜାର ଲୋକ ସମୁଦ୍ର ଜୁଆରରେ ଭାସିଯାଇଥିବାବେଳେ ୧୯୯୯ ମହାବାତ୍ୟାରେ ଭିତରକନିକା ହେନ୍ତାଳବଣ ଯୋଗୁ ରାଜନଗର ଜନବସତି ଅଳ୍ପକେ ରକ୍ଷା ପାଇଯାଇଛି। ଅନେକ ବାତ୍ୟା ହୁଡ୍‌ହୁଡ୍‌, ଫାଇଲିନ୍‌, ଅମ୍ଫନ ଭଳି ବାତ୍ୟାକୁ ଲୁଣା ଜଙ୍ଗଲ ସୁରକ୍ଷା କବଚ ହୋଇ ନିର୍ବିକାର ଭାବେ ଛିଡ଼ା ହୋଇଛି। ଏବେ ଏହାର ସୁରକ୍ଷା ପାଇଁ ଭିତରକନିକା ସୀମା ସରହଦରେ ଥିବା କନକ ନଗର, ଶୈଳେନ୍ଦ୍ର ନଗର, ରାଜେଶ୍ୱରୀ ନଗର, ତ୍ରିଲୋଚନପୁର, କୃଷ୍ଣ ନଗର ପ୍ରଭୁତି ଗ୍ରାମର ୫୦ ପରିବାର ହେନ୍ତାଳ ବଣ ସୃଷ୍ଟି ପାଇଁ ସେମାନଙ୍କ ଜମି ଦେଇଥିବା ଜଣାପଡ଼ିଛି।
ପ୍ରାକୃତିକ ବିପର୍ଯ୍ୟୟରୁ ଉପକୂଳ ଅଞ୍ଚଳକୁ ସୁରକ୍ଷା ଦେବାରେ ହେନ୍ତାଳ ବନର ବଡ଼ ଭୂମିକା ରହିଛି। ଏଥିସହିତ ସ୍ଥାନୀୟ ଲୋକଙ୍କ ଜୀବନଜୀବିକାର ଏକ ମାଧ୍ୟମ। ପୂର୍ବରୁ ବହୁ ସ୍ଥାନରେ ଲୋକେ ଜବରଦଖଲ କରି ଚିଙ୍ଗୁଡ଼ି ଘେରି କରିଦେଇଥିଲେ। କିନ୍ତୁ ଏବେ ସେଠାରେ ଘେରି ଉଚ୍ଛେଦ କରାଯାଇ ଚାରାରୋପଣ କରାଯାଉଛି। ଏହାର ସୁରକ୍ଷା ପାଇଁ ଭିତରକନିକାରେ ସ୍ବତନ୍ତ୍ର ଏକ ମାନ୍‌ଗ୍ରୋଭ୍‌ ଫରେଷ୍ଟ ଡିଭିଜନ ହୋଇଛି। ଏଥିସହିତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଥିବା ବନଖଣ୍ଡରେ ମଧ୍ୟ ଡିଏଫ୍‌ଓମାନେ ଏହାର ସୁରକ୍ଷା ପାଇଁ ପଦକ୍ଷେପ ନେଉଛନ୍ତି। ତେବେ ଏହାର ସୁରକ୍ଷା ପାଇଁ ରାଜ୍ୟସ୍ତରରେ ଏକ ହେନ୍ତାଳ ବନ ମନିଟରିଂ କମିଟି କରାଗଲେ ଭଲ ହୁଅନ୍ତା। ଏ ଦିଗରେ ଯେଉଁ ବରିଷ୍ଠ ଅଧିକାରୀଙ୍କ ବହୁ ଅଭିଜ୍ଞତା ରହିଥିବ ସେମାନଙ୍କୁ ଏହି କମିଟିରେ ରଖାଯାଇ ଏହାର ଅନୁଧ୍ୟାନ କରାଯାଇପାରନ୍ତା। ଯେତେ ମନିଟରିଂ କରିବ ସେତେ ଅଧିକ ରାଜ୍ୟରେ ହେନ୍ତାଳ ବନ ବୃଦ୍ଧି ପାଇବ ବୋଲି ରାଜନଗର ପୂର୍ବତନ ଡିଏଫ୍‌ଓ ଅଜୟ ଜେନା କହିଛନ୍ତି।
ପୁରୀ ଅସ୍ତରଙ୍ଗ ଅଞ୍ଚଳର ଯୁବ ପରିବେଶବିତ୍‌ ସୌମ୍ୟରଞ୍ଜନ ବିଶ୍ୱାଳଙ୍କ ମତରେ ହେନ୍ତାଳ ବଣନଷ୍ଟ ହେବାର ବିଭିନ୍ନ କାରଣ ରହିଛି। ଉପକୂଳ ଅବକ୍ଷୟ ରୋକିବା ଏବଂ ନଦୀବନ୍ଧ ସୁରକ୍ଷା ପାଇଁ ସରକାର ଲୁଣା ବନ୍ଧ କରୁଛନ୍ତି, ହେଲେ ଏହା ହେନ୍ତାଳ ବଣ ଉପରେ ପ୍ରଭାବ ପକାଉଛି। ତେଣୁ ଏ ଦିଗରେ ସରକାର ଗୁରୁତ୍ୱ ଦେଇ ଏହାକୁ ତୁରନ୍ତ ବନ୍ଦ କରିବା ଉଚିତ। ରାଜ୍ୟରେ ହେନ୍ତାଳ ବନ ବଢ଼ିଛି ବୋଲି ରିପୋର୍ଟ କହୁଛି। କାରଣ ଚାରାରୋପଣ ଅଧିକ ରହିଛି। ଏହା ସତ। କିନ୍ତୁ ତା’ର ସୁରକ୍ଷା ଅଭାବରୁ ସେସବୁ ନଷ୍ଟ ହେବାରେ ଲାଗିଛି। ପ୍ରାକୃତିକ ଭାବେ ଯେଉଁଠି ଉଠୁଛି ସେଠି ଗଛସବୁ ବଢ଼ିବାରେ ଲାଗୁଛି। କିନ୍ତୁ ଯେଉଁଠି ରୋପଣ କରାଯାଉଛି ସେହି ନୂଆ ଗଛଗୁଡ଼ିକ ନଷ୍ଟ ହେବାରେ ଲାଗୁଛି। ସେହିଭଳି ହାତୀ, ବାଘ ସୁରକ୍ଷା ପାଇଁ ଯେଉଁଭଳି ଭାବେ ସ୍କ୍ବାଡ୍‌ ରହିଛି, ସେମିତି