Posted inଜାତୀୟ

ଗୁପ୍ତ ହତ୍ୟା ମାମଲା: ପ୍ରଫୁଲ୍ଲ ମହନ୍ତଙ୍କୁ କ୍ଲିନଚିଟ୍‌…

ଗୁଆହାଟୀ,୧୪।୬ : ୯୦ ଦଶକରେ ଆସାମ ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଥିବା ଗୁପ୍ତ ହତ୍ୟା ମାମଲାରେ କ୍ଷମତା ହରାଇଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ ମହନ୍ତଙ୍କୁ ଗୁଆହାଟୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବାସ୍ତବରେ, ଗୁଆହାଟୀ ହାଇକୋର୍ଟ ପ୍ରଫୁଲ୍ଲ ମହନ୍ତଙ୍କୁ ଏକ କ୍ଲନଚିଟ୍‌ ପ୍ରଦାନ କରୁଥିବାବେଳେ ଗୁପ୍ତ ହତ୍ୟା ମାମଲାରେ ଦାଖଲ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନକୁ ଖାରଜ କରିଦେଇଛନ୍ତି।

ଗୁଆହାଟୀ ହାଇକୋର୍ଟର ଡିଭିଜନ ବେଞ୍ଚ ଦେଇଥିବା ରାୟରେ ଦର୍ଶାଇଛନ୍ତି ଆବେଦନକାରୀମାନେ ସେମାନଙ୍କ ଦାବିକୁ ସମର୍ଥନ କରି ପ୍ରମାଣ ଯୋଗାଇବାରେ ବିଫଳ ହୋଇଛନ୍ତି।

ରାଜ୍ୟସଭା ଏମପି ଅଜିତ କୁମାର ଭୁୟାଁ ଏବଂ ଅନନ୍ତ କାଳିତା ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନରେ, ୩ ସେପ୍ଟେମ୍ବର ୨୦୧୮ ର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ  କରାଯାଇଥିଲା, ଯେଉଁଥିରେ କୋର୍ଟ ଗୁପ୍ତ ହତ୍ୟାକାଣ୍ଡ ତଦନ୍ତ ପାଇଁ ଗଠିତ କମିଶନ ବେଆଇନ ବୋଲି କହି ଖାରଜ କରିଦେଇଥିଲେ।

ଜଷ୍ଟିସ ସନ୍ଦୀପ ମେହେଟ୍ଟା ଏବଂ ଜଷ୍ଟିସ ମିତାଲି ଠାକୁରିଆଙ୍କ ବେଞ୍ଚ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ରାୟର ୫୩୧ ଦିନ ପରେ ଆବେଦନକାରୀ କାହିଁକି ମଧ୍ୟବର୍ତ୍ତୀକାଳୀନ ଆବେଦନ କରିଥିଲେ ? ବିଳମ୍ବ ହେବାର କାରଣ ମଧ୍ୟ ଆବେଦନରେ ଦିଆଯାଇ ନାହିଁ। ଏଭଳି ପରିସ୍ଥିତିରେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

ସୂଚନାଯୋଗ୍ୟ, ୧୯୯୮ରୁ ୨୦୦୧ ମଧ୍ୟରେ ଆସାମରେ ଉଗ୍ରବାଦୀ ସଂଗଠନ ଉଲ୍‌ଫା ସହ ଜଡ଼ିତ ଲୋକଙ୍କର ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡର ହତ୍ୟାକାରୀଙ୍କ ବିଷୟରେ କିଛି ଜଣା ପଡି ନ ଥିଲା, ତେଣୁ ଏହାକୁ ଗୁପ୍ତ ହତ୍ୟା କୁହାଯାଉଥିଲା। ଏହାର ଅଭିଯୋଗ ରାଜ୍ୟର ସିଏମ ଥିବା ପ୍ରଫୁଲ୍ଲ ମହନ୍ତଙ୍କ ଉପରେ ରଖାଯାଇଥିଲା। ୨୦୦୫ ରେ ତତ୍କାଳୀନ କଂଗ୍ରେସ ସରକାର ଜଷ୍ଟିସ (ଅବସରପ୍ରାପ୍ତ) କେ.ଏନ ସାଇକିଆଙ୍କ ନେତୃତ୍ୱରେ ଏକ କମିଶନ ଗଠନ କରି ଏହି ହତ୍ୟା ଘଟଣାର ଯାଞ୍ଚ କରିଥିଲେ।

୨୦୦୭ରେ ଆୟୋଗ ଏହାର ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିଥିଲେ ଯେଉଁଥିରେ ପ୍ରଫୁଲ୍ଲ ମହନ୍ତ ଅଭିଯୁକ୍ତ ହୋଇଥିଲେ। ମହନ୍ତ ଏହା ବିରୋଧରେ ଗୁଆହାଟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯେଉଁଥିରେ ସେପ୍ଟେମ୍ବର ୨୦୧୮ ରେ, ଗୁଆହାଟୀ ହାଇକୋର୍ଟ ତଦନ୍ତ ଆୟୋଗକୁ ବେଆଇନ ବୋଲି କହି ଖାରଜ କରିଦେଇଥିଲେ। ଏହା ପରେ ୨୦୨୧ ମସିହାରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନ କରାଯାଇଥିଲା ଯାହାକୁ ବର୍ତ୍ତମାନ ହାଇକୋର୍ଟ ବେଆଇନ କହି ଖାରଜ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri