ଥାନାରେ ପୋଲିସ ଅଧିକାରୀଙ୍କ ଗୁପ୍ତ ବୈଠକ

ବେଲପଡ଼ା,୨ା୨(ଡି.ଏନ୍‌.ଏ.): ବିଭିନ୍ନ ଥାନା ଅଧିକାରୀଙ୍କୁ ନେଇ ବେଲପଡ଼ା ଥାନାରେ ଗୁରୁବାର ଏକ ଗୁପ୍ତ ବୈଠକ ବସିଥିଲା। ବୈଠକକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯାଇଥିଲା। ଏପରିକି ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ମଧ୍ୟ କିଛି ସମୟ ପାଇଁ ବାହାରେ ରଖାଯାଇଥିଲା। ବୈଠକରେ ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ପାଟଣାଗଡ଼ ଆଇଆଇସି ଅନନ୍ତ କୁମାର ପ୍ରଧାନ, ବଲାଙ୍ଗୀର ସଦର ଆଇଆଇସି ଶ୍ରୀକାନ୍ତ ସାହୁ, କଣ୍ଟାବାଞ୍ଜି ଆଇଆଇସି, ତୁରେକେଲା ଆଇଆଇସି ଧର୍ମେନ୍ଦ୍ର ଶାନ୍ତି, ଖପ୍ରୋଖୋଲ ଆଇଆଇସି ରମାକାନ୍ତ ସାହୁ, ଲାଠୋର ଆଇଆଇସି ଝସକେତନ ଭୋଇ ଓ ଅନ୍ୟ ପୋଲିସ କର୍ମଚାରୀ ପ୍ରମୁଖ ସାମିଲ ଥିଲେ। ପୋଲିସ ଅଧିକାରୀଙ୍କ ବୈଠକ ପରେ ଗିରଫ ୬ ଅଭିଯୁକ୍ତଙ୍କୁ ପାଟଣାଗଡ଼ ଜେଲକୁ ପଠାଇ ଦିଆଯାଇଥିଲା। କୌଣସି ଗଣ୍ଡଗୋଳର ଆଶଙ୍କା କରି ସୁରକ୍ଷା ପାଇ ଦେଢ଼ ପ୍ଳାଟୁନ୍‌ ଏପିଆର୍‌ ଫୋର୍ସ ଏବଂ ୧ ପ୍ଳାଟୁନ୍‌ ଭିପିଆର୍‌ ଫୋର୍ସ ମୁତୟନ କରାଯାଇଥିଲା।