ହେନ୍ତାଳ ବନ ସୁରକ୍ଷା ପାଇଁ ରାଜ୍ୟସ୍ତରରେ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ କରାଯିବା ଉଚିତ ବୋଲି ବିଶ୍ୱାଳ କହିଛନ୍ତି। ସେହିପରି ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀଙ୍କ ମତରେ ଜଳବାୟୂ ପରିବର୍ତ୍ତନ ପ୍ରଭାବ ଏବେ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟସ୍ତରରେ ଏକ ସ୍ଥାୟୀ ଭାବେ ବିଶେଷଜ୍ଞ କମିଟି ଗଠନ କରାଯିବା ଦରକାର। ବିଶେଷଜ୍ଞଙ୍କ ପରାମର୍ଶକ୍ରମେ କେଉଁ ଜାଗାରେ କ’ଣ ହୋଇପାରିବ ତାହା କରିବା ଉଚିତ। ହେନ୍ତାଳ ବନାଞ୍ଚଳରେ ନଦୀ ଓ ସମୁଦ୍ର ଜଳର ସମ୍ମିଶ୍ରଣରେ ଏକ ନୂତନ ପରିସଂସ୍ଥା ହୋଇଛି ଯାହା ହେଉଛି ସ୍ବଳ୍ପ ଲବଣାକ୍ତ ଜଳ। ଏହାର ବିଶେଷତ୍ୱ ଭିନ୍ନ ରହିଛି। ମଧୁର ଜଳ ହେଉ କିମ୍ବା ସମୁଦ୍ରରେ ଯେଉଁ ଜୀବଜନ୍ତୁ ଦେଖାଯାଆନ୍ତି, ସେମାନଙ୍କୁ ଛାଡ଼ି ଏଠାରେ ଏକ ସ୍ବତନ୍ତ୍ର ପ୍ରଜାତିର ଜୀବଜନ୍ତୁ ଦେଖାଯାଆନ୍ତି। ଜୈବବିବଧତା ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ ପରିସଂସ୍ଥା। ତେଣୁ ଏହାର ସୁରକ୍ଷା ଅପରିହାର୍ଯ୍ୟ। ପୂର୍ବରୁ ଯେତିକି ପରିମାଣର ହେନ୍ତାଳ ବନ ଥିଲା, ଏବେ ବିଭିନ୍ନ ମାନବୀୟ କାର୍ଯ୍ୟକଳାପ ଯୋଗୁ ପ୍ରାୟ ୫୦% ନଷ୍ଟ ହେବାରେ ଲାଗିଲାଣି। ସଂରକ୍ଷଣ ପାଇଁ ସ୍ଥାନୀୟ ଅଧିବାସୀଙ୍କ ସମ୍ପୃକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେଉଁଠାରେ ବନୀକରଣ କରାଯାଉଛି ସେଠାରେ ସ୍ଥାନୀୟ ଲୋକଙ୍କୁ ମିଶାଯାଇ ତାଙ୍କୁ ସଚେତନ କରାଯାଉ। ସେମାନେ ଚାହିଁଲେ ତା’ର ସୁରକ୍ଷା ଦେଇପାରିବେ। ନଚେତ୍‌ ନଷ୍ଟ ବି କରିପାରିବେ ବୋଲି ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିବ ହର୍ମୁଜ! ଇରାନ ରଖିଲା ଲମ୍ବା ସର୍ତ୍ତ, ରାଜି ହେଲେ ଟ୍ରମ୍ପ? ଜାଣନ୍ତୁ…

ତେହରାନ, ୭।୪: ଇରାନ ଏକ ଅସ୍ତ୍ରବିରତି ପ୍ରସ୍ତାବକୁ ଆନୁଷ୍ଠାନିକ ଭାବରେ ସୋମବାର ପ୍ରତ୍ୟାଖ୍ୟାନ କଲା ଏବଂ ଏହା ବଦଳରେ ଯୁଦ୍ଧ ଶେଷ କରିବା ପାଇଁ ଏକ ୧୦-ସୂତ୍ରୀ…

କୋମାରେ ଇରାନର ସୁପ୍ରିମ ଲିଡର? କାହିଁକି ବ୍ୟାପିଛି ଏଭଳି ଖବର? ଜାଣନ୍ତୁ ଏହା ପଛର କାରଣ

ତେହରାନ,୭।୪: ବ୍ରିଟିଶ ଖବରକାଗଜ ଦି ଟାଇମ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି। ରିପୋର୍ଟରେ କୁହାଯାଇଛି ଯେ ମୋଜତାବା ଖାମେନେଇ ଅଚେତ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କjର ଏହି…

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୬ ଘଣ୍ଟା ଜାତୀୟ ରାଜପଥ…

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri