Categories: ଭଦ୍ରକ

ଚର୍ଚ୍ଚ ପରିସରରେ ୧୪୪ ଜାରି

ଭଦ୍ରକ ଅଫିସ, ୨୨ା୫: ଅଧିକାଂଶ ସମୟରେ ଗୋଷ୍ଠୀ ବିବାଦ ଲାଗି ରହୁଥିବା ଭଦ୍ରକ ସଦର ବ୍ଲକର ଗେଲଟୁଆଠାରେ ଥିବା ଚର୍ଚ୍ଚ ପରିସରରେ ଶନିବାର ପୂର୍ବାହ୍ନରେ ୧୪୪ ଧାରା ଜାରି କରାଯାଇଛି। ଗୋଷ୍ଠୀ ବିବାଦ କାରଣରୁ ସମ୍ଭାବ୍ୟ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି କଟକଣା ଲାଗୁ କରିଛି। ଉପଖଣ୍ଡ ମାଜିଷ୍ଟ୍ରେଟ୍‌ ତଥା ଉପଜିଲାପାଳ ମନୋଜ ପାତ୍ରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନିର୍ଦ୍ଦେଶନାମାକୁ ଭଦ୍ରକ ତହସିଲଦାର ପକ୍ଷରୁ ପୋଲିସ ଉପସ୍ଥିତିରେ କାର୍ଯ୍ୟକାରୀ କରାଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ସେଠାରେ ଜନସମାଗମ ଉପରେ କଟକଣା ରହିଛି। ଚର୍ଚ୍ଚ ପରିସର ଓ ଏହା ଆଖପାଖରେ ୩ଜଣରୁ ଅଧିକ ଲୋକ ଏକାଠି ନ ହେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।