୩୨ ସ୍ଥାନରେ ୧୪୪ ଧାରା

ଢେଙ୍କାନାଳ ଅଫିସ, ୬।୧: ରାଜ୍ୟରେ କରୋନା ଏବଂ ଓମିକ୍ରନ୍‌ ସଂକ୍ରମଣ ବଢ଼ିବା ପରେ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ୩୨ ପ୍ରମୁଖ ଦେବାଳୟ ଏବଂ ପର୍ଯ୍ୟଟନସ୍ଥଳୀରେ ୧୪୪ ଧାରା ଜାରି କରାଯାଇଛି। ଜାନୁୟାରୀ ୩୧ ଯାଏ ଏହା ବଳବତ୍ତର ରହିବ। ପ୍ରସିଦ୍ଧ ଶୈବପୀଠ କପିଳାସର ଶ୍ରୀଚନ୍ଦ୍ରଶେଖର, ଅଶ୍ୱଖୋଲା ସିଦ୍ଧ ଗଣେଶ, ମହିମାଗାଦି ଯୋରନ୍ଦା, ଦୌଡ଼େଶ୍ୱର ମହାଦେବ, ଢେଙ୍କନାଳ ସିଦ୍ଧ ବଳରାମ ମନ୍ଦିର, ତପୋବନ ମହିମା ପୀଠ, ସପ୍ତଶଯ୍ୟାର ଶ୍ରୀରାମଚନ୍ଦ୍ର ମନ୍ଦିର, ବଡନାଗେନା ନାଗନାଥେଶ୍ୱର, ଗଙ୍ଗାଧର ପ୍ରସାଦ ପଶ୍ଚିମେଶ୍ୱର, ଆମ୍ବନାଳି ଦତ୍ତାତ୍ରେୟ ସାଇ ଆଶ୍ରମ, ମା’ ଦକ୍ଷିଣକାଳୀ, ମା’ ବ୍ରହ୍ମାୟଣୀ, ଓଡ଼ାପଡ଼ା ବ୍ଲକ ନାଧରାସ୍ଥିତ ଶ୍ରୀରାମଚଣ୍ଡୀ, କନକେଶ୍ୱର ମହାଦେବ, ଜୀବନଖୋଲ ମନ୍ଦିର, କାମାକ୍ଷାନଗର ତେନ୍ତୁଳିସିଙ୍ଗାସ୍ଥିତ ରାମେଶ୍ୱର, ହାଟୁଆରିସ୍ଥିତ ଶ୍ରୀକପିଳେଶ୍ୱର, ସିବୁଳାପଶିସ୍ଥିତ ସ୍ବପ୍ନେଶ୍ୱର, ରାମିଆଳ ନଦୀକୂଳ, ଗୁଣ୍ଡିଚାନାଳୀ ନଦୀକୂଳ, ଭୁବନ ବ୍ଲକର ବୁଦ୍ଧେଶ୍ୱର, କଙ୍କଡ଼ାହାଡ଼ର ଦଣ୍ଡାଧର ଜଳଭଣ୍ଡାର, ପରଜଙ୍ଗ ବ୍ଲକର କୁଆଳୋ ସ୍ବପ୍ନେଶ୍ୱର, ସରାଙ୍ଗସ୍ଥିତ ଅନନ୍ତଶୟନ, ଦଦରାଘାଟି ଜଳଭଣ୍ଡାର, ହିନ୍ଦୋଳ ବ୍ଲକ ରଞ୍ଜାଗୋଳ ଶିବମନ୍ଦିର, ରକଲାସ୍ଥିତ କୁଣ୍ଡେଶ୍ୱର, ମହତାଳ ମାତଳେଶ୍ୱର ମହାଦେବ, ଲଦାଗଡ଼ସ୍ଥିତ ସିଦ୍ଧେଶ୍ୱର ମହାଦେବ, ବ୍ରହ୍ମପୁରା ଅଲେଖ ମହିମା ଟୁଙ୍ଗି, ଚିତ୍ତଳପୁର ଉଗ୍ରେଶ୍ୱର ମହାଦେବ, ସାପୁଆ ଜଳଭଣ୍ଡାରରେ ୧୪୪ ଧାରା ଜାରି କରାଯାଇଥିବା ଜିଲା ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଜିଲାପାଳ ସରୋଜ କୁମାର ସେଠୀ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